ETV Bharat / bharat

ଜୁନ 8 ରୁ ଆନ୍ଧ୍ରପ୍ରଦେଶ ସ୍ଥିତ ବାଲାଜୀଙ୍କ ଦର୍ଶନ ଆରମ୍ଭ, ଟିଟିଡିର ସୂଚନା

author img

By

Published : Jun 5, 2020, 7:41 AM IST

ଜୁନ୍ 8 ରୁ ଆନ୍ଧ୍ରପ୍ରଦେଶ ବାଲାଜୀଙ୍କ ଦର୍ଶନ ଆରମ୍ଭ ହେବ। ଏନେଇ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ପ୍ରଶାସନ ଗୁରୁବାର ଦିନ ଘୋଷଣା କରିଛି।

ଜୁନ 8 ରୁ ଆନ୍ଧ୍ରପ୍ରଦେଶ ସ୍ଥିତ ବାଲାଜୀଙ୍କ ଦର୍ଶନ ଆରମ୍ଭ, ଟିଟିଡିର ସୂଚନା
ଜୁନ 8 ରୁ ଆନ୍ଧ୍ରପ୍ରଦେଶ ସ୍ଥିତ ବାଲାଜୀଙ୍କ ଦର୍ଶନ ଆରମ୍ଭ, ଟିଟିଡିର ସୂଚନା

ହାଇଦ୍ରାବାଦ୍: ଜୁନ୍ 8 ରୁ ଆନ୍ଧ୍ରପ୍ରଦେଶ ବାଲାଜୀଙ୍କ ଦର୍ଶନ ଆରମ୍ଭ ହେବ। ଏନେଇ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ପ୍ରଶାସନ ଗୁରୁବାର ଦିନ ଘୋଷଣା କରିଛି। ଟିଟିଡି କାର୍ଯ୍ୟନିର୍ବାହୀ ଅଧିକାରୀ ଅନିଲ କୁମାର ସିଙ୍ଗଲ ଏବଂ ଅତିରିକ୍ତ ଇଓ ଏ.ଭି. ଧର୍ମ ରେଡ୍ଡୀ ଅନ୍ୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ ଏହି ନିଷ୍ପତ୍ତି ନିଆଯାଇଛି।

"କୋରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଭକ୍ତମାନଙ୍କ ପାଇଁ ପ୍ରଭୁ ବାଲାଜୀ ଦର୍ଶନ ପ୍ରାୟ 75 ଦିନ ପାଇଁ ବନ୍ଦ ରହିଥିଲା। ବର୍ତ୍ତମାନ ଟିଟିଡି ସମସ୍ତ ସତର୍କତାମୂଳକ ପଦକ୍ଷେପ ସହିତ ଜୁନ୍ 8 ରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ପାଳନ କରି ଦର୍ଶନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି" ବୋଲି ସିଙ୍ଗଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

ସମୀକ୍ଷା ବୈଠକରେ ଭକ୍ତମାନଙ୍କୁ ଭଗବାନ ବାଲାଜୀଙ୍କ ଦର୍ଶନ, ପରିବହନ, ରହିବା, ଲଡୁ ପ୍ରସାଦମ୍, ପରିମଳ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ସାମାଜିକ ଦୂରତା ନୀତି ଅନୁସରଣ କରି କେତେ ଭକ୍ତଙ୍କୁ ଏକ ଘଣ୍ଟା ପାଇଁ ଦର୍ଶନ ପାଇଁ ପଠାଯାଇପାରିବ ସେନେଇ ବିଚାର କରାଯାଇଥିବା ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।

ଦେଶବ୍ୟାପୀ ତାଲାବନ୍ଦ ଘୋଷଣା ସହିତ ତିରୁମାଲାସ୍ଥିତ ପ୍ରଭୁ ବାଲାଜୀ ମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା। ମେ 30 ରେ ମନ୍ଦିର ଖୋଲିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏହି ସମୟରେ ଭଗବାନ ବାଲାଜୀ ମନ୍ଦିରରେ ତିନି ଦିନ ଧରି ଜ୍ୟେଷ୍ଠ ଅଭିଷେକମ୍ ଉତ୍ସବ ଆରମ୍ଭ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.