କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧ କ୍ରମେ କୋଲକାତା ବିମାନବନ୍ଦରକୁ ଏବଂ ଯାତ୍ରୀବାହୀ ବିମାନ ଚଳାଚଳ ଜୁଲାଇ 25 ରୁ 29 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । COVID-19 ଟ୍ରାନ୍ସମିସନର ଚେନକୁ ଭାଙ୍ଗିବା ପାଇଁ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ସପ୍ତାହକୁ ଦୁଇଦିନ ଲକଡାଉନ କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି ।
ଏହି ନିୟମକୁ ବୃଦ୍ଧି କରାଯିବ କି ବୋଲି ପଚରାଯିବାରୁ ଅଧିକାରୀ କହିଛନ୍ତି ଯେ ଏହା ଏକ ସମ୍ଭାବନା, କିନ୍ତୁ ଏ ବାବଦରେ ରାଜ୍ୟ ସରକାର ଆସନ୍ତା ଦିନ ଘୋଷଣା କରିବେ । ଅଧିକାରୀ କହିଛନ୍ତି, "ବୋଧହୁଏ ଲକଡାଉନ୍ ଆଗକୁ ବୃଦ୍ଧି କରାଯିବ । ବର୍ତ୍ତମାନ ସୁଦ୍ଧା ଏହି ତାରିଖ ନିଶ୍ଚିତ ହୋଇସାରିଛି । ଜୁଲାଇ 25 ରୁ 29 ଯାଏ କୌଣସି ବିମାନ ଚଳାଚଳ କରିବ ନାହିଁ । "
ସୂଚନା ଥାଉକି ଗତ ସପ୍ତାହରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ପୁନେ, ନାଗପୁର ଏବଂ ଅହମ୍ମଦାବାଦରୁ କୋଲକାତା ଯାତ୍ରୀବାହୀ ବିମାନ ଉପରେ ଜୁଲାଇ 31 ପର୍ଯ୍ୟନ୍ତ ପ୍ରତିବନ୍ଧକ ବୃଦ୍ଧି କରାଯାଇଥିଲା ।