ETV Bharat / bharat

କୋରୋନା ସଙ୍କଟ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏଲଜିଙ୍କ ଆଲୋଚନା - LG Baijal holds meeting with Kejriwal

ଦିଲ୍ଲୀରେ ପରିସ୍ଥିତି ଖରାପ ହେଉଥିବାର ଦେଖି ଉପରାଜ୍ୟପାଳ ଅନୀଲ ବୈଜଲ ବୁଧବାର ଏକ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

କୋରୋନା ସଙ୍କଟ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହ ଉପରାଜ୍ୟପାଳଙ୍କ ଆଲୋଚନା

author img

By

Published : Jun 17, 2020, 5:52 PM IST

ନୂଆଦିଲ୍ଲୀ: ପ୍ରତିଦିନ ରାଜଧାନୀ ଦିଲ୍ଲୀରେ ବଢିଚାଲିଛି କୋରୋନା ଆକ୍ରାନ୍ତ । ପରିସ୍ଥିତି ଖରାପ ହେଉଥିବାର ଦେଖି ଉପରାଜ୍ୟପାଳ ଅନୀଲ ବୈଜଲ ବୁଧବାର ଏକ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଉପସ୍ଥିତ ଥିଲେ ।

ବୈଠକରେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କ ସମେତ ପରାମର୍ଶଦାତା କମିଟିର ସଦସ୍ୟ ମଧ୍ୟ ଯୋଗ ଦେଇଥିଲେ । ଭିଡିଓ କନଫରେନ୍ସିଂ ଦ୍ବାରା ସମସ୍ତଙ୍କ ସହ ଆଲୋଚନା କରିଥିଲେ ଉପରାଜ୍ୟପାଳ । ପରିସ୍ଥିତିରେ କିପରି ସୁଧାର ଆସିବ ଏବଂ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତ ସୁବିଧା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । କୋଭିଡ 19 ପରିଚାଳନା ଉପରେ ଏହି ବୈଠକରେ ଆଲୋଚନା ହୋଇଥିବା ବୈଜଲ ନିଜ ଟ୍ବିଟରେ ସୂଚନା ଦେଇଥିଲେ । ତେବେ ମିଟିଂରେ କଣ ନିଷ୍ପତ୍ତି ନିଆଯାଇଥିଲା ସେ ସମ୍ପର୍କରେ କୌଣସି ତଥ୍ୟ ଦେଇନାହାନ୍ତି ।

ନିକଟରେ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସାକୁ ନେଇ ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳ ମୁହାଁମୁହିଁ ହୋଇଛନ୍ତି । କେବଳ ଦିଲ୍ଲୀବାସୀଙ୍କ ପାଇଁ ଚିକିତ୍ସା ନିଷ୍ପତ୍ତିକୁ ଉପରାଜ୍ୟପାଳ ବିରୋଧ କରିଛନ୍ତି । ସେହିପରି ଜୁଲାଇ ଶେଷ ସୁଦ୍ଧା ଏଠାରେ ସ୍ଥିତି ଭୟଙ୍କର ହେବ ବୋଲି ସେ ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି ଦିଲ୍ଲୀରେ ଏବେ ସୁଦ୍ଧା 44 ହଜାର 688 ମାମଲା ବାହାରିଥିବାବେଳେ 26 ହଜାର 351 ଆକ୍ଟିଭ କେସ ରହିଛି । 16 ହଜାର 500 ସୁସ୍ଥ ହୋଇଥିବାବେଳେ 1837 ଲୋକଙ୍କର ଏଥିରେ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.