ବେଙ୍ଗାଲୁରୁ: ତାମିଲନାଡୁରୁ ଖସିଆସି କର୍ଣ୍ଣାଟକରେ ଲୁଚିଛି ସନ୍ଦିଗ୍ଧ ପାକିସ୍ତାନୀ ଆତଙ୍କବାଦୀ । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମାଲପେ ଓ ଏହାର ଆଖପାଖ ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା ନେଇ ଲୁକ ଆଉଟ ନୋଟିସ ଜାରି କରିଛି ମାଙ୍ଗାଲୁରୁ କୋଷ୍ଟ ଗାର୍ଡ ପୋଲିସ ।
ସାଧାରଣତଃ ସମୁଦ୍ର ପଥ ଦେଇ ଆତଙ୍କବାଦୀ ଖୁବ୍ ସହଜରେ ଦେଶରେ ଅନୁପ୍ରବେଶ କରିଥାନ୍ତି । ଏନେଇ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ସହ କୌଣସି ପ୍ରକାର ସନ୍ଦିଗ୍ଧ ଗତିବିଧି ନଜର ଆସିବା ମାତ୍ରେ ବିଭାଗକୁ ସୂଚିତ କରିବା ପାଇଁ ଏହି ଲୁକ ଆଉଟ ନୋଟିସରେ କୁହାଯାଇଛି ।
ସୂଚନା ଯୋଗ୍ୟ ଯେ, ଗତ 23 ତାରିଖରେ ଶ୍ରୀଲଙ୍କା ଦେଇ 6 ପାକିସ୍ତାନୀ ଆତଙ୍କବାଦୀ ତାମିଲନାଡୁରେ ଅନୁପ୍ରବେଶ କରିଥିଲେ ।