ETV Bharat / bharat

ଭବିଷ୍ୟତ କଥା ଭାବିବାକୁ ବାଧ୍ୟ କରିଛି ଲକଡାଉନ

ଲକଡାଉନ ଫଳରେ ଗାଡିମୋଟର ଚଳପ୍ରଚଳ ବନ୍ଦ ହୋଇଛି । କମ୍ପାନୀ, କାରଖାନା ସହ ନିର୍ମାଣଧୀନ କାର୍ଯ୍ୟ ବନ୍ଦ ରହିଛି । ଅଧିକ ପଢନ୍ତୁ...

ଭବିଷ୍ୟତ କଥା ଭାବିବାକୁ ବାଧ୍ୟ କରିଛି ଲକଡାଉନ
ଭବିଷ୍ୟତ କଥା ଭାବିବାକୁ ବାଧ୍ୟ କରିଛି ଲକଡାଉନ
author img

By

Published : Apr 25, 2020, 11:46 PM IST

ହାଇଦ୍ରାବାଦ: ଦେଶର 135 କୋଟି ଲୋକଙ୍କୁ ଅଚଳ କରିଦେଇଛି ଲକଡାଉନ । ତେବେ ଏହି ତାଲାବନ୍ଦ ଆମ ପାଇଁ ପରୋକ୍ଷରେ ଅନେକ ଆଶୀର୍ବାଦ ସାବ୍ୟସ୍ତ ହୋଇଛି । ଆଜି ସାରା ବିଶ୍ବ ଏକ ହୋଇଛି ଏବଂ ଏହା ଶିକ୍ଷା ମିଳିଛି ଯେ ବ୍ୟସ୍ତମୟ ଜୀବନରୁ କିଛି ବିରତି ନେବା ଆବଶ୍ୟକ । ଫଳରେ ସମସ୍ତେ ସୁରକ୍ଷିତ ରହିବା ସହ ପୁଣିଥରେ ଭଲ ଭାବେ ସବୁ ଆରମ୍ଭ କରିବେ । ଏପରିକି ଭବିଷ୍ୟତ ପିଢି କଥା ଭାବିବା ପାଇଁ ମଧ୍ୟ ଲକଡାଉନ ଓ କୋରୋନା ଶିକ୍ଷା ଦେଇଛି ।

ଏହି ଘୋଷଣା ଯୋଗୁଁ ସାରା ଦେଶରେ ପ୍ରଦୂଷଣର ମାତ୍ରା କମିବାରେ ଲାଗିଛି । ଗାଡିମୋଟର ଚଳପ୍ରଚଳ ବନ୍ଦ ହୋଇଛି । କମ୍ପାନୀ, କାରଖାନା ସହ ନିର୍ମାଣଧୀନ କାର୍ଯ୍ୟ ବନ୍ଦ ରହିଛି । ଫଳରେ 23ଟି ସହରରେ ପ୍ରଦୂଷଣର ମାତ୍ରା ଉତ୍ତମ ଏବଂ 65ଟି ସହରରେ ସନ୍ତୋଷଜନକ ରହିଛି । ବର୍ଷର ଅନ୍ୟ ଦିନରେ 24 ଘଣ୍ଟା କୋଳାହଳ ଲାଗିରହିଥିବା ଏହି ସମସ୍ତ ସହର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ପ୍ରଦୂଷିତ ସହର ଭାବେ ଘୋଷିତ ହୋଇଥିଲେ ।

ଏୟାର କ୍ବାଲିଟି ଇଣ୍ଡେକ୍ସ ଅନୁସାରେ ଦିଲ୍ଲୀ, ଅହମ୍ମଦାବାଦ, ପୁଣେ ଭଳି ସହରରେ ବାୟୁରେ ଧୂଳିର ମାତ୍ରା ଅନେକ ପ୍ରତିଶତ କମିଯାଇଛି । ଦିଲ୍ଲୀରେ ପିଏମ 2.5 ସର୍ବାଧିକ 30 ପ୍ରତିଶତ କମିଛି । ଏହାସହ ବାୟୁରେ ବିଭିନ୍ନ ପ୍ରଦୂଷିତ ଗ୍ୟାସର ପରିମାଣ ମଧ୍ୟ ହ୍ରାସ ପାଇଛି । ତେବେ କେବଳ ଭାରତ ନୁହେଁ, ବିଶ୍ବର ଅନ୍ୟ ରାଷ୍ଟ୍ରରେ ମଧ୍ୟ ସମାନ ପରିବର୍ତ୍ତନ ଦେଖାଦେଇଛି । ୟୁରୋପର 3ଟି ସହରରେ ନାଇଟ୍ରୋଜେନ ଡିଓକ୍ସାଇଡରୁ ସୃଷ୍ଟି ପ୍ରଦୂଷଣ 40 ପ୍ରତିଶତ କମିଛି ।

ଏହାସହ ବିଶ୍ବ ସାମନା କରିବାକୁ ଥିବା ବିପଦ ବିଷୟରେ ପୁଣିଥରେ ଭାବିବାକୁ ସମୟ ଆସିଯାଇଛି । ଏକ ଆକଳନ ଅନୁସାରେ 2050 ସୁଦ୍ଧା ଜଳବାୟୁ ପରିବର୍ତ୍ତନ ଯୋଗୁଁ ସାରା ପୃଥିବୀରେ 5 ଲକ୍ଷ ଯୁବପିଢି ପ୍ରାଣ ହରାଇବେ ବୋଲି ଜଣାପଡିଛି । ନିଜ ଭବିଷ୍ୟତ ଆମେ ନିଜ ହାତରେ ନଷ୍ଟ କରିବୁ ଏହି ଗବେଷଣା ଚେତାବନୀ ଦେଇଛି । ଏହାସହ ସବୁ ରାଷ୍ଟ୍ର ଏକାଠି ହେବାର ସମୟ ଆସିଯାଇଛି ଏହା କୋରୋନା ବିରୋଧୀ ଲଢେଇ ଆମକୁ ଶିଖାଇଛି । ବର୍ତ୍ତମାନ ସମୟରେ ଆମେ ଯେପରି ପରସ୍ପରକୁ ସାହାଯ୍ୟ ଓ ସହଯୋଗର ହାତ ବଢାଉଛୁ, ପରିବେଶ ସୁରକ୍ଷା ପାଇଁ ସେହିପରି ସମସ୍ତଙ୍କୁ ଏକାଠି ହେବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.