ETV Bharat / bharat

ପ୍ରତିଦିନ 30 ମିନିଟ ସାଇକେଲ ଚଲାନ୍ତୁ, ଅନେକ ରୋଗରୁ ମୁକ୍ତି ପାଆନ୍ତୁ

author img

By

Published : Jun 17, 2020, 6:01 PM IST

ଶରୀରକୁ ଫିଟ ରଖେ ସାଇକେଲ ଚଳାଇବା । ସାଇକେଲ ଚଲାଇବା ଦ୍ୱାରା ହୃଦ ରୋଗ, ଷ୍ଟ୍ରୋକ୍, କର୍କଟ ଏବଂ ମଧୁମେହ ଭଳି ରୋଗରୁ ମୃତ୍ୟୁ ହେବାର ଆଶଙ୍କା କମିଯାଏ। ଅଧିକ ପଢନ୍ତୁ...

ପ୍ରତିଦିନ 30 ମିନିଟ ସାଇକେଲ ଚଲାନ୍ତୁ, ଅନେକ ରୋଗରୁ ମୁକ୍ତି ପାଆନ୍ତୁ
ପ୍ରତିଦିନ 30 ମିନିଟ ସାଇକେଲ ଚଲାନ୍ତୁ, ଅନେକ ରୋଗରୁ ମୁକ୍ତି ପାଆନ୍ତୁ

ଆପଣଙ୍କ ଶରୀରକୁ ଫିଟ ରଖିବା ପାଇଁ ସାଇକେଲ ଚଲାଇବା ହେଉଛି ଅନ୍ୟତମ ପ୍ରଭାବଶାଳୀ ଉପାୟ । ନିଜକୁ ଅନ୍ୟ କୌଣସି ଉପାୟରେ ଫିଟ ରଖିବା ଅପେକ୍ଷା କିଛି ଶାରୀରିକ କାର୍ଯ୍ୟକଳାପ ଭଲ । ସାଇକେଲ ଚଲାଇବା ଦ୍ୱାରା ହୃଦ ରୋଗ, ଷ୍ଟ୍ରୋକ୍, କର୍କଟ ଏବଂ ମଧୁମେହ ଭଳି ରୋଗରୁ ମୃତ୍ୟୁ ହେବାର ଆଶଙ୍କା କମିଯାଏ। ସକ୍ରିୟ ରହିବା ପାଇଁ ସାଇକେଲ ଚଲାଇବା ମଧ୍ୟ ଏକ ଭଲ ଉପାୟ। ତେଣୁ ଜାଣନ୍ତୁ ପ୍ରତିଦିନ 30 ମିନିଟ ସାଇକେଲ ଚଲାଇବାର ଉପକାର ବିଷୟରେ ।

ସାଇକେଲ ଚଲାଇବା ଦ୍ୱାରା ସ୍ୱାସ୍ଥ୍ୟର ଲାଭ

ଭଲ ନିଦ ହୋଇଥାଏ

ଯଦି ଆପଣ ପ୍ରତିଦିନ ସକାଳେ ଉଠନ୍ତି ଏବଂ 30 ମିନିଟ ସାଇକେଲ ଚଲାନ୍ତି, ତେବେ ଆପଣ ରାତିରେ ଭଲ ନିଦ ପାଇଥା’ନ୍ତି । ଏହାର ଅର୍ଥ ହେଉଛି ଯଦି ଆପଣଙ୍କର ରାତିରେ ଶୋଇବାରେ ଅସୁବିଧା ହେଉଛି, ତେବେ ସାଇକେଲ ଚଲାଇବା ଦ୍ବାରା ଆପଣଙ୍କ ସମସ୍ୟାର ସମାଧାନ ହୋଇପାରିବ । କାରଣ ସାଇକେଲ ଚଲାଇବା ଦ୍ୱାରା ଯେଉଁ ଥକ୍କାପଣ ମିଳିଥାଏ ତାହା ଆପଣଙ୍କୁ ଦିନସାରା ଲାଭ ଦେଇଥାଏ ଏବଂ ରାତିରେ ସୁନିଦ୍ରା ।

ରୋଗଠାରୁ ଦୂରରେ ରୁହନ୍ତୁ

ଏକ ଅନୁସନ୍ଧାନ ଅନୁଯାୟୀ, ଯଦି ଆପଣ ସପ୍ତାହରେ ଅତି କମରେ 5 ଦିନ 30 ମିନିଟ ଲେଖେଁ ସାଇକେଲ ଚଲାନ୍ତି ତେବେ ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଯେଉଁମାନେ ସାଇକେଲ ଚଲାଇଥାନ୍ତି ସେମାନେ ସାଇକେଲ ଚଲାଉନଥିବା ଲୋକଙ୍କ ତୁଳନାରେ 50 ପ୍ରତିଶତ କମ ଅସୁସ୍ଥ ଅଟନ୍ତି।

ଶାରୀରିକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ

ଯଦି ଆପଣ ପ୍ରତିଦିନ 30 ମିନିଟସାଇକେଲ ଚଲାନ୍ତି, ତେବେ ଏହା ଆପଣଙ୍କ ଶରୀରର ସମସ୍ତ ମାଂସପେଶୀକୁ ସୁସ୍ଥ ଏବଂ ଶକ୍ତିଶାଳୀ କରିଥାଏ । ଏହା ସହିତ ସାଇକେଲ ଚାଳକଙ୍କ ଯୌନ ଶକ୍ତି ମଧ୍ୟ ବଢିଥାଏ । ଏକ ଅନୁସନ୍ଧାନ ଅନୁଯାୟୀ, ପ୍ରତିଦିନ 30 ମିନିଟ ସାଇକେଲ ଚଲାଇ ଲୋକମାନେ ନିଜ ବୟସ ତୁଳନାରେ ଶାରୀରିକ ସମ୍ପର୍କ ଭଲ ହୋଇପାରେ ।

ସ୍ମୃତି ତୀବ୍ର ହୁଏ

ପ୍ରତିଦିନ 30 ମିନିଟ ସାଇକେଲ ଚଲାଇବା ଦ୍ୱାରା, ଆପଣଙ୍କର ସ୍ମୃତି ଅନ୍ୟମାନଙ୍କ ତୁଳନାରେ 15 ପ୍ରତିଶତ ବୃଦ୍ଧି ପାଇପାରେ । ଏକ ଅନୁସନ୍ଧାନ ଅନୁଯାୟୀ, ସାଇକେଲ ଚଳାଇବା ଦ୍ବାରା ହାର୍ଟହୃଦୟ ଅଧିକ ଶକ୍ତିଶାଳୀ ହୁଏ। ଏହା ସହିତ, ଆପଣଙ୍କ ମସ୍ତିଷ୍କରେ ନୂତନ କୋଷଗୁଡ଼ିକ ମଧ୍ୟ ବିକଶିତ ହୁଏ |

ଅଫିସ କାର୍ଯ୍ୟ ଭଲ ହୁଏ

ଯଦି ଆପଣ ଆପଣଙ୍କ କାର୍ଯ୍ୟକୁ ଭଲ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ସକାଳେ ଅତି କମରେ 30 ମିନିଟ ସାଇକେଲ ଚଲାନ୍ତୁ । ସାଇକେଲ ଚାଳକମାନେ ନିଜ ଅଫିସ କାମରୁ କମ ଛୁଟି ନେଇଥାନ୍ତି । କେବଳ ଏତିକି ନୁହେଁ, ଏଭଳି ଲୋକଙ୍କ କାର୍ଯ୍ୟ ମଧ୍ୟ ଠିକ ସମୟରେ ଶେଷ ହୋଇଯାଏ । ଏହି ଲୋକମାନେ ଅନ୍ୟ ଲୋକଙ୍କ ତୁଳନାରେ ଭଲ କାମ କରିବାକୁ ସକ୍ଷମ ଅଟନ୍ତି ।

ଯେଉଁମାନେ ସିଙ୍ଘଡା, କଚୋରୀ, ଥଣ୍ଡା ପାନୀୟ ଇତ୍ୟାଦି ଉଚ୍ଚ କ୍ୟାଲୋରୀ ଖାଦ୍ୟ ଖାଉଛନ୍ତି ସେମାନଙ୍କ ପାଇଁ ସାଇକେଲ ଚଲାଇବା ଅତ୍ୟନ୍ତ ଜରୁରୀ । ଏହାଦ୍ବାରା ଅତିରିକ୍ତ କ୍ୟାଲୋରୀ ନଷ୍ଟ ହେବାରେ ସାହାଯ୍ୟ କରେ । ସାଇକେଲ ଚଲାଇ ଅତିରିକ୍ତ କ୍ୟାଲୋରୀକୁ ଅତି ସହଜରେ ନଷ୍ଟ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.