ETV Bharat / bharat

ଫସିଲେ ଫସାଇଲେ କମଳନାଥ; ଏମିତି ଥିଲା ରାଜନୈତିକ ଯାତ୍ରା

author img

By

Published : Mar 20, 2020, 9:19 PM IST

କଂଗ୍ରେସର ସଂକଟ ମୋଚକ କମଳନାଥ ନିଜେ ଫସିବା ସହ ଦଳକୁ ମଧ୍ୟ ଫସାଇ ଦେଲେ । ନା ଗାଦି ରକ୍ଷା କରିପାରିଲେ ନା ସରକାର । ପଢନ୍ତୁ ଏହି ଅନୁଭବୀ ନେତାଙ୍କ ରାଜନୈତିକ ଯାତ୍ରା ...

kamalnath
kamalnath

ଭୋପାଳ: ପୁରାଣ ବର୍ଣ୍ଣିତ ଦ୍ବାପରଯୁଗରେ ହୋଇଥିବା ମହାଭାରତ 18 ଦିନରେ ଶେଷ ହୋଇଥିବାବେଳେ କଳିଯୁଗରେ ମଧ୍ୟପ୍ରଦେଶ କ୍ଷମତା ମହାଭାରତ ଆଜି 17 ଦିନରେ ସମାପ୍ତ ହୋଇଛି । ଏହି ଲଢେଇ ରେ କିଏ ବିଜୟୀ କିଏ ପରାଜୟ ହୋଇଛି ତାହା ତ ସମୟ କହିବ । କାରଣ ଉଭୟ ପକ୍ଷ ଗଣତନ୍ତ୍ରର ଦ୍ବାହି ଦେଇ ପରସ୍ପରକୁ ଦାୟୀ କରୁଛନ୍ତି । ଆଉ ସ୍ଥିତି ଏମିତି ହେଲା ଯେ ଯୁଦ୍ଧପୂର୍ବରୁ ଅସ୍ତ୍ରତ୍ୟାଗ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ସଂକଟ ମୋଚକ ଭୂମିକା ନିଭାଉଥିବା କମଳନାଥ ।

ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ଜଣେ ପ୍ରଭାବଶାଳୀ ପୁରୁଖା ନେତା କମଳନାଥ । ଦଳର ସଂକଟ ସମୟରେ ସେ ସଂକଟ ମୋଚକ ଭାବେ ଦଳକୁ ମାର୍ଗଦର୍ଶନ କରିବା ସହ ବିପର୍ଯ୍ୟୟରୁ ଉଦ୍ଧାର କରୁଥିଲେ । ଏହି ଭେଟେରାନ ନେତା ମଧ୍ୟପ୍ରଦେଶରୁ 8 ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଏହାସହ କେନ୍ଦ୍ରରେ ବିଭିନ୍ନ ସମୟରେ ବିଭିନ୍ନ ମନ୍ତ୍ରୀଭାର ମଧ୍ୟ ତୁଳାଇଛନ୍ତି । ଗାନ୍ଧୀ ପରିବାରର ଜଣେ ବିଶ୍ବସ୍ତ ସହଯୋଗୀ ଭାବେ ଜଣାଶୁଣା କମଳନାଥ । ଯେଉଁଥିପାଇଁ ଦଳ ଗତବର୍ଷ ଯୁବନେତାଙ୍କୁ ଅଣଦେଖା କରି କମଳନାଥଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲା ।

17 ଡିସେମ୍ବର 2019 । ଏହି ଦିନ ହିନ୍ଦୀ ହାର୍ଟଲ୍ୟାଣ୍ଡ ମଧ୍ୟପ୍ରଦେଶର କମଳକୁ ଝଡାଇ କମଳନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସରକାର ଗଠନ ଦିନ ଠାରୁ ସରକାରଙ୍କ ଭବିଷ୍ୟତକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା । ବିରୋଧୀଙ୍କ ସହ ଦଳ ଭିତରୁ ମଧ୍ୟ କମଳନାଥଙ୍କୁ ବିରୋଧ ହେଲା । ଏହା ସତ୍ବେ କଂଗ୍ରେସ ହାଇକମାଣ୍ଡ କମଳନାଥଙ୍କ ଉପରେ ଭରସା କଲେ । ଏହି ବରିଷ୍ଠ ଅନୁଭବୀ ରାଜନେତା ଲୋକସଭାକୁ 8 ଥର ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ମଧ୍ଯ ହୋଇସାରିଥିଲେ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହେବାପରେ ଦଳରେ ଲାଗି ରହିଲା ସବୁବେଳେ କନ୍ଦଳ । କିନ୍ତୁ ସୃଷ୍ଟି ହେଉଥିବା କନ୍ଦଳକୁ କମଳନାଥ ଅଣଦେଖା କରିଆସୁଥିଲେ ।

ଯାହାର ଫଳ ସ୍ବରୂପ ନିଜ କାର୍ଯ୍ୟକାଳ ଶେଷ କରିବା ପୂର୍ବରୁ ମୁ୍ଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଆଉ ଦଳର ଦିନେ ସଂକଟ ମୋଚକ ଥିବା କମଳନାଥ ନିଜେ ବିରୋଧୀଙ୍କ ଚକ୍ରବ୍ୟୁହରେ ଫସିଗଲେ । ଯେଉଁ ଚକ୍ରବ୍ୟୁହରୁ ନା ନିଜ ପଦ ବଞ୍ଚାଇ ପାରିଲେ ନା ସରକାର । ଫଳରେ ହିନ୍ଦୀଭାଷି ମଧ୍ୟପ୍ରଦେଶ ଶାସନ ପୁଣିଥରେ ଗୈରିକ ହାତକୁ ଯିବା ସ୍ପଷ୍ଟ ହୋଇଛି ।

କମଳନାଥଙ୍କ ରାଜନୈତିକ ଜୀବନ ଓ ସାଂସଦ

1980- ପ୍ରଥମଥର 7ମ ଲୋକସଭାକୁ ନିର୍ବାଚିତ

1985- ଦ୍ବିତୀୟଥର 8ମ ଲୋକସଭାକୁ ନିର୍ବାଚିତ

1989- ତୃତୀୟଥର 9ମ ଲୋକସଭାକୁ ନିର୍ବାଚିତ

1991- 10ମ ଲୋକସଭାକୁ ନିର୍ବାଚିତ

1998- ଦ୍ବାଦଶ ଲୋକସଭାକୁ ନିର୍ବାଚିତ

2004- ଚତୁର୍ଦ୍ଦଶ ଲୋକସଭାକୁ ନିର୍ବାଚିତ

2009-ପଞ୍ଚଦଶ ଲୋକସଭାକୁ ନିର୍ବାଚିତ

2014-ଷଷ୍ଠଦଶ ଲୋକସଭାକୁ ନିର୍ବାଚିତ

କମଳନାଥଙ୍କ କେନ୍ଦ୍ରମନ୍ତ୍ରୀ ଯାତ୍ରା

1991-1995- କେନ୍ଦ୍ରରାଜ୍ୟ ମନ୍ତ୍ରୀ (ସ୍ବାଧିନ ଦାୟିତ୍ବ)- ଜଙ୍ଗଲ ଓ ପରିବେଶ

1995-1996- କେନ୍ଦ୍ରରାଜ୍ୟ ମନ୍ତ୍ରୀ (ସ୍ବାଧିନ ଦାୟିତ୍ବ)-ବସ୍ତ୍ର

2004-2009- କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗୀ ମନ୍ତ୍ରୀ

2009-2011- କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ

2011-2014- କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ

2012-2014- କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ

2001-2004- ଜାତୀୟ କଂଗ୍ରେସର ମହାସଚିବ

4-6 ଜୁନ 2014- ସାମୟିକ ସମୟ ପାଇଁ ଲୋକସଭା ବାଚସ୍ପତି ଦାୟିତ୍ବ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.