ETV Bharat / bharat

ଉତ୍ତର ପ୍ରଦେଶରେ ମାତିଛନ୍ତି ପଙ୍ଗପାଳ - Locust attacks in UP, districts put on alert

ଉତ୍ତର ପ୍ରଦେଶର 7 ଜିଲ୍ଲାରେ ମାତିଛନ୍ତି ପଙ୍ଗପାଳ । ଘଉଡାଇବା ପାଇଁ ବାସନ ବଜାଉଛନ୍ତି ଲୋକେ। କୃଷି ବିଭାଗ ପକ୍ଷରୁ କରାଯାଉଛି ରାସାୟନିକ ସ୍ପ୍ରେ । ପୋଲିସର ସାଇରନକୁ ମଧ୍ୟ କରାଯାଉଛି ବ୍ୟବହାର । ଅଧିକ ପଢନ୍ତୁ....

Locust attacks in UP, districts put on alert
ଉତ୍ତର ପ୍ରଦେଶର ସାତ ଜିଲ୍ଲାରେ ମାତିଛନ୍ତି ପଙ୍ଗପାଳ
author img

By

Published : Jun 28, 2020, 3:58 PM IST

ଲକ୍ଷ୍ମୌ : ଫେରିଲେ ପଙ୍ଗପାଳ ଦଳ । ସାରାବିଶ୍ବରେ ମହାମାରୀ କୋରୋନା ତାଣ୍ଡବ ରଚୁଥିବା ବେଳେ ଏବେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଓ ଦିଲ୍ଲୀ ଚାଷୀଙ୍କୁ ଘାରିଛି ପଙ୍ଗପାଳ ଚିନ୍ତା । ଉତ୍ତର ପ୍ରଦେଶର ଝାନସୀ, ଚିତ୍ରାକୋଟ, ପ୍ରୟାଗରାଜ, ପ୍ରତାପଗଡ଼, ଭାଦୋହି, ଆଜାମଗଡ ଓ ଆମ୍ବେଦକରନାଗର ଜିଲ୍ଲା ଗୁଡିକୁ ପଙ୍ଗାପାଳ ଆସୁଛନ୍ତି । ଦୁଇଦିନ ଧରି ଏହି ଦଳ ଆସି ଫସଲ ନଷ୍ଟ କରୁଛନ୍ତି।

ୟୁପି କୃଷି ବିଭାଗ କହିଛି ଯେ ହମିରପୁର, ବୃନ୍ଦା, ଫତେହପୁର, ମିର୍ଜାପୁର, ସୁଲତାନପୁର, ମାଉ ଏବଂ ବାଲିଆ ପରି ପଡୋଶୀ ଜିଲ୍ଲାର ଅଧିକାରୀମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । କୃଷି ମନ୍ତ୍ରୀ ସୂର୍ଯ୍ୟ ପ୍ରତାପ ଶାହିଙ୍କ ଡିଓରିଆ ଜିଲ୍ଲାକୁ ମଧ୍ୟ ପଙ୍ଗପାଳ ଦଳ ଆକ୍ରମଣ କରିଛନ୍ତି । ଡିଓରିଆକୁ ବହୁ ପଙ୍ଗପାଳ ଆସିଥିଲେ, କିନ୍ତୁ ବାଇସିଲା ମାଇନୁଦ୍ଦିନ ଗାଁକୁ ଆକ୍ରମଣ କରିଥିବା ବେଳେ ସ୍ଥାନୀୟ ବାସିନ୍ଦା ପଙ୍ଗପାଳଙ୍କୁ ବାଜା ବଜାଇ ଘଉଡାଇଛନ୍ତି । ସେହିପରି କୁଶିନଗରକୁ ପଙ୍ଗପାଳ ଦଳ ଯାଇଥିବା ବେଳେ ସେମାନ ଘଉଡାଇବା ପାଇଁ ରାସାୟନିକ ସ୍ପ୍ରେ କରାଯାଇଥିଲା ବେଳେ ସମସ୍ତ ଜିଲ୍ଲାବାସୀଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି ।

କୃଷିମନ୍ତ୍ରୀ କହିଛନ୍ତି ଯେ,ଅଗ୍ନିଶମ ଗାଡି ମାଧ୍ୟମରେ ରାସାୟନିକ ସ୍ପ୍ରେ କରାଯାଉଛି । ଏହି ପଙ୍ଗପାଳଙ୍କୁ ଘଉଡାଉବା ପାଇଁ ଥାଳି ବାଡେଇବା ସହିତ ଧୂଆଁ ଦିଆଯାଉଛି । ଏପରିକି, ପୋଲିସର ସାଇରନ୍ ଓ ଧୂଆଁ ବ୍ୟବହାର ମଧ୍ୟ ବ୍ୟବହାର କରାଯାଉଛି । ପଙ୍ଗପାଳକୁ ମାରିବା ପାଇଁ ରାସାୟନିକ ସ୍ପ୍ରେ ପାଇଁ ୟୁପି ସରକାର ରାଜ୍ୟର ପ୍ରତ୍ୟେକ ସୀମାନ୍ତ ଜିଲ୍ଲାକୁ ପାଞ୍ଚ ଲକ୍ଷ ଟଙ୍କା ଦେଇଛନ୍ତି । ଏହା ବ୍ୟତୀତ ପରିସ୍ଥିତିକୁ ତଦାରଖ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଏକ ମନିଟରିଂ କମିଟି ଗଠନ କରାଯାଇଛି। ଦେଓରିଆ ଜିଲ୍ଲା ମାଜିଷ୍ଟ୍ରେଟ୍ ଅମିତ କିଶୋର କହିଛନ୍ତି କୁଶୀନଗରକୁ ପଙ୍ଗପାଳ ଦଳ ମୁହାଁଇଛନ୍ତି । ରାଜ୍ୟରେ ମୌସୁମୀର ଆଗମନ ଆରମ୍ଭ ହୋଇଯାଇଛି ।

ପଙ୍ଗପାଳ ସତର୍କତା ସଂଗଠନ( Locust Warning Organisation) ଭାରତ ଏବଂ ପଡୋଶୀ ପାକିସ୍ଥାନ ମଧ୍ୟରେ ମରୁଭୂମି ଅଞ୍ଚଳରେ ବୁଲୁଥିବା ପଙ୍ଗପାଳକୁ ଦମନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ବିଶେଷଜ୍ଞଙ୍କ ଅନୁଯାୟୀ ଭାରତରେ ଚାରି ପ୍ରକାରର ପଙ୍ଗପାଳ ଦେଖିବାକୁ ମିଳୁଛି । ଡିଜର୍ଟ ଲୋକୁଷ୍ଟ, ମିଗ୍ରାଟୋରୀଲୋକୁଷ୍ଟ,ବମ୍ବେ ଲୋକୁଷ୍ଟ ଓ ଟ୍ରିଲୋକୁଷ୍ଟ। ତେବେ,ମରୁଭୂମି ପଙ୍ଗପାଳକୁ ସବୁଠାରୁ ଅଧିକ ବିନାଶକାରୀ ଭାବରେ ବିବେଚନା କରାଯାଏ କାରଣ ଏହା ଦ୍ରୁତ ଗତିରେ ଉଡିଥାଏ । ଏହି ପଙ୍ଗାପାଳ ଦିନକୁ 150 କିଲୋମିଟର ଅତିକ୍ରମ କରିବାରେ ସକ୍ଷମ ହୋଇଥାଏ ।

@ IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.