ETV Bharat / bharat

ମହାରାଷ୍ଟ୍ର ମନ୍ତ୍ରୀ ବାଲାସାହେବ ପାଟିଲ କେରୋନା ସଂକ୍ରମିତ - ମହାରାଷ୍ଟ୍ର ମନ୍ତ୍ରୀ କେରୋନା ସଂକ୍ରମିତ

ଏନସିପି ନେତା ବାଲାସାହେବ ପାଟିଲ ଶୁକ୍ରବାର ରାତିରେ କୋରୋନା ପାଇଁ ପଜିଟିଭ୍ ପରୀକ୍ଷଣ କରିଥିଲେ । ଏହାପରେ ତାଙ୍କୁ କରାଡର କ୍ରୁଷ୍ଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମହାରାଷ୍ଟ୍ର ମନ୍ତ୍ରୀ ବାଲାସାହେବ ପାଟିଲ କେରୋନା ସଂକ୍ରମିତ

author img

By

Published : Aug 15, 2020, 6:22 PM IST

ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀ ବାଲାସାହେବ ପାଟିଲ କେରୋନାରେ ସଂକ୍ରମିତ ହୋଇଛନ୍ତି । ଏହାପରେ ତାଙ୍କୁ କରାଡର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପାଟିଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏନସିପି ନେତା ପାଟିଲ ଶୁକ୍ରବାର ରାତିରେ କୋରୋନା ପାଇଁ ପଜିଟିଭ୍ ପରୀକ୍ଷଣ କରିଥିଲେ । ଏହାପରେ ତାଙ୍କୁ କରାଡର କ୍ରୁଷ୍ଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପାଟିଲଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ସଠିକ୍ ଚିକିତ୍ସା କରାଯାଉଛି ଏବଂ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ପାଟିଲଙ୍କ ପୁଅ କହିଛନ୍ତି। ତେବେ କୋରୋନାରେ ସଂକ୍ରମିତ ହେବାପରେ ପାଟିଲ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋରୋନା ପରୀକ୍ଷା କରିବାକୁ ଏବଂ ଅତି କମରେ ଏକ ସପ୍ତାହ ସଂଗରୋଧରେ ରହିବାକୁ ଅନୁରୋଧ କରିଛନ୍ତି ।

ଏହାପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରୀ ଅଶୋକ ଚାବନ ଏବଂ କଂଗ୍ରେସର ଅସଲମ ଶେଖ, ଜିତେନ୍ଦ୍ର ଆହାଦ, ଧନଞ୍ଜୟ ମୁଣ୍ଡେ ଏବଂ ଏନସିପିର ସଞ୍ଜୟ ବାନସୋଡେ ଏବଂ ଶିବସେନାର ଅବଦୁଲ ସତ୍ତାର କୋରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.