ETV Bharat / bharat

ସୁଷମାଙ୍କ ପରେ ରାହୁଲଙ୍କୁ ସ୍ମୃତି ଇରାନୀଙ୍କ କଡା ଜବାବ

ଚଳିତ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କୁ କଡା ଟକ୍କର ଦେଉଛନ୍ତି ସ୍ମୃତି ଇରାନି । ଗତ ନିର୍ବାଚନରେ ଆମେଠୀ ନିର୍ବାଚନ ମଣ୍ଡଳୀରୁ ରାହୁଲଙ୍କ ଠାରୁ ପରାସ୍ତ ହୋଇଥିଲେ ସ୍ମୃତି ଇରାନୀ।

author img

By

Published : Apr 9, 2019, 12:57 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଗତକାଲି ଉନ୍ମୋଚିତ ହୋଇଥିବା ବିଜେପିର ସଂକଳ୍ପ ପତ୍ରକୁ ଆଜି ସମାଲୋଚନା କରିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।

ଆଜି ରାହୁଲ ଗାନ୍ଧୀ ଟ୍ବିଟ କରି ବିଜେପିର ଇସ୍ତାହାରକୁ ସମାଲୋଚନା କରିବା ସହ ଏହା ବନ୍ଦ କଠୋରୀରେ ପ୍ରସ୍ତୁତ କରାଯାଇଛି ବୋଲି କହିଥିଲେ। ରାହୁଲଙ୍କ ଏ ଅଭିଯୋଗର କଡା ଜବାବ ଦେଇ ରାହୁଲଙ୍କୁ ଜବରଦସ୍ତ ଆକ୍ରମଣ କରିଛନ୍ତି ସ୍ମୃତି । ସେ ସିଧା ରାହୁଲଙ୍କ ଉପରେ ହମଲା କରି କହିଛନ୍ତି 'ବିଜେପି ପ୍ରତି ରାହୁଲ ଗାନ୍ଧୀଙ୍କ "ବିଶେଷ ଅସୁବିଧା ଅଛି" ଯେଉଁଥିପାଇଁ ରାହୁଲ କିଛି ବି କହିଯାଉଛନ୍ତି । ତାହାଛଡା କେବେ ରାହୁଲ ଗାନ୍ଧୀ ଦେଶର ହିତପାଇଁ ବା ଦେଶର ଭବିଷ୍ୟତ ପାଇଁ କିଛି ଚିନ୍ତା କରିଛନ୍ତି କି ? ଯଦି କରିଥିବେ ଜାଣିପାରିବେ ଦେଶର ନଜରିୟା କଣ, କିନ୍ତୁ ରାହୁଲ ଗାନ୍ଧୀଙ୍କ କୌଣସି ନଜରିୟା ନାହିଁ । ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଆମେଠୀ। ଦୀର୍ଘଦିନ ଏଠି ସାଂସଦ ରହିଥିଲେ ମଧ୍ୟ ଆମେଠୀର ସ୍ଥିତି କଣ ଦେଶବାସୀ ଜାଣନ୍ତି ବୋଲି କହିଛନ୍ତି ସ୍ମୃତି ଇରାନୀ ।'

ଏହାସହ ସ୍ମୃତି କହିଛନ୍ତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିବା ସହ ସେ ଜଣେ ଏମିତି ବ୍ୟକ୍ତି ଯିଏ କ୍ଷମତାଶାଳୀ ଓ ଦେଶର ନବନିର୍ମାଣ ପାଇଁ ସଂକଳ୍ପ ନେଇଛନ୍ତି, କିନ୍ତୁ ଅନ୍ୟପଟେ ଜଣେ ବ୍ୟକ୍ତି ଯିଏକି କେବଳ ଘୋଷଣା କରନ୍ତି ତାଙ୍କର କିଛି ସଂକଳ୍ପ ନାହିଁ

Intro:Body:

AD

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.