ମୁମ୍ବାଇ: ଦେଶରେ କୋରୋନା ଭାଇରସ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର । ଏପର୍ଯ୍ୟନ୍ତ ଏଠାରେ 232 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 4 ହଜାର 666ଟି କୋରୋନା ସଂକ୍ରମଣ ମାମଲା ରିପୋର୍ଟ କରାଯାଇଛି । ଏହି ସମୟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପ ମଦ ଦୋକାନ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ସାମାଜିକ ଦୂରତା ନିୟମ ପାଳନ କରି ରାଜ୍ୟରେ ମଦ ଦୋକାନ ଖୋଲା ଯାଇପାରିବ ।
ସୂଚନାନୂସାରେ, ନିକଟରେ ଭାରତୀୟ ମଦ୍ୟପାନକାରୀ କମ୍ପାନୀଗୁଡିକ (ସିଆଇବିସି) ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ରାଜ୍ୟରେ ରାଜସ୍ୱ ଏବଂ ରୋଜଗାରକୁ ଦୃଷ୍ଟିରେ ରଖି ମଦ ବିକ୍ରିକୁ ପର୍ଯ୍ୟାୟକ୍ରମେ ଆରମ୍ଭ କରିବାକୁ କିଛି ପରାମର୍ଶ ଦିଆଯାଇଛି ।
ରାଜ୍ୟରେ ବଢୁଥିବା କୋରୋନା ସଂକ୍ରମିତଙ୍କ ସଂଖ୍ୟା ଏବଂ ଅବସ୍ଥା ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପ ମଧ୍ୟ କହିଛନ୍ତି, 'ଯଦି କେନ୍ଦ୍ର ସରକାର ଆମକୁ ସର୍ତ୍ତମୂଳକ ଅନୁମତି ଦିଅନ୍ତି, ତେବେ ଆମେ ଶୀଘ୍ର ରାଜ୍ୟରେ 75 ହଜାର ଦ୍ରୁତ କୋରୋନା ପରୀକ୍ଷା କରିପାରିବୁ । ଆମେ କେତେକ କ୍ଷେତ୍ରରେ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକାଇନ୍ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛୁ ।