ETV Bharat / bharat

ଲୋକସଭାରେ ଅଭବନୀୟ ଘଟଣା; କର୍ଯ୍ୟାନୁଷ୍ଠାନ ଦାବି କଲେ ରାଜନୈତିକ ଦଳ - ଡ. ହର୍ଷବର୍ଦ୍ଧନ

ଶୁକ୍ରବାର ଲୋକସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ବକ୍ତବ୍ୟ ରଖୁଥିବା ବେଳେ ଘଟିଲା ଏଭଳି ଘଟଣା । କଣ ଥିଲା ଘଟଣା ପଢନ୍ତୁ ସଂପୂର୍ଣ୍ଣ ଖବର...

Lokshaba
Lokshaba
author img

By

Published : Feb 8, 2020, 4:24 AM IST

ନୂଆଦିଲ୍ଲୀ: ଶୁକ୍ରବାର ଲୋକସଭାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗତ ଦୁଇଦିନ ତଳେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଅଶୋଭନୀୟ ଭାଷା ପ୍ରୟୋଗ କରିଥିଲେ । ଏସଂପର୍କରେ ଶୁନ୍ୟକାଳରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ନିଜ ବକ୍ତବ୍ୟ ରଖୁଥିବା ବେଳେ କଂଗ୍ରେସ ସାଂସଦ ମାନେ ଉତକ୍ଷିପ୍ତ ହୋଇ ମନ୍ତ୍ରୀଙ୍କ ନିକଟକୁ ଚାଲିଆସିଥିଲେ ।

ଲୋକସଭାରେ ଅଭବନୀୟ ଘଟଣା; କର୍ଯ୍ୟାନୁଷ୍ଠାନ ଦାବି କଲେ ରାଜନୈତିକ ଦଳ

ବାଚସ୍ପତି ଓମ ବିର୍ଲାଙ୍କ ବାରମ୍ବାର ତାଗିଦ ସତ୍ବେ ଧସେଇ ପଶିଥିଲେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଓ ଅନ୍ୟ କଂଗ୍ରେସ ସାଂସଦ ମାନେ । ମନ୍ତ୍ରୀଙ୍କୁ ଘେରିଯାଇ ହୋହାଲ୍ଲା କରିଥିଲେ । ଏହାର ପ୍ରତିବାଦ କରିଥିଲେ ବିଜେପି ସାଂସଦମାନେ । ଉଭୟ ଦଳ ମଧ୍ୟରେ ଧସ୍ତା ଧସ୍ତି ହେବା ପର୍ଯ୍ୟନ୍ତ ପରିସ୍ଥିତି ଉପୁଜିଲା । ବାଚସ୍ପତି ତୁରନ୍ତ ଗୃହକୁ ଅପରାହ୍ନ 1 ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଏହାପରେ ମଧ୍ୟ ଗୃହ ସ୍ବାଭାବିକ ହୋଇନଥିଲା । ପୁଣିଥରେ ଦିନ 2ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତିଙ୍କ ଅନୁପସ୍ଥିତିରେ ବରିଷ୍ଠ ସାଂସଦ ଏ ରାଜା ଗୃହରେ ଅଧ୍ୟକ୍ଷତା କରୁଥିଲେ । ତୁରନ୍ତ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କଂଗ୍ରେସ ସାଂସଦଙ୍କ ଅଶୋଭନୀୟ କାର୍ଯ୍ୟକୁ କଡା ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ଗୃହରେ ଉଭୟ ପକ୍ଷରୁ ହୋହାଲ୍ଲା ଜାରି ରହିବାରୁ କାମଚଳା ବାଚସ୍ପତି ଏ ରାଜା ଗୃହକୁ ସୋମବାର ପର୍ଯ୍ୟନ୍ତ ମୁତଲବୀ ରଖିଥିଲେ । ଏହି ଘଟଣାକୁ ନେଇ ବିଜେପି କଂଗ୍ରେସ ମଧ୍ୟରେ ବାକଯୁଦ୍ଧ ଜାରି ରହିଛି ।

ସୌଜନ୍ୟ- ଲୋକସଭା

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.