ETV Bharat / bharat

ଲକଡାଉନକୁ ବେଖାତିର, ପୁଣି ଶାହୀନବାଗରେ ଏକାଠି ହେଲେ ପ୍ରଦର୍ଶନକାରୀ - ଲକଡାଉନକୁ ବେଖାତିର

ସରକାରଙ୍କ ଆଦେଶକୁ ବେଖାତର କରି ସିଏଏ ପ୍ରଦର୍ଶନକାରୀ ପୁଣି ଦିଲ୍ଲୀର ଶାହୀନ ବାଗରେ ଏକାଠି ହୋଇଛନ୍ତି । ଲକଡାଉନ ମଧ୍ୟରେ ପ୍ରଦର୍ଶନକାରୀଙ୍କ ଟେଣ୍ଟକୁ ଭାଙ୍ଗିବା ସହ ନୋଏଡା- କାଳିନ୍ଦୀକୁଞ୍ଜର ରାସ୍ତାକୁ ଖାଲି କରାଇଥିଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ଲକଡାଉନକୁ ବେଖାତିର, ପୁଣି ଶାହୀନବାଗରେ ଏକାଠି ହେଲେ ପ୍ରଦର୍ଶନକାରୀ

author img

By

Published : Mar 24, 2020, 11:58 AM IST

ନୂଆଦିଲ୍ଲୀ: ଭାରତରେ ବଢିଚାଲିଛି ମହାମାରୀ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନାକୁ ନେଇ ଦେଶବାସୀ ଆତଙ୍କିତ ଅଛନ୍ତି । ସମସ୍ତଙ୍କ ମନରେ ରହିଛି ଭାଇରସର ଭାୟ । ସଂକ୍ରମଣକୁ ରୋକିବା ପାଇଁ ଦେଶର ରାଜଧାନୀ ଦିଲ୍ଲୀ ସମେତ ଅଧିକାଂଶ ରାଜ୍ୟକୁ ଲକଡାଉନ କରିଦିଆଯାଇଛି । ହେଲେ ଲକଡାଉନର କୌଣସି ପ୍ରଭାବ ସିଏଏ ପ୍ରଦର୍ଶନକାରୀଙ୍କ ଉପରେ ପଡୁନଥିବା ଦେଖିବାକୁ ମିଳୁଛି । ସରକାରଙ୍କ ଆଦେଶକୁ ବେଖାତିର କରି ସିଏଏ ପ୍ରଦର୍ଶନକାରୀ ପୁଣି ଦିଲ୍ଲୀର ଶାହୀନ ବାଗରେ ଏକାଠି ହୋଇଛନ୍ତି ।

ଦିଲ୍ଲୀର ଶାହୀନବାଗରେ ଗତ 100 ଦିନରୁ ଚାଲି ଆସୁଥିବା ଧାରଣା ପ୍ରଦର୍ଶନକୁ ମଙ୍ଗଳବାର ହଟାଇ ଦିଆଯାଇଥିଲା । ଲକଡାଉନ ମଧ୍ୟରେ ପ୍ରଦର୍ଶନକାରୀଙ୍କ ଟେଣ୍ଟକୁ ଭାଙ୍ଗିବା ସହ ନୋଏଡା- କାଳିନ୍ଦୀକୁଞ୍ଜର ରାସ୍ତାକୁ ଖାଲି କରାଇଥିଲା ଦିଲ୍ଲୀ ପୋଲିସ । ଏହାସହ 5 ଜଣ ପ୍ରଦର୍ଶନକାରୀଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ହେଲେ ଏହାର କିଛି ଘଣ୍ଟାପରେ ପୁଣି ପ୍ରଦର୍ଶନକାରୀ ଏଠାରେ ଏକାଠି ହୋଇଯାଇଛନ୍ତି ।

କୋରୋନା ଭାଇରସର ପ୍ରକୋପକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ଦିଲ୍ଲୀକୁ ଲକ ଡାଉନ କରାଯିବା ସହ ନିୟମକୁ କଡାକଡି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଆବଶ୍ୟକ ପଡିଲେ ଦିଲ୍ଲୀରେ କର୍ଫ୍ୟୁ ଲାଗୁ କରାଯିବ ବୋଲି କହିଥିଲେ କେଜ୍ରିଓ୍ବାଲ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.