ETV Bharat / bharat

କାହିଁକି ଭଗବାନ ଗଣେଶଙ୍କୁ କୁହାଯାଏ ଏକଦନ୍ତ, ପଢନ୍ତୁ... - gajanana

ବିଦ୍ୟା ଦାତା, ବିଘ୍ନବିନାଶାୟ, ଗୌରୀ ନନ୍ଦନ ଶ୍ରୀ ଗଣେଶ ସମସ୍ତ ଦେବା ଦେବିଙ୍କ ଠାରୁ ସର୍ବପ୍ରଥମେ ପୂଜା ପାଇଥାନ୍ତି । ସମସ୍ତଙ୍କର ମଙ୍ଗଳ କରୁଥିବା ସେହି ଗଜାନନଙ୍କ ବିଷୟରେ ଜାଣନ୍ତୁ କିଛି ରୋଚକ ତଥ୍ୟ....

ଗଣେଶ ଚତୁର୍ଥୀ 2020: କାହିଁକି ଭଗବାନ ଗଣେଶଙ୍କୁ କୁହାଯାଏ ଏକଦନ୍ତ, ପଢନ୍ତୁ...

author img

By

Published : Aug 19, 2020, 7:11 PM IST

ହାଇଦ୍ରାବଦ: ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥୀକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ । ଏହି ଦିନ ଭଗବାନ ଗଣେଶଙ୍କ ଉପାସନର ବିଶେଷ ମହତ୍ତ୍ବ ରହିଛି। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବିଘ୍ନବିନାଶାୟ ପ୍ରଭୁ ଶ୍ରୀ ଗଣେଶ ଭାଦ୍ରବ ମାସର ଏହି ତିଥୀରେ ଜନ୍ମଗ୍ରହଣ କରିଥିଲେ। ଏହା ବିଘ୍ନହର୍ତ୍ତାଙ୍କ ଜନ୍ମ ବାର୍ଷିକୀ ଭାବରେ ପାଳନ କରାଯାଏ ।

ସମଗ୍ର ଭାରତରେ ଏହି ପର୍ବକୁ ଅତି ଧୂମଧାମରେ ପାଳନ କରାଯାଇଥାଏ । ସମସ୍ତ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଓ ଅନେକ ସ୍ଥାନରେ ଏହି ଉତ୍ସବକୁ ଅତି ଆଡମ୍ବର ସହକାରେ ପାଳନ କରାଯାଏ । ପୂଜାର ଏକ ସପ୍ତାହ ଆଗରୁ ଆରମ୍ଭ ହୋଇଯାଏ ପେଣ୍ଡାଲ ସଜ୍ଜା । ଆଲୋକମାଳା ଓ ତୋଲଣରେ ଝଲସି ଉଠେ ସମଗ୍ର ପରିବେଶ । ତେବେ ଚଳିତବର୍ଷ ବର୍ଷ 22 ଅଗଷ୍ଟ 2020ରେ ଗଣେଶ ପୂଜା ପଡୁଛି । ହେଲେ କୋରୋନା ମହାମାରୀ କାରଣରୁ ଚଳିତ ପୂଜା ଅତି ଧୂମଧାମରେ ନହଲେ ମଧ୍ୟ କୋଭିଡ କଟକଣାର ସବୁ ନିୟମ ସହ ପାଳନ କରାଯିବ ।

ଭଗବାନ ଗଣେଶଙ୍କର ଅନେକ ନାଁ ରହିଛି । ଯେପରି ଗଜାନନ, ବାପ୍ପା, ବିଘ୍ନହର୍ତ୍ତା କିମ୍ବା ଏକଦନ୍ତ । କିନ୍ତୁ ଆପଣ ଜାଣନ୍ତି କି ଶ୍ରୀ ଗଣେଶଙ୍କୁ ଏକାଦନ୍ତ ବୋଲି କାହିଁକି କୁହାଯାଏ ? ତେବେ ଜାଣନ୍ତୁ ଏହି ପୌରାଣିକ ମଜାଦାର କାହାଣୀ ବିଷୟରେ ।

ଗଜାନନଙ୍କର କାହାଣୀ

ପୁରାଣ ଅନୁଯାୟୀ ମାତା ପାର୍ବତୀ ଗାଧୋଇବାକୁ ଯାଇ ଗଣେଶଙ୍କୁ ଦ୍ବାର ପାଖରେ ବସେଇ ଦେଇଥିଲେ। ମାତା ପାର୍ବତୀ ଗଣେଶଙ୍କୁ କହିଥିଲେ ଯେ ତାଙ୍କ ଅନୁମତି ନମିଳିବା ଯାଏଁ ସେ କାହାରିକୁ ଭିତରକୁ ଯିବାକୁ ଦେବେ ନାହିଁ । ଏହାପରେ ଭଗବାନ ଶିବ ସେଠାରେ ପହଞ୍ଚିଲେ। ଯେତେବେଳେ ଭଗବାନ ଶିବ ପ୍ରବେଶ କରିବାକୁ ଚେଷ୍ଟା କଲେ, ଗଣେଶ ତାଙ୍କ ରାସ୍ତା ଅଟକାଇଲେ। ଏଥିରେ ରାଗିଯାଇ ପ୍ରଭୁ ଭୋଳା ଶଙ୍କର ଗଣେଶଙ୍କ ମୁଣ୍ଡ କାଟି ଦେଇଥିଲେ।

ଯେତେବେଳେ ମାତା ପାର୍ବତୀ ବାହାରକୁ ଆସିଲେ, ସେ ଏହା ଦେଖି ଅତି ଦୁଃକରେ ଆତୁର ହୋଇ ଗଣେଶଙ୍କୁ ବଞ୍ଚାଇବାକୁ ଶିବଙ୍କୁ ଅନୁରୋଧ କରିଥିଲେ। ତା’ପରେ ଭଗବାନ ଶିବ ହାତୀର ମୁଣ୍ଡକୁ ଗଣେଶଙ୍କ ଶରୀରରେ ରଖିଥିଲେ।

ଏହାପରେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀ ନିଜ କୋଠରୀରେ ବିଶ୍ରାମ ନେଉଥିଲେ। ଏନେଇ ଦ୍ବାରପାୋଳ ହୋଇ ଗଣେଶ ଦ୍ବାର ଜଗିଥିଲେ । ଆଉ ଏହି ସମୟରେ ମହାପ୍ରତାପୀ ପର୍ଶୁରାମା ଭଗବାନ ଶିବଙ୍କୁ ଭେଟିବାକୁ ଆସିଥିଲେ। କିନ୍ତୁ ଗଣେଶ ଭଗବାନ ଶିବଙ୍କୁ ଭେଟିବାକୁ ମନା କରିଦେଇଥିଲେ। ପର୍ଶୁରାମ ଏଥିରେ କ୍ରୋଧିତ ହୋଇ ଗଣେଶଙ୍କର ଏକ ଦାନ୍ତ ଭାଙ୍ଗି ଦେଇଥିଲେ। ସେହି ଦିନ ଠାରୁ ତାଙ୍କୁ ଏକ ଦନ୍ତ ଭାବରେ ଜଣାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.