ETV Bharat / bharat

17 ହଜାର କଏଦୀଙ୍କୁ ମୁକ୍ତ କରିବେ ମହାରାଷ୍ଟ୍ର ସରକାର

author img

By

Published : May 13, 2020, 10:34 AM IST

ମହାରାଷ୍ଟ୍ର ସରକାର 17 ହଜାର କଏଦୀଙ୍କୁ ଅସ୍ଥାୟୀ ପାରୋଲରେ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଙ୍ଗଳବାର କହିଛନ୍ତି ଯେ କୋରୋନା ବିସ୍ତାରକୁ ରୋକିବା ପାଇଁ ଏହା କରାଯାଇଛି।

release 17 thousand prisoners
କଏଦୀଙ୍କୁ ମୁକ୍ତ କରିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମହାରାଷ୍ଟ୍ର ସରକାର 17 ହଜାର କଏଦୀଙ୍କୁ ଅସ୍ଥାୟୀ ପାରୋଲରେ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଙ୍ଗଳବାର କହିଛନ୍ତି ଯେ କୋରୋନା ବିସ୍ତାରକୁ ରୋକିବା ପାଇଁ ଏହା କରାଯାଇଛି। ଏଥିମଧ୍ୟରୁ 5000 ବିଚାରଧୀନ କଏଦୀ ଅଛନ୍ତି ।

ଦେଶମୁଖ କହିଛନ୍ତି ଯେ ମୁମ୍ବାଇର ଆର୍ଥର ରୋଡ ଜେଲରେ 185 ଜଣ କଏଦୀ ସଂକ୍ରମିତ ହେବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି କୋଭିଡ-19 ମହାମାରୀ ପରେ ପ୍ରାୟ 50 ପ୍ରତିଶତ କଏଦୀଙ୍କୁ ସାମୟିକ ଭାବେ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ।

ସେ କହିଛନ୍ତି ଯେ ଜେଲରେ କୋରୋନା ବିସ୍ତାରକୁ ରୋକିବା ଉଦ୍ଦେଶ୍ୟରେ ମହାରାଷ୍ଟ୍ରର 35 ହଜାର କଏଦୀଙ୍କ ମଧ୍ୟରୁ 17 ହଜାରଙ୍କୁ ଅସ୍ଥାୟୀ ପାରୋଲରେ ଛାଡିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଦୁଷ୍କର୍ମ, ବଡ ଆର୍ଥିକ ଓ ବ୍ୟାଙ୍କ ଘୋଟାଲା ଆଦି ମାମଲରେ ସମ୍ପୃକ୍ତ ଥିବା ଦୋଷୀଙ୍କୁ ଛଡାଯିବ ନାହିଁ । ମନ୍ତ୍ରୀ କହିଛନ୍ତି ସରକାର ପ୍ରଥମରୁ ହିଁ 8 ଜେଲକୁ ଲକଡାଉନ୍ କରିଦେଇଛନ୍ତି ।

ମାର୍ଚରେ କୋରୋନାକୁ ଦୃଷ୍ଟିରେ ରଖି ସାରା ଦେଶର ଜେଲରେ କଏଦୀଙ୍କୁ ଆନ୍ତରୀଣ ଜାମିନ ଦେବା ପାଇଁ ସୁପ୍ରିମକୋର୍ଟ କହିଥିଲେ । ଏହାସହ ରାଜ୍ୟରେ ଏକ କମିଟି ଗଠନ କରି ଏହି ନିଷ୍ପତ୍ତି ନେବା ପାଇଁ କହିଥିଲେ । ତେବେ ବମ୍ବେ ହାଇକୋର୍ଟର ବିଚାରପତି ଏଏ ସୈୟଦ, ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୟ ଚହାଣ୍ଡେ ଓ ମହାରାଷ୍ଟ୍ରର ଜେଲର ମହାନିର୍ଦେଶକ ଏସଏନ୍ ପାଣ୍ଡେ କମିଟିରେ ଉପସ୍ଥିତ ଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.