ETV Bharat / bharat

ଲଡଡାଉନ ପ୍ରଭାବ, ଭିଡିଓ କଲରେ ଚାଲିଛି ବିବାହ

ଲକଡାଉନ ବିବାହ । ଆଜ୍ଞା ହଁ କାନକୁ ଟିକିଏ ଅଡୁଆ ଲଗୁଥିଲେ ବି ଏହା ସତ । ଆଜିକାଲି କିଛି ବି ସମ୍ଭବ । କାରଣ ଲକଡାଉନରେ ସବୁକିଛି ବନ୍ଦ ଥିବାବେଳେ ବିବାହ ପାଇଁ ନୂଆ ପନ୍ଥା ଆପଣାଇଛନ୍ତି ମୁମ୍ବାଇର ମହମ୍ମଦ ମିନହାଜୁଦ୍ଦ । ଭିଡିଓ କଲରେ କରିଛନ୍ତି ବିବାହ । ସମ୍ପୂର୍ଣ୍ଣ ପଢନ୍ତୁ...

ଲଡଡାଉନ ଇମ୍ପାକ୍ଟ,, ଭିଡିଓ କଲରେ ଚାଲିଛି ବିବାହ

author img

By

Published : Apr 4, 2020, 1:54 PM IST

ମୁମ୍ବାଇ: ଲକଡାଉନ ହେବା ପରେ ଅଦ୍ଭୂତ ଚିତ୍ର ସବୁ ଦେଖିବାକୁ ମିଳୁଛି । କେଉଁଠି ବାହାଘର ଭାଙ୍ଗିଯାଉଛି ତ କେଉଁଠି ବାହା ହେବାକୁ ବୁଲେଟ ଧରି ଝିଅ ଘରେ ପହଞ୍ଚୁଛି ବର । ପୁଣି ଏମିତିକି ଘଟଣା ସାମନାକୁ ଆସିଛି ଯେଉଁଠି ଭିଡିଓ କଲରେ ବିବାହ ସମ୍ପନ୍ନ ହୋଇଛି । ଘଟଣାଟି ଦେଖିବାକୁ ମିଳିଛି ମୁମ୍ବାଇର ଔରଙ୍ଗାବାଦରେ ।

ପୁରା ଦେଶ ଲକଡାଉନ ହେତୁ କୌଣସି ବି ସ୍ଥାନରେ ଏକତ୍ରିତ ହେବାକୁ ମନା କରାଯାଇଛି । ମହାମାରୀ କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ସାମାଜିକ ଦୂରତ୍ବକୁ ବଜାୟ ରଖିବାକୁ ଏପରି ବାରଣ କରାଯାଇଛି । ଏହାସହ ସମସ୍ତ ବିବାହ ମଣ୍ଡପ ଗୁଡିକ ମଧ୍ୟ ବନ୍ଦ କରିଦିଆଇଛି । ଫଳରେ ଫିକା ପଡିଛି ମ୍ୟାରେଜ ସିଜିନ । ହେଲେ ବିବାହ କରିବାକୁ ନୂଆ ପନ୍ଥା ଆପଣାଇଛନ୍ତି ଔରଙ୍ଗାବାଦରେ ବାସ କରୁଥିବା ମୁସଲମାନ ସମ୍ପ୍ରଦାୟର ମହମ୍ମଦ ମିନହାଜୁଦ୍ଦ ।

ବରର ବାପା ମହମ୍ମଦ ଗ୍ୟାଜଙ୍କ କହିବାନୁଯାୟୀ 6 ମାସ ପୂର୍ବରୁ ତାଙ୍କ ପୁଅର ବାହାଘର ଠିକ ସରିଥିଲା । ସେତେବେଳେ କୋରୋନାର କୌଣସି ଭୟ ମଧ୍ୟ ନଥିଲା । ହେଲେ ଯେହେତୁ ଏବେ ଲକଡାଉନ ଚାଲିଛି ସେଥିପାଇଁ ଆମେ ଆମର କିଛି ନିକଟ ସମ୍ପର୍କୀୟଙ୍କୁ ଘରକୁ ଡାକି ଝିଅ ଘର ସହ ଭିଡିଓ କଲରେ ଦୁଇ ଜଣଙ୍କ ସମ୍ମତିରେ ବିବାହ ସମ୍ପନ୍ନ କରିଛୁ । ବିବାହଟି ବହୁତ ସାଧାସିଧା ହୋଇଥିବା ବେଳେ ସମସ୍ତେ ବହୁତ ଖୁସିଥିବା କହିଛନ୍ତି ମହମ୍ମଦ ଗ୍ୟାଜ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.