କାନପୁର: ଜୟ ଶ୍ରୀରାମ ନାରା ପାଇଁ ଚାପ । କଥା ନ ଶୁଣିବାରୁ ମଦ୍ରାସା ଛାତ୍ରଙ୍କୁ ନିସ୍ତୁକ ମାଡ । ଘଟଣା ଘଟିଛି ଉତ୍ତର ପ୍ରଦେଶର କାନପୁର ଅଞ୍ଚଳରେ । ତେବେ ଏନେଇ ଶୁକ୍ରବାର ସ୍ଥାନୀୟ ଥାନାରେ ଏକ ମାମଲ ରୁଜୁ କରାଯାଇଛି ।
କିଛି ମଦ୍ରାସା ଛାତ୍ରମାନେ ଉନ୍ନାଓ ସରକାରୀ କଲେଜ ଗ୍ରାଉଣ୍ଡରେ କ୍ରିକେଟ ଖେଳୁଥିଲେ । ଅଚାନକ୍ ଚାରି ଜଣ ବ୍ୟକ୍ତି ଆସି ସେମାନଙ୍କୁ ମାଡ ମାରିଥିଲେ ଓ ଜୟ ଶ୍ରୀରାମ ନାରା ଦେବା ପାଇଁ ବାଧ୍ୟ କରିଥିଲେ ।
ତେବେ ଉକ୍ତ କଲେଜର ଅଧକ୍ଷଙ୍କ କହିବା ଅନୁଯାଇ ଦୁର୍ବୃତ୍ତମାନେ ଛାତ୍ରମାନଙ୍କଠାରୁ କ୍ରିକେଟ ବ୍ୟାଟ ଛଡାଇ ସେମାନଙ୍କୁ ନିସ୍ତୁକ ମାଡ ମାରିଛନ୍ତି । କିଛି ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି ।