ଲକ୍ଷ୍ନୌ: ମହାମାରୀ କୋରୋନାର ପ୍ରତିରୋଧ ପାଇଁ ମଧ୍ୟରାତ୍ରରୁ ସାରା ଭାରତକୁ 21 ଦିନ ପାଇଁ ଲକ୍ ଡାଉନ କରାଯାଇଛି । କୋରୋନା ଭାଇରସର ପ୍ରଚାର ପ୍ରସାରକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ଏହି ଦୃଢ ପଦକ୍ଷେପ ନେଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଗାଇଡଲାଇନ ପାଳନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଉଛି । ଲୋକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଏହି ଲକଡାଉନ କରାଯାଇଛି ।
ସାରା ଭାରତରେ ଲକ ଡାଉନ ପରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଜନଶୂନ୍ୟ ହୋଇପଡିଛି । କେବଳ ଜରୁରୀ ଜିନିଷ ପନିପରିବା, କ୍ଷୀର ନେବା ପାଇଁ ଆସୁଥିବା କେତେକ ଲୋକଙ୍କୁ ଦେଖିବାକୁ ମିଳିଥିଲା । ବୁଧବାର ଲକ୍ଷ୍ନୌ ସହରର ଚୈତ୍ର ନବରାତ୍ରର ଆଜି ହେଉଛି ପ୍ରଥମ ଦିନ କିନ୍ତୁ ସହରର ସମସ୍ତ ମନ୍ଦିର ବନ୍ଦ ରହିଛି । କାଳୀ ମନ୍ଦୀରରେ କାଁ ଭାଁ ଭକ୍ତଙ୍କୁ ଦେଖିବାକୁ ମିଳିଛି । କୋରୋନା ଭାଇରସର ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେବଳ ସାମାଜିକ ଦୂରତ୍ବ ଏକ ମାତ୍ର ମଧ୍ୟମ ଯାହା ଦ୍ବାରା ବ୍ୟକ୍ତି ସୁରକ୍ଷିତ ରହିପାରିବ । ଲକଡାଉନ ଦ୍ବାରା ଲୋକେ ନିଜ ଘରେ ରହି ଏହି ମାରାତ୍ମକ ରୋଗର ଚେନ ସିଷ୍ଟମକୁ ଭଙ୍ଗ କରିପାରିବେ ଯାହାଦ୍ବାରା ଲୋକେ ସୁରକ୍ଷିତ ରହିପାରିବେ ।
ସୂଚନା ଥାଉକି କୋରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 500 ରୁ ଅଧିକ ହୋଇଯାଇଛି । ଏପର୍ଯ୍ୟନ୍ତ ଭାରତରେ 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ 2 ଜଣ ବିଦେଶୀ ସାମିଲ ଥିବା ଜଣାପଡିଛି । ଅନ୍ୟପକ୍ଷରେ ପ୍ରାୟ 45ରୁ ଅଧିକ ଲୋକ ସୁସ୍ଥ ହେଇ ଘରକୁ ଫେରିଥିବା ସୂଚନା ମିଳିଛି । ଚାଇନାରୁ ଆରମ୍ଭ ହୋଇଥିବା କୋରୋନା ଭାଇରସ ବର୍ତ୍ତମାନ ବିଶ୍ବର ଅଧିକାଂଶ ଦେଶରେ ହଇଚଇ ସୃଷ୍ଟି କରୁଛି ।