ETV Bharat / bharat

ପ୍ରତିଶ୍ରୁତି ରଖିଲେ କେଜ୍ରିୱାଲ: ମୃତ କୋରୋନା ଯୋଦ୍ଧା ପରିବାରକୁ ଦେଲେ 1 କୋଟି ସହାୟତା ରାଶି - କୋରୋନା ଯୋଦ୍ଧାଙ୍କ ପରିବାରୁ 1 କୋଟି ଟଙ୍କାର ସହାୟତା ରାଶି

କୋରୋନା ଯୋଦ୍ଧାଙ୍କ ପରିବାରୁ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

CM gave one crore rupees to Corona Warrie
ମୃତ କୋରୋନା ଯୋଦ୍ଧା ପରିବାରକୁ ଦେଲେ 1 କୋଟି ସହାୟତା ରାଶି
author img

By

Published : Aug 3, 2020, 8:51 PM IST

ନୂଆଦିଲ୍ଲୀ: କୋରୋନା ଯୋଦ୍ଧାଙ୍କ ପରିବାରକୁ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅନେକ ରୋଗୀଙ୍କ ଜୀବନ ବଞ୍ଚାଇ ଶେଷରେ ନିଜେ କୋରୋନାରେ ପ୍ରାଣ ହରାଇଥିବା କୋଭିଡ ଡାକ୍ତରଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜ କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ । କୋରୋନାରେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ପରେ ପରିବାରୁ 1 କୋଟି ସହାୟତା ରାଶି ଯୋଗାଇଦେବାକୁ କେଜ୍ରିୱାଲ ଘୋଷଣା କରିଥିଲେ ।

CM gave one crore rupees to Corona Warrie
ମୃତ କୋରୋନା ଯୋଦ୍ଧା ପରିବାରକୁ ଦେଲେ 1 କୋଟି ସହାୟତା ରାଶି

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ବାସଭବନରେ ଡ଼ଃ ଯୋଗେନ୍ଦର ସିଂଙ୍କ ପିତାଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଟ୍ବିଟ ବି କରିଛନ୍ତି । ସେ ଲେଖିଥିଲେ, ‘ ଆଜି ତାଙ୍କ ପରିବାର ସହ ସାକ୍ଷାତ କରି ଏକ କୋଟି ସହାୟତା ରାଶି ପ୍ରଦାନ କରିଛି । ଭବିଷ୍ୟତରେ ତାଙ୍କ ପରିବାରକୁ ଯଥା ସମ୍ଭବ ସାହାଯ୍ୟ କରିବୁ ’ । ପ୍ରକାଶଥାଉକି, 27 ଜୁଲାଇରେ ଯୋଗେନ୍ଦର ସିଂଙ୍କ କୋରୋନାରେ ମୃତ୍ୟୁ ହୋଇଥିଲା । 23 ଜୁଲାଇରେ ଥଣ୍ଡା ଥିବା କାରଣରୁ କୋରୋନା ପରୀକ୍ଷା କରାଇଥିଲେ ଓ ଏହାପରେ କୋରୋନା ପଜିଟିଭ୍ ବାହାରିଥିଲା ।

ଦିଲ୍ଲୀରେ ଲଗାତାର ମେଡିକାଲ କର୍ମଚାରୀ କୋରୋନା ସଂକ୍ରମିତ ହେଉଛନ୍ତି । 42 ବର୍ଷିୟ ଡାକ୍ତର ସରକାରଙ୍କ ରାଷ୍ଟ୍ରିୟ ସ୍ବାସ୍ଥ୍ୟ ମିଶନ ଅନ୍ତର୍ଗତ ବେଗମପୁରର ଏକ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.