ETV Bharat / bharat

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ମନ୍ତ୍ରଣାଳୟ ଜାରି କଲା ଗାଇଡଲାଇନ

author img

By

Published : Aug 20, 2020, 4:42 PM IST

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଲଞ୍ଚ କଲେ 'ଶିକ୍ଷା ବୃଦ୍ଧି ନିର୍ଦ୍ଦେଶାବଳୀ' । କୋଭିଡ ମାହାମାରୀ ସମୟରେ NCERT ଦ୍ବାରା ପ୍ରସ୍ତୁତ ନିର୍ଦ୍ଦେଶାବଳୀ ସହାୟତାରେ ଡିଜିଟାଲ ସୁବିଧା ଥିବା କିମ୍ବା ଡିଜିଟାଲ ସୁବିଧା ନଥିବା ଛାତ୍ରଛାତ୍ରୀମାନେ ନିଜର ପଢା ଜାରି ରଖି ପାରିବେ ।

Learning Enhancement Guidelines launched for Students by Education Ministry

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଲଞ୍ଚ କଲେ 'ଶିକ୍ଷା ବୃଦ୍ଧି ନିର୍ଦ୍ଦେଶାବଳୀ' । କୋଭିଡ ମାହାମାରୀ ସମୟରେ NCERT ଦ୍ବାରା ପ୍ରସ୍ତୁତ ନିର୍ଦ୍ଦେଶାବଳୀ ସହାୟତାରେ ଡିଜିଟାଲ ସୁବିଧା ଥିବା କିମ୍ବା ଡିଜିଟାଲ ସୁବିଧା ନଥିବା ଛାତ୍ରଛାତ୍ରୀମାନେ ନିଜର ପଢା ଜାରି ରଖି ପାରିବେ ।

ତେବେ ଏହି ଗାଇଡଲାଇନ ଅନଲାଇନ ଜରିଆରେ ଲଞ୍ଚ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଲଞ୍ଚ ସମୟରେ ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ ସହ କାମ କରୁଥିବା ଗୋଷ୍ଠୀ ଉପରେ ଗୁରୁତ୍ବ ଦିଆଯିବ । ସେମାନେ ଶିକ୍ଷକଙ୍କ ଦ୍ବାରା ଛାତ୍ରଛାତ୍ରୀ ଘରେ ଶିକ୍ଷା ସମ୍ବନ୍ଧୀୟ ସାମଗ୍ରୀ, ଓ୍ବାର୍କ ବୁକ୍, ସିଟ ପହଞ୍ଚାଇ ପାରିବେ ।

ଏଥିସହ ନିର୍ଦ୍ଦେଶ ଦିଆଯାଇଛି ଯେ, ଶିକ୍ଷକମାନେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ କମ୍ୟୁନିଟି ସେଣ୍ଟରରେ ସାମାଜିକ ଦୂରତା ଅବଲମ୍ବନ କରି ଟେଲିଭିଜନରେ ପଢାଇ ପାରିବେ।

ଯେଉଁମାନେ ଅନଲାଇନ ପାଠ ପଢାରୁ ବଞ୍ଚିତ ହୋଇଥିଲେ, ସେମାନଙ୍କୁ ନଜରରେ ରଖି ଏହି ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ଏନସିଆଇଆରଟି ପ୍ରାୟ 34,000 ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଙ୍କ ସହ ଆଲୋଚନା ପରେ ଏହି ଗାଇଡଲାଇନ ଆଣିଛି ।

ଗାଇଡଲାଇନ 3ଟି ବିଷୟକୁ ନେଇ ପ୍ରସ୍ତୁତ ହୋଇଛି । ପ୍ରଥମଥଃ ଯାହା ପାଖରେ କୌଣସି ଡିଜିଟାଲ ସୁବିଧା ନାହିଁ, 2ୟ ବିଷୟ ହେଲା ଯେଉଁ ବିଦ୍ୟାର୍ଥୀଙ୍କ ପାଖରେ ସୀମିତ ଭାବେ ଡିଜିଟାଲ ସୁବିଧା ଉପଲବ୍ଧ ଓ 3ୟଟି ହେଲା ସୁବିଧାରେ ଅନଲାଇନ ଶିକ୍ଷା ପାଇ ପାରୁଥିବା ବିଦ୍ୟାର୍ଥି । ଏହି 3ପ୍ରକାର ସ୍ଥିତିକୁ ଦେଖି ଗାଇଡଲାଇନ ତିଆରି କରାଯାଇଛି ।

କମ୍ୟୁନିଟି ସଦସ୍ୟ ଓ ପଞ୍ଚାୟତରାଜ ସଦସ୍ୟଙ୍କ ସାହାଯ୍ୟରେ କମ୍ୟୁନିଟି ସେଣ୍ଟରରେ ଏକ ହେଲପଲାଇନ ବ୍ୟବସ୍ଥା କରାଯିବ । ଏହା ମାଧ୍ୟମରେ ବାପାମା'ଙ୍କୁ ଏହି ଶିକ୍ଷା ସମ୍ବନ୍ଧୀୟ ସୂଚନା ଦିଆଯାଇ ପାରିବ । ଯାହାଦ୍ବାରା ସେମାନେ ନିଜ ଶିଶୁଙ୍କୁ ଗାଇଡ କରି ପାରିବେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.