ଥିରୁଅନନ୍ତପୁରମ୍: ଥିରୁଅନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇକରଣ କରିବା ନେଇ କେନ୍ଦ୍ର କ୍ୟାବିନେଟ ନେଇଥିବା ନିଷ୍ପତିକୁ ବିରୋଧ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ। ସେହିପରି ବିଜେପି ବ୍ୟତୀତ ଦେଶର ସମସ୍ତ ରାଜନୈତିକ ନେତାଙ୍କ ସହ ଭିସି ଯୋଗେ ବୈଠକ ମଧ୍ୟ କରିଛନ୍ତି ପିନାରାଇ ବିଜୟନ୍ ।
କେନ୍ଦ୍ରର ଏହି ନିଷ୍ପତିକୁ ବିରୋଧ କରିବା ସହ କେନ୍ଦ୍ର ସରକାର ଥିରୁଅନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇକରଣ କରିବା ପକ୍ରିୟାକୁ ଫେରାଇ ନିଅନ୍ତୁ ବୋଲି ସର୍ବଦଳୀୟ ବୈଠକରେ ଦାବି ଜୋର ଧରିଛି ।
ଯଦି ଆଗକୁ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇକରଣ କରିବା ପକ୍ରିୟାକୁ ଫେରାଇ ନନିଆଯାଏ, ତେବେ ଦେଶର ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରତିବାଦ ଜୋର ଧରିବ ବୋଲି କେରଳ ସିଏମଓ ପକ୍ଷରୁ ସୂଚନା ମିଳିଛି ।
@ANI