ETV Bharat / bharat

ପାକିସ୍ତାନକୁ ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲଙ୍କ ଚେତାବନୀ - ଜମ୍ମୁ କାଶ୍ମୀର

ପାକିସ୍ତାନକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି ଜମ୍ମୁ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ ଦେବା ଓ ଆତଙ୍କବାଦୀ କାର୍ଯ୍ୟକଳାପକୁ ବନ୍ଦ ନକଲେ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଅତିକ୍ରମ କରି ଆକ୍ରମଣ କରିବ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ...

ଫାଇଲ ଫଟୋ
author img

By

Published : Oct 22, 2019, 2:19 AM IST

ଶ୍ରୀନଗର: ଆତଙ୍କବାଦକୁ ନେଇ ପାକିସ୍ତାନ ନିଜ କାର୍ଯ୍ୟକଳାପରୁ ଯଦି ନ ଓହରେ, ଭାରତୀୟ ସେନା ନିୟନ୍ତ୍ରଣ ରେଖା ଅତିକ୍ରମ କରିବାକୁ ବିଳମ୍ବ କରିବ ନାହିଁ ବୋଲି କହିଛନ୍ତି ଜମ୍ମୁ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ଜମ୍ମୁ କାଶ୍ମୀରରେ ପୋଲିସ ସହିଦ ଦିବସ ଉତ୍ସବରେ ଯୋଗ ଦେଇ ସତ୍ୟପାଲ ଏହା କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରିବା ବନ୍ଦ ନ କଲେ ଭାରତ ନିୟନ୍ତ୍ରଣ ରେଖା ଅତିକ୍ରମ କରିବାକୁ ପଛାଇବ ନାହିଁ । ଏହା ସହ, ଭାରତୀୟ ସେନା ଆତଙ୍କୀ ଶିବିର ନଷ୍ଟ କରିବାକୁ ପଛାଉ ନାହିଁ । ଏହି ଆକ୍ରମଣରେ ପାକିସ୍ତାନ ନିଜକୁ ସୁଧାରିବାକୁ ଚେଷ୍ଟା କରୁ ।

ଯୁଦ୍ଧ ମାନବ ସମାଜ ପାଇଁ କ୍ଷତିକାରକ । ଯୁଦ୍ଧ ଦ୍ବାରା ଶତ୍ରୁତା ବଢିଥାଏ । ମାତ୍ର ଆତଙ୍କବାଦୀଙ୍କୁ ପ୍ରଶୟ ଦେବା ଆହୁରି ବିପଦଜନକ ବୋଲି କହିଥିଲେ ସତ୍ୟପାଲ । ରବିବାର ଦେଇଥିବା ଜବାବ ଆହୁରି କଠୋର ହେବ ବୋଲି ସେ କହିଥିଲେ । ଆସନ୍ତ 1 ତାରିଖ ଠାରୁ ଜମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ମିଳିବ । ଏହା ସହିତ କାଶ୍ମୀର ଏକ ନୂଆ ସକାଳ ଦେଖିବ । ଏହା ପରଠାରୁ ନୂଆ କାଶ୍ମୀରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଥିଲେ ।

ସେ କହିଥିଲେ, କାଶ୍ମୀରର ଯୁବକମାନେ ଏହି ନୂଆ କାଶ୍ମୀରର ନିର୍ମାଣରେ ଭାଗୀଦାର ହେବେ । ମୁଁ ସେମାନଙ୍କୁ ପଚାରିବାକୁ ଚାହେଁ, ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ପାଇଛନ୍ତି କଣ । ଆଉ ହରାଇଛନ୍ତି କଣ । ବର୍ତ୍ତମାନ ଠାରୁ ସେମାନେ ସେମାନଙ୍କ ନୂଆ ରାଜ୍ୟ ସମ୍ଭାଳିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ।

ଏହି ଉତ୍ସବରେ ସେନା ପ୍ରମୁଖ ବିପିନ ରାଓ୍ବତ କହିଥିଲେ ଯେ, ରବିବାର ନିୟନ୍ତ୍ରଣ ରେଖା ନିକଟରେ ଥିବା ଆତଙ୍କାବଦୀଙ୍କ ଚାରିଟି ଲଞ୍ଚ ପ୍ୟାଡ଼କୁ ନଷ୍ଟ କରାଯାଇଛି । ଏହି ଆକ୍ରମଣରେ ପାକିସ୍ତାନର 6 ରୁ 10 ଜଣ ସୈନିକଙ୍କୁ ଭାରତୀୟ ସେନା ମାରିଥିବା ନେଇ ସେ ସୂଚନା ଦେଇଥିଲେ ସେନାମୁଖ୍ୟ ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.