ETV Bharat / bharat

ପ୍ରଶାସନିକ ଅଧିକାରୀଙ୍କ ଗାଁ ମାଧବପଟ୍ଟି - ପ୍ରଶାସନିକ ଅଧିକାରୀଙ୍କ ଗାଁ ମାଧବପଟ୍ଟି

ଉତ୍ତରପ୍ରଦେଶର ମାଧବପଟ୍ଟି ଗାଁ ଏବେ ଚର୍ଚ୍ଚାରେ ରହିଛି । ତେବେ ଚର୍ଚ୍ଚାର କାରଣ ହେଉଛି ଏହି ଗାଁର ସଫଳତା । ପ୍ରଶାସନିକ ଅଧିକାରୀଙ୍କ ଗାଁ ମାଧବପଟ୍ଟି । ଏହି ଗାଁରେ 75ଟି ଘର ରହିଥିବା ବେଳେ ଗାଁରୁ ବାହାରିଛନ୍ତି 51 ଜଣ ପ୍ରଶାସନିକ ଅଧିକାରୀ । ଏବେ ଏହି ଗାଁ ପ୍ରଶାସନିକ ଅଧିକାରୀଙ୍କ ଗାଁ ଭାବେ ପରିଚିତ ହେଉଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Jul 31, 2019, 8:58 PM IST

ଜୌନପୁର: ଦେଶର ଏକମାତ୍ର ଅଫିସର ଗାଁ ହେଉଛି ଉତ୍ତରପ୍ରଦେଶର ମାଧବପଟ୍ଟି ଗାଁ । ପ୍ରଶାସନିକ ଅଧିକାରୀଙ୍କ ଗାଁ ମାଧବପଟ୍ଟି । ଏକଥା ଆମେ କହୁନୁ, କହୁଛି ଏହି ଗାଁର ପ୍ରତ୍ୟେକ ଘର ଓ ପରିବାର । ଏହି ଗାଁରେ ମାତ୍ର 75ଟି ଘର ରହିଥିବା ବେଳେ ଏଥିରୁ ବାହାରିଛନ୍ତି 51 ଅଫିସର । 51 ଜଣ ଅଫିସରଙ୍କ ମଧ୍ୟରେ ଅନେକ ଏବେ ବିଦେଶରେ ମଧ୍ୟ ନିଜ କର୍ତ୍ତବ୍ୟ ତୁଲାଉଛନ୍ତି । ତେବେ ଗାଁରୁ ଅଫିସର ହେବାର ପ୍ରକ୍ରିୟା 1952 ମସିହାରୁ ଆରମ୍ଭ ହୋଇଛି ।

ଜୌନପୁର ମୁଖ୍ୟାଳୟ ଠାରୁ ମାତ୍ର 10 କିମି ଦୂରରେ ରହିଛି ମାଧବପଟ୍ଟି ଗାଁ । ତେବେ ଏହି ଗାଁ ଅଫିସରଙ୍କ ଗାଁ ନାମରେ ପୁରା ଦେଶରେ ପରିଚିତ ଅଛି । 1952 ମସିହାରେ ପ୍ରକାଶ ସିଂ ସଫଳତା ହାସଲ କରିଥିଲେ । ଏହା ପରେ ଗାଁରୁ ପ୍ରତ୍ୟେକ ବର୍ଷ କେହି ନା କେହି ପ୍ରଶାସନିକ ସେବାରେ ସଫଳତା ହାସଲ କରି ଆସୁଛନ୍ତି ।

ତେବେ ଏହି ଗାଁର ଇନ୍ଦୁ ପ୍ରକାଶ ସିଂ ଓ ତାଙ୍କର 4 ଭାଇ ପ୍ରଶାସନିକ ସେବାରେ ଯୋଗଦେଇ ଦେଶର ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଏହି ଗାଁରୁ କେବଳ ପ୍ରଶାସନିକ ଅଧିକାରୀ ନୁହଁନ୍ତି, ବରଂ ବୈଜ୍ଞାନିକ ମାନେ ମଧ୍ୟ ସୃଷ୍ଟି ହୋଇଛନ୍ତି । ଅନେକ ବୈଜ୍ଞାନିକ ଦେଶ ବାହାରେ କାର୍ଯ୍ୟରତ ଅଛନ୍ତି । ଗାଁର ପ୍ରତ୍ୟେକ ଯୁବଗୋଷ୍ଠୀ ଉଚ୍ଚ ପଦାଧିକାରୀ ହେବା ପାଇଁ ଚେଷ୍ଟିତ ।

ଏହି ଗାଁର ଅବସରପ୍ରାପ୍ତ ପ୍ରଫେସର ସଜ୍ଜଲ ସିଂ କହିଛନ୍ତି ଇନ୍ଦୁ ସିଂ ଗାଁର ପ୍ରଥମ ପ୍ରଶାସନିକ ଅଧିକାରୀ । ଏହା ପରେ ତାଙ୍କ ପରିବାରର 14 ଜଣ ପ୍ରଶାସନିକ ଅଧିକାରୀ ହୋଇ ସାରିଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ଆଇଏଏସ ଓ ଆଇପିଏସ ହୋଇଛନ୍ତି ବୋଲି ସେ କହିଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.