ETV Bharat / bharat

କୋଟା ହସ୍ପିଟାଲ୍‌ରେ ଶିଶୁ ମଡ଼କ: ପରିଦର୍ଶନ କଲେ ବାଚସ୍ପତି ଓମ୍‌ ବିର୍ଲା - ଜେକେ ଲୋନ୍‌ ହସ୍ପିଟାଲ ପରିଦର୍ଶନ କଲେ ବାଚସ୍ପତି ଓମ୍‌ ବିର୍ଲା

ଲୋକସଭା ବାଚସ୍ପତି ଓମ୍‌ ବିଲ୍ଲା ରବିବାର ରାଜସ୍ଥାନର କୋଟାରେ ଥିବା ଜେ.କେ ଲୋନ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଏହି ହସ୍ପିଟାଲରେ ଶିଶୁ ମଡକ ଘଟଣା ସାମ୍ନାକୁ ଆସିବା ପରେ ସେ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

Lok Sabha Speaker Om Birla visited the hospital in Kota
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Dec 29, 2019, 5:43 PM IST

କୋଟା: ଲୋକସଭା ବାଚସ୍ପତି ଓମ୍‌ ବିଲ୍ଲା ରବିବାର ରାଜସ୍ଥାନର କୋଟା ଠାରେ ଥିବା ଜେ.କେ ଲୋନ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଏହି ହସ୍ପିଟାଲରେ ଶିଶୁ ମଡକ ଘଟଣା ସାମ୍ନାକୁ ଆସିବା ପରେ ସେ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଏହାସହ ହସ୍ପିଟାଲର ଭିତ୍ତିଭୂମି ଓ ଚିକିତ୍ସା ଉପକରଣର ଅଭାବ ରହିଥିବା କହିଛନ୍ତି । ଏହାସହ ହସ୍ପିଟାଲରେ ଥିବା ଅନେକ ଉପକରଣ ଖରାପ ସ୍ଥିତିରେ ରହିଥିବା ସେ କହିଛନ୍ତି ।

Lok Sabha Speaker Om Birla visited the hospital in Kota
ଫଟୋ ସୌଜନ୍ୟ: ଏଏନଆଇ

ପରିଦର୍ଶନ ପରେ ସେ ହସ୍ପିଟାଲ ପାଇଁ ଆବଶ୍ୟକୀୟ ଉପକରଣର ଏକ ଲିଖିତ ତାଲିକା ପ୍ରସ୍ତୁତ କରି ପ୍ରଦାନ କରିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କହିଛନ୍ତି । ସମସ୍ତ ଉପକରଣ 15 ଦିନ ଭିତରେ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କୋଟା ସ୍ଥିତ ଜେକେ ଲୋନ ହସ୍ପିଟାଲରେ ଗତ 24 ଦିନ ଭିତରେ 77 ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଗଲା ଦୁଇ ଦିନ ଭିତରେ 10 ଶିଶୁଙ୍କ ମୃତ୍ୟୁ ପରେ ଏହାକୁ ନେଇ ରାଜସ୍ଥାନରେ ରାଜନୀତି ଜୋର ଧରିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶିଶୁ ମୃତ୍ୟୁକୁ ନେଇ ବିବଦୀୟ ବୟାନ ଓ ପରେ ଟ୍ବିଟ କରି ସଫେଇ ଦେବା ପରେ ବିରୋଧୀ ଟାର୍ଗେଟ କରିଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.