ETV Bharat / bharat

ଲକ ଡାଉନ; ଅନଲାଇନ ମଦ ବିକ୍ରିକୁ ନେଇ ଜବାବ ଦେଲା ମହାରାଷ୍ଟ୍ର - ଅନ-ଲାଇନ ମଦ ବିକ୍ରି

ଅନ-ଲାଇନ ମଦ ବିକ୍ରି ଉପରେ ସ୍ପଷ୍ଟୀକରଣ ରଖିଲେ ମହାରାଷ୍ଟ୍ର ରାଜ୍ୟ ଅବକାରୀ ବିଭାଗ । ଲକ ଡାଉନ ସମୟରେ ଅନଲାଇନ କିମ୍ବା ହୋମ ଡେଲିଭରି ପାଇଁ କାହାକୁ ଅନୁମତି ଦିଆଯାଇନାହିଁ ।

ଲକ ଡାଉନ; ଅନ-ଲାଇନ ମଦ ବିକ୍ରି ଉପରେ ସ୍ପଷ୍ଟୀକରଣ ଦେଲା ମହାରାଷ୍ଟ୍ର

author img

By

Published : Apr 12, 2020, 3:26 PM IST

ମୁମ୍ବାଇ: ଲକ ଡାଉନ ସମୟରେ ଅନଲାଇନ ମଦ ବିକ୍ରି କିମ୍ବା ହୋମ ଡେଲିଭର କଥା ସମ୍ପୂର୍ଣ୍ଣ ଗୁଜବ । କେତେକ ସୋସିଆଲ ମିଡିଆ ଏହାକୁ ବ୍ୟବାହର କରି ଟଙ୍କା ହଡପ କରିବାକୁ ଉଦ୍ୟମ କରୁଛନ୍ତି । ଏଭଳି ବିଭ୍ରାନ୍ତିକର ବିଜ୍ଞାପନରୁ ଦୂରେଇ ରହିବା ସହ ମିଥ୍ୟା ଖବର ଉପରେ ବିଶ୍ବାସ ନ କରିବାକୁ କହିଲା ମହାରାଷ୍ଟ୍ର ରାଜ୍ୟ ଅବକାରୀ ବିଭାଗ ।

ଏହା କେତେକ ସୋସିଆଲ ମିଡିଆରେ ହୋମ ଡେଲିଭରକୁ ନେଇ ମିଥ୍ୟା ଖବର ପ୍ରସାରିତ ହେଇଛି । ଏହା ଦ୍ବାରା ଲୋକଙ୍କୁ ଠକିବାକୁ ଉଦ୍ୟମ କରାଯାଇଛି । ଏହା ବ୍ୟତୀତ ରାଜ୍ୟରେ ମାର୍ଚ୍ଚ 24ରୁ ଏପ୍ରିଲ 10 ମଧ୍ୟରେ ଲକ ଡାଉନ ନିୟମ ଉଲ୍ଲଙ୍ଘନ କରିଥିବା 2281 ଟି ମାମଲା ରୁଜୁ ହୋଇଛି ।

ଏହା ସହ ବେଆଇନ ସାଗ୍ରମୀ, ପରିବହନ ଓ ମଦ ବ୍ରିକି କରି 892 ଜଣ ଗିରଫ ହୋଇଛନ୍ତି । ଏହି ସମୟରେ 5.5 କୋଟିର ମଦ ଓ ଗାଡି ଜବତ ମଧ୍ୟ କରାଯାଇଛି । ଏପରିକି ବେଆଇନ କାରବାର ଉପରେ ପ୍ରଶାସନଙ୍କୁ ସୂଚନା ଦେବା ପାଇଁ ଟୋଲ୍ ଫ୍ରି ନମ୍ବର 18008333333 ଓ ହ୍ବାଟ ଆପ ନଂ 8422001133 ଜାରି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.