ଭୋପାଳ: ମଧ୍ୟପ୍ରଦେଶର ପୂର୍ତ୍ତ ବିଭାଗ ମନ୍ତ୍ରୀ ଗୋପାଳ ଭାର୍ଗବ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସମେତ ତାଙ୍କ ପରିବାର ସଦସ୍ୟ ଓ ତାଙ୍କ ଅଫିସରେ କାର୍ଯ୍ୟରତ ସମସ୍ତଙ୍କର କୋରୋନା ପରୀକ୍ଷା କରିଥିଲେ । ହେଲେ ଗୋପାଳ ଭାର୍ଗବଙ୍କର ରିପୋର୍ଟ ପଜିଟିଭ ଆସିଥିବା ବେଳେ ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସେ ସୂଚନା ଦେଇଛନ୍ତି । ସଂକ୍ରମିତ ଚିହ୍ନଟ ହେବା ପରେ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ, ଶିବରାଜ ସିଂ ଚୌହାନ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏବଂ ସେ ଆରୋଗ୍ୟ ଲାଭ ମଧ୍ୟ କରିସାରିଛନ୍ତି ।
ସେହିପରି ରାଜ୍ୟର ମେଡିକାଲ ଶିକ୍ଷା ମନ୍ତ୍ରୀ ବିଶ୍ବ ସାରଙ୍ଗ, ସମବାୟ ମନ୍ତ୍ରୀ ଅରବିନ୍ଦ ଭଦୋରିଆ, ଜଳ ସମ୍ପଦ ମନ୍ତ୍ରୀ ତୁଲସିରାମ ସିଲାୱାଟ, ଉଚ୍ଚଶିକ୍ଷା ମନ୍ତ୍ରୀ ମୋହନ ଯାଦବ ଓ ମନ୍ତ୍ରୀ ରାମଖେଲାଓ୍ବାନ ପଟେଲ କୋରୋନାରେ ସଂକ୍ରମିତ ହୋଇଥିଲେ ।
@ ANI