ଲକ୍ଷ୍ନୌ: ଲକଡାଉନ୍ ମଧ୍ୟରେ ବସ ଚାଲୁଥିବା ମିଥ୍ୟାଖବର ପାଇ ଶହ ଶହ ଶ୍ରମିକ ନୋଏଡାର ମୋରନା ବସ୍ ଡିପୋରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଥିବା ପୋଲିସ ଯେତେବେଳେ ଶ୍ରମିକଙ୍କୁ ହଟାଇବାକୁ ଚେଷ୍ଟା କରିଥିଲେ । ପରେ ଶ୍ରମିକମାନେ ପୋଲିସ ଫାଣ୍ଡି ଉପରେ ଆକ୍ରମଣ କରିଦେଇଥିଲେ ।
ଏହି ଶ୍ରମିକମାନେ ମୋରାନା ଡିପୋ ନିକଟରେ ଅବସ୍ଥିତ ଏକ ନିର୍ମାଣ ସ୍ଥଳରେ କାର୍ଯ୍ୟ କରୁଥିଲେ ଓ ଲକଡାଉନ୍ ପରେ ଘରକୁ ଯିବାକୁ ଚାହୁଁଥିଲେ । 12 ଜଣରୁ ଅଧିକ ଶ୍ରମିକଙ୍କୁ ସେକ୍ଟର 24 ପୋଲିସ ଷ୍ଟେସନ ଗିରଫ କରିଛି। ଏହି ଶ୍ରମିକଙ୍କ ବିରୋଧରେ ଲକଡାଉନ୍ ନିୟମ ଉଲ୍ଲଂଘନ ମାମଲା ରୁଜୁ ହୋଇଛି।
ପୋଲିସ ଅଧିକାରୀଙ୍କ ମତରେ ଶ୍ରମିକମାନେ ବସ୍ରେ ଚଢିବାକୁ ଚେଷ୍ଟା କରିଥିଲେ। ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ତାଙ୍କୁ ବସ୍ରେ ଚଢିବାକୁ ଅଟକାଇଥିଲେ। ଶ୍ରମିକମାନେ ଏହାକୁ ନେଇ ପ୍ରତିବାଦ ଆରମ୍ଭ କରିଥିଲେ । ପୋଲିସ ସାମାନ୍ୟ ବଳ ପ୍ରୟୋଗ କରି ଶ୍ରମିକଙ୍କୁ ସେଠାରୁ ହଟାଇ ଦେଇଥିଲା।