ETV Bharat / bharat

ଜମ୍ମୁ-କାଶ୍ମୀର ଜାୟୀୟ ରାଜପଥରେ ଭୂସ୍ଖଳନ, ଅଟକିଯାଇଛି 300 ଗାଡି

author img

By

Published : Aug 31, 2020, 3:21 PM IST

ଜମ୍ମୁ-କାଶ୍ମୀରରେ ଜାରି ରହିଛି ଲଗାଣ ବର୍ଷା । ରାମବନ ଜିଲ୍ଲାର ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଭୂସ୍ଖଳନ ହୋଇଥିବାରୁ 300ରୁ ଊର୍ଦ୍ଧ୍ବ ଗାଡି ଅଟକିଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜମ୍ମୁ-କାଶ୍ମୀରରେ ଭୂସ୍ଖଳନ
ଜମ୍ମୁ-କାଶ୍ମୀରରେ ଭୂସ୍ଖଳନ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଜାରି ରହିଛି ଲଗାଣ ବର୍ଷା । ରାମବନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଥିବା ଦେଖିବାକୁ ମିଳିଛି । ଫଳରେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥଠାରୁ 270 କିମି ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି ।

ଭୂସ୍ଖଳନ ଯୋଗୁଁ ହାଇୱେର ବିଭିନ୍ନ ସ୍ଥାନରେ 300ରୁ ଊର୍ଦ୍ଧ୍ବ ଗାଡି ଅଟକିଯାଇଛି । ତେବେ ଯେଉଁ ରାଥପଥରେ ଭୂସ୍ଖଳନ ହୋଇଛି ସେହି ରାସ୍ତା କାଶ୍ମୀର ଉପତ୍ୟକାକୁ ଦେଶର ଅନ୍ୟ ଦେଶ ସହିତ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ।

ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏବଂ ସୀମା ସଡକ ସଂଗଠନ (BRO) ର ଅଧିକାରୀ ମେସିନ୍ ସାହାଯ୍ୟରେ ରାଜପଥକୁ ସଫା କରାଯାଉଛି । ଯାତାୟାତ ପୁନଃ ସ୍ଥାପିତ କରିବା ପାଇଁ କ୍ଲିୟରାନ୍ସ ଆରମ୍ଭ କରାଯାଉଥିବା ଅଧିକାରୀ ସୂଚନା ଦେଇଛନ୍ତି ।

ସେପଟେ ଟ୍ରାଫିକ ଯୋଗୁଁ ଜମ୍ମୁ-କାଶ୍ମୀର ଏବଂ ଲଦାଖର ୟୁଟିଏସକୁ ସଂଯୋଗ କରୁଥିବା ଶ୍ରୀନଗର-କାରଙ୍ଗିଲ-ଲେହ ରାସ୍ତାକୁ ଖୋଲା ଯାଇଛି । ସେହିପରି କାଶ୍ମୀର ଉପତ୍ୟକାର ସୋପିଆନ୍ ଜିଲ୍ଲାକୁ ଜମ୍ମୁ ଅଞ୍ଚଳର ପୁଞ୍ଚ ଜିଲ୍ଲା ସହିତ ସଂଯୋଗ କରୁଥିବା ମୋଗଲ ରାସ୍ତାରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍ ଏବଂ ତୈଳ ଟ୍ୟାଙ୍କରକୁ ଛଡାଯାଉଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.