ETV Bharat / bharat

ଥରୁଛି ଜମ୍ମୁ କାଶ୍ମୀର: ଲେହରେ ମାଇନସ୍ 11.9, ଗୁଲମାର୍ଗରେ - 5.2 ଡିଗ୍ରୀ ତାପମାତ୍ରା ରେକର୍ଡ

ଜମ୍ମୁ କାଶ୍ମୀରରେ ପାରଦ ଖସିବା ସହିତ ଲେହରେ ଭୀଷଣ ଶୀତର ଲହରୀ ଜାରି ରହିଛି । ଲେହ ଓ ଗୁଲମାର୍ଗରେ ଶୁକ୍ରବାର ରାତ୍ରି ସମୟର ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ମାଇନସ୍ 11.9 ଡିଗ୍ରୀ ଓ 5.2 ଡିଗ୍ରୀ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

Leh freezes at minus 11.9, Gulmarg shivers at minus 5.2
ଜମ୍ମୁକାଶ୍ମୀରର ଗୁଲମର୍ଗରେ 5.2 ଡିଗ୍ରୀ ତାପମାତ୍ରା ରେକର୍ଡ
author img

By

Published : Dec 11, 2020, 5:07 PM IST

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଲଦାଖ ଅଞ୍ଚଳ ସବୁଠାରୁ ଥଣ୍ଡା ସହର ହୋଇଥିବା ବେଳେ ଏହି ଅଞ୍ଚଳର ଲେହ ଓ ଗୁଲମାର୍ଗରେ ଶୁକ୍ରବାର ରାତ୍ରି ସମୟର ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ମାଇନସ୍ 11.9 ଡିଗ୍ରୀ ଓ 5.2 ଡିଗ୍ରୀ ରେକର୍ଡ କରାଯାଇଛି ।

ଶୁକ୍ରବାର ସନ୍ଧ୍ୟା ସମୟରେ ଜମ୍ମୁ କାଶ୍ମୀରରେ ବରଫପାତ ସହିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ଅଞ୍ଚଳରେ ପ୍ରତିବର୍ଷ ପ୍ରାୟ 40 ଦିନ ଧରି ଡିସେମ୍ବର 21ଠାରୁ ଜାନୁଆରୀ 31 ପର୍ଯ୍ୟନ୍ତ ପ୍ରବଳ ମାତ୍ରାରେ ଶୀତ ଅନୁଭୂତ ହେଉଥିବା ବେଳେ ସ୍ଥାନୀୟ ଭାଷାରେ ଏହାକୁ 'ଚିଲାଇ କଲଣ' ବୋଲି କୁହନ୍ତି । ଏହି ସମୟରେ ରାତ୍ରି ସମୟରେ ତାପମାତ୍ରା ଅଧିକ ମାତ୍ରାରେ କମିଯାଉଥିବା ବେଳେ ଦିନ ସମୟରେ ତାପମାତ୍ରା 7 ଡିଗ୍ରୀ ବଢିଥାଏ ।

ସ୍ଥାନୀୟ ଅଞ୍ଚଳରେ ଏହି 40 ଦିନ ମଧ୍ୟରେ ଅଧିକ ମାତ୍ରାରେ ତୁଷାରପାତ ହେବା ଯୋଗୁଁ ଗଛଗୁଡିକ ବରଫରେ ଘୋଡି ହୋଇଯିବା ବେଳେ ନଦୀ, ହ୍ରଦ ଆଦିର ପାଣି ବରଫ ହୋଇ ସ୍ଥିର ରହିଯାଇଥାଏ । ଏହି ତୁଷାରପାତ ଯୋଗୁଁ ଶ୍ରୀନଗର-ଲେହ ରାସ୍ତା ଓ ମୁଘଲ ରାସ୍ତା ଶୁକ୍ରବାର ସୁଦ୍ଧା ବନ୍ଦ ରହିଛି ।

ଶ୍ରୀନଗର ସହରରେ ଶୁକ୍ରବାର ତାପମାତ୍ରା 2.3 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାହଲଗମ -0.8 ଡିଗ୍ରୀ ସେଲସିୟସ, ଲଦାଖର କାର୍ଗିଲ ସହରରେ ରାତ୍ରି ସମୟରେ -6.6 ଡିଗ୍ରୀ ସେଲସିୟସ, ଜମ୍ମୁରେ 11.5 ଡିଗ୍ରୀ ସେଲସିୟସ, କାତ୍ରାରେ 10.6 ଡିଗ୍ରୀ ସେଲସିୟସ, ବଟୋଟେରେ 4.8 ଡିଗ୍ରୀ ସେଲସିୟସ, ବନ୍ନିହଲରେ 3 ଡିଗ୍ରୀ ସେଲସିୟସ ଓ ଭଦେରବାହରେ 2.3 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.