ETV Bharat / bharat

ଋଷିକେଶ-ବଦ୍ରିନାଥ ରାସ୍ତାରେ ଭୁସ୍ଖଳନ, ଯାତାୟତ ଠପ - Uttarakhand news

ଲଗାତାର ବର୍ଷା କାରଣରୁ ପ୍ରାୟ ପ୍ରତ୍ୟେକ ଦିନ ଉତ୍ତରାଖଣ୍ଡର ଅଧିକାଂଶ ସ୍ଥାନରେ ପାହଡ ଧସୁଥିବା ଘଟଣା ସାମ୍ନାକୁ ଆସୁଛି । ଏଥିରେ ଅନେକ ଜନଜୀବନ ବ୍ୟାହାତ ହଉଛି । ଅଧିକ ପଢନ୍ତୁ...

ଋଷିକେଶ-ବଦ୍ରିନାଥ ରାସ୍ତାରେ ଭୁସ୍ଖଳନ, ଯାତାୟତ ଠପ

author img

By

Published : Aug 23, 2020, 6:01 PM IST

ଡେରାଡୁନ: ରାଜ୍ୟର ପାହାଡି ଅଞ୍ଚଳରେ ଲଗାତାର ବର୍ଷା ଜାରି ରହିଛି। ଯେଉଁଥିପାଇଁ ନଦୀ ନାଳ ଗୁଜିକରେ ଜଳର ମାତ୍ରା ବୃଦ୍ଧି ପାଉଛି । ଯାହାକୁ ନେଇ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଭୂସ୍ଖଳନ ଓ ରାସ୍ତାରେ ଯାତାୟତ ବ୍ୟାହତ ହେବାର ଖବର ଆସୁଛି । ଏହି ଧାରାବାହିକରେ, ରବିବାର ଋଷିକେଶ-ବଦ୍ରିନାଥ ରାସ୍ତାରେ କୌଡିଆଲା-ବ୍ୟାସି ନିକଟ ଏକ ରାସ୍ତାରେ ଭୂସ୍ଖଳନ ହୋଇଛି । ଯେଉଁଥିପାଇଁ ଋଷିକେଶ-ବଦ୍ରିନାଥ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଯାଇଛି ।

ଆଜି(ରବିବାର) ସକାଳେ କୌଡିଆଲା-ବ୍ୟାସ ନିକଟରେ ପାହାଡର ଏକ ବଡ ଅଂଶ ହଠାତ ରାସ୍ତା ଉପରକୁ ଧସି ଆସିଥିଲା । ଏହି କାରଣରୁ, NH-58 ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ଜାତୀୟ ରାଜପଥ ଅଧିକାରୀ ଏବଂ କର୍ମଚାରୀମାନେ ରାସ୍ତା ସଫା କରିବାରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଗାଡି ଗୁଡିକ ନରେନ୍ଦ୍ରନଗର-ଟିହରୀ-ମଲେଥା ଦେଇ ଶ୍ରୀନଗରକୁ ଯାଉଛନ୍ତି ।

ଋଷିକେଶ-ବଦ୍ରିନାଥ ରାସ୍ତାରେ ଭୁସ୍ଖଳନ, ଯାତାୟତ ଠପ

ଲୋକ ନିର୍ମାଣ ନିର୍ମାଣ ବିଭାଗ ଏନଏଚ ଡିଭିଜନର ଯନ୍ତ୍ରୀ ଦୀନେଶ ବିଜଲୱାନ କହିଛନ୍ତି ଯେ, ଦୁଇଟି ସ୍ଥାନରେ ଏହି ରାସ୍ତା ବନ୍ଦ ରହିଛି। ତୋତୋଘାଟିରେ ତିନୋଟି ପୋକାଲାଣ୍ଡ ଏବଂ ଗୋଟିଏ ଜେସିବି ମେସିନ ଲଗାଯାଇଥିବାବେଳେ କୌଡିଆଲାରେ 2 ଟି ପୋକାଲାଣ୍ଡ ଲଗାଯାଇଛି । ରାସ୍ତା ଖୋଲିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.