ଲକ୍ଷ୍ନୌ: ଲଭ ଜିହାଦ ମାମଲାକୁ ନେଇ ଉତ୍ତରପ୍ରଦେଶର ମୁରାଦାବାଦରେ ବଡ ହଙ୍ଗାମା । ଜଣେ ଯୁବତୀଙ୍କୁ ବଜରଙ୍ଗଦଳର କିଛି କାର୍ଯ୍ୟକର୍ତ୍ତା ନେଇ କାଣ୍ଠ ଥାନାରେ ପହଞ୍ଚିଥିଲେ । ଯୁବତୀ ଜଣଙ୍କୁ ଜୋର ଜବରଦସ୍ତି ଧର୍ମପରିବର୍ତ୍ତନ କରି ବିବାହ ଘର କରାଯାଉଥିବା ନେଇ କରିଥିଲେ ଅଭିଯୋଗ । ହେଲେ ଅପରପକ୍ଷେ ଯୁବତୀ ଜଣକ ସାବାଳିକା ହୋଇଥିବାବେଳେ 5 ମାସ ପୂର୍ବରୁ କୋର୍ଟରେ ବିବାହ କରିସାରିଥିବା ପ୍ରତିକ୍ରିୟା ଦେଇଛନ୍ତି ।
ଏହାର କିଛି କ୍ଷଣ ପରେ ଯୁବତୀ ଜଣଙ୍କ ମା' ପହଞ୍ଚି ବାହାଘର ପାଇଁ ପ୍ରବର୍ତ୍ତାଇଥିବା ଯୁବକ ଓ ତାର ଭାଇ ନାଁରେ ଲଭ ଜିହାଦର ଅଭିଯୋଗ ଲଗାଇଥିଲେ । ତେବେ ଘଟଣାକୁ ଗମ୍ଭୀରତାର ସହ ନେଇ ଅଧିନିୟମ 3/5 ଆଧାରରେ ପୋଲିସ ମାମଲା ରୁଜୁ କରିବା ସହ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛନ୍ତି ।
ଧର୍ମପରିବର୍ତ୍ତନ ଉତ୍ତରପ୍ରଦେଶରେ ଆଇନ ପ୍ରଣୟନ ହେବା ପରେ ମୁରାଦାବାଦରେ ଗିରଫଦାରୀକୁ ନେଇ ଏହା ପ୍ରଥମ ମାମଲା । ତେବେ ଯୁବତୀ ଜଣକ ବିଜନୋରର ବୋଲି ଜଣାପଡିଛି ।