ETV Bharat / bharat

ଶ୍ରୀକୃଷ୍ଣଙ୍କ ଜନ୍ମଭୂମୀରେ ଆରମ୍ଭ ହେଲା ଜନ୍ମାଷ୍ଟମୀ ପ୍ରସ୍ତୁତି, ଅନଲାଇନରେ ମିଳିବ ଦର୍ଶନ - ଅନଲାଇନରେ ଭକ୍ତ କରିପାରିବେ ଦର୍ଶନ

ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ମଥୁରାରେ ବିଧି-ବିଧାନ ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ଭବ୍ୟ ଓ ଦିବ୍ୟତା ସହ ପାଳନ କରାଯିବ । କଟକଣା ମଧ୍ୟରେ ବୁଧବାର ମଧ୍ୟରାତ୍ରୀ 12ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯିବ ।

ଶ୍ରୀକୃଷ୍ଣଙ୍କ ଜନ୍ମଭୂମୀରେ ଆରମ୍ଭ ହେଲା ଜନ୍ମାଷ୍ଟମୀ ଉତ୍ସବର ପ୍ରସ୍ତୁତି, ଅନଲାଇନରେ ଭକ୍ତ କରିପାରିବେ ଦର୍ଶନ

author img

By

Published : Aug 11, 2020, 2:08 PM IST

ଲକ୍ଷ୍ନୌ: ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ମଥୁରାରେ ପ୍ରତିବର୍ଷ ଜନ୍ମାଷ୍ଟମୀ ବେଶ୍‌ ଧୁମଧାମରେ ପାଳନ କରାଯାଏ । କିନ୍ତୁ କୋରୋନା କଟକଣା ଯୋଗୁଁ ମଥୁରା ସମେତ ଅନେକ ପ୍ରମୁଖ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶରେ ଲାଗିଛି ପ୍ରତିବନ୍ଧକ । ଏପଟେ କଟକଣା ମଧ୍ୟରେ 12ଅଗଷ୍ଟର ମଧ୍ୟରାତ୍ରୀ 12ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ କରାଯିବ । ପ୍ରତିବର୍ଷ ପରି ଚଳିତବର୍ଷ ବି ସମସ୍ତ ମନ୍ଦିରକୁ ଆଲୋକମାଳାରେ ସଜାଯିବ ।

ଶ୍ରୀକୃଷ୍ଣଙ୍କ ଜନ୍ମଭୂମୀରେ ଆରମ୍ଭ ହେଲା ଜନ୍ମାଷ୍ଟମୀ ଉତ୍ସବର ପ୍ରସ୍ତୁତି, ଅନଲାଇନରେ ଭକ୍ତ କରିପାରିବେ ଦର୍ଶନ
ଶ୍ରୀକୃଷ୍ଣଙ୍କ ଜନ୍ମଭୂମୀରେ ଆରମ୍ଭ ହେଲା ଜନ୍ମାଷ୍ଟମୀ ଉତ୍ସବର ପ୍ରସ୍ତୁତି, ଅନଲାଇନରେ ଭକ୍ତ କରିପାରିବେ ଦର୍ଶନ

ମନ୍ଦିର ପରିସରର ବିଧି-ବିଧାନ ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ଭବ୍ୟ ଓ ଦିବ୍ୟତା ସହ ପାଳନ କରାଯିବ । ଶ୍ରୀକୃଷ୍ଣଙ୍କ 5248ତମ ଜନ୍ମୋତ୍ସବ ହର୍ଷଉଲ୍ଲାସ ସହ ମନ୍ଦିରରେ ପାଳନ କରାଯିବ ।

ଜନ୍ମସ୍ଥାନର ଗର୍ଭଗୃହ ସ୍ଥିତ ଭାଗବତ ଭବନରେ ବାଜା ବଜେଇ ଶଙ୍ଖ ନାଦ କରି ପାଳନ କରାଯିବ । 11ଅଗଷ୍ଟ (ଆଜି) ସନ୍ଧ୍ୟା 6.30ରେ ଠାକୁରଙ୍କ ସ୍ବତନ୍ତ୍ର ବସ୍ତ୍ର ଅର୍ପଣ କରାଯିବ । 12 ଅଗଷ୍ଟରେ ସକାଳ 10ଟାରେ ଭାଗବତ ଭବନରେ କାହ୍ନାଙ୍କ ପୁଷ୍ପାଞ୍ଜଳୀ କାର୍ଯ୍ୟକ୍ରମ ରହିଛି । ନଟଖନ ନନ୍ଦଲାଲା ଭକ୍ତମାନଙ୍କୁ ଟିଭି ମାଧ୍ୟମରେ ଦର୍ଶନ ଦେବେ । ରୌପ୍ୟ କମଳରେ ବିରାଜିତ ହୋଇ ଶ୍ରୀକୃଷ୍ଣଙ୍କ ଆବିର୍ଭାବ ଉର୍ସବ ମହାଭିଷେକ କରାଯିବ ।

ପୂଜା କାର୍ଯ୍ୟକ୍ରମର ବିବରଣୀ..

  • 12ଅଗଷ୍ଟ ରାତିରେ ଶ୍ରୀକୃଷ୍ଣ ଜନ୍ମସ୍ଥାନରେ ଭଗବତ ଭବନରେ ରହିଛି କାର୍ଯ୍ୟକ୍ରମ ।
  • ରାତି11ଟାରୁ 11.55ଯାଏଁ ଶ୍ରୀଗଣେଶ, ନବଗ୍ରହଙ୍କ ପୂଜାର୍ଚ୍ଚନା କରାଯିବ ।
  • 11.55ରୁ11.59 ଯାଏଁ ଦର୍ଶନ ବନ୍ଦ ରହିବ ।
  • ଭାଗବତ ଭବନରେ 12ଟାରେ ନଟଖନ କାହ୍ନାଙ୍କ ହେବ ପ୍ରକଟ ଉତ୍ସବ
  • ମଧ୍ୟରାତ୍ରୀ 12ଟାରୁ 12.05 ଯାଏଁ ଆଳତୀ
  • ରାତ୍ରୀ12.10ରୁ 12.20 ଯାଏଁ ଜନ୍ମୋତ୍ସବର ମହାଭିଷେକ
  • 12.20ରୁ 12.30 ଯାଏଁ ରଜତକମଳରେ ପ୍ରଭୁଙ୍କ ବିରାଜମାନ
  • 12.40ରୁ12.50 ଯାଏଁ ଭାଗବତରେ କାହ୍ନାଙ୍କ ଶୃଙ୍ଗାର
  • ରାତି 1ଟାରେ ଶୟନ ଆଳତୀ

କୋଭିଡ ମହାମାରୀ ଯୋଗୁଁ ଅନଲାଇନ ମାଧ୍ୟମରେ ଶ୍ରଦ୍ଧାଳୁ ଜନ୍ମାଷ୍ଟମୀ ଉତ୍ସବର ଦର୍ଶନ କରି ପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.