ହାଇଦ୍ରାବାଦ: ଗ୍ଲୋବାଲ ପିସି ମାର୍କେଟ ଲିଡର ଲେନୋଭୋ ଗୁରୁବାର ଭାରତରେ ଲଞ୍ଚ ହେବାକୁ ଥିବା ନିଜ ନୂଆ ଗେମିଂ ଲାପଟପ ନେଇ ଘୋଷଣା କରିଛି । ଏହି ଲାପଟପର ନାମ ଆଇଡିଆପ୍ୟାଡ ଗେମିଂ 3i ରହିଛି । ତେବେ ଭାରତରେ ଏହାର ପ୍ରାରମ୍ଭିକ ମୂଲ୍ୟ 68,990 ରହିବ ବୋଲି କମ୍ପାନୀ ସୂଚନା ଦେଇଛି ।
15 ଇଞ୍ଚର ଏହି ଲାପଟପରେ ପରଫର୍ମାନ୍ସ ମୋଡ ପାଇଁ ଲେନୋଭୋ କ୍ୟୁ-କଣ୍ଟ୍ରୋଲ ରହିଛି । ତେବେ ଏହି ନୂଆ ଟେକ୍ନୋଲୋଜି ସହ ୟୁଜର୍ସମାନେ ଲାପଟପର ଫ୍ୟାନ ସ୍ପିଡକୁ ଧିରରୁ ବାଲାନ୍ସ ମୋଡକୁ କଣ୍ଟ୍ରୋଲ କରିପାରିବେ । ତେବେ କଷ୍ଟମାଇଜ୍ଡ ବ୍ୟାଟେରୀ ଲାଇଫ ଓ ଦୈନିକ ବ୍ୟବହାର ପାଇଁ ମଧ୍ୟ ଏହି ଲାପଟପ ଉପଯୋଗୀ ।
ଏହି ଲାପଟପରେ 10ମ ଜେନେରେସନ ଇଣ୍ଟେଲ କୋର ଆଇ7 ଏଚ-ସିରିଜ ମୋବାଇଲ ପ୍ରୋସେସର ରହିଛି । ଏଥିସହ ଏହି ଲାପଟପରେ NVIDIA GeForce GTX 1650 Ti GPU ମଧ୍ୟ ରହିଛି । ଏଥିରେ ଡଲବି ଅଡିଓ ଓ 8 ଘଣ୍ଟା ବ୍ୟାଟେରୀ ଲାଇଫର ସୁବିଧା ରହିଛି । ଏହି ଲାପଟପ ଫ୍ଲିପକାର୍ଟ, ଲେନୋଭୋର ଅଫିସିଆଲ ୱେବସାଇଟ ଓ ଏକ୍ସକ୍ଲୁସିଭ ଷ୍ଟୋରରେ ଉପଲବ୍ଧ ହେବ ।
@IANS