ହାଇଦ୍ରାବାଦ: ସମଗ୍ର ବିଶ୍ବରେ କୋରୋନା ଭାଇରସ୍ ମହାମାରୀର ରୂପ ନେଇଛି । ଆମ ଦେଶରେ ମଧ୍ୟ କ୍ରମାଗତ ଭାବେ ପଜିଟିଭ ମାମଲା ବୃଦ୍ଧି ପାଉଛି । ଏହି ମାରାତ୍ମକ ଜୀବାଣୁ ସମସ୍ତଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଲୋକେ ଆତଙ୍କିତ ହେବା ସହିତ କେତେକ ଲୋକ ନିଜର ଲକ୍ଷଣ ଲୁଚାଇ ସରକାରଙ୍କ ମୁଣ୍ଡବ୍ୟଥା ବଢାଉଛନ୍ତି । ସାମାନ୍ୟତମ ଲକ୍ଷଣ ଦେଖାଦେଲେ ନିଜ ପକ୍ଷରୁ ସରକାରଙ୍କୁ ସୂଚନା ଦେବା ବୁଦ୍ଧିମାନର କାର୍ଯ୍ୟ । ଆଜି ଆମେ ଆପଣଙ୍କୁ ବତାଇବୁ କୋରୋନାର ଶିକାର ହେଲେ ଆପଣଙ୍କ ପ୍ରଥମ ନଅ ଦିନର କଣ ଲକ୍ଷଣ ରହିଥାଏ ।
ପ୍ରଥମ ଦିନ: ସାମାନ୍ୟ ଶୁଖିଲା କାଶ ଏବଂ ଗଳା ଅଳ୍ପ ଯନ୍ତ୍ରଣା ସହ ଥକ୍କାପଣ
ଦ୍ବିତୀୟ ଦିନ: ମୁଣ୍ଡରେ ଯନ୍ତ୍ରଣା, ଥଣ୍ଡା ଅନୁଭବ, ଆଖି ଯନ୍ତ୍ରଣା ଏବଂ ସାମାନ୍ୟ ଜ୍ବର
ତୃତୀୟ ଦିନ: ହାଲିଆ ଅନୁଭବ, ଶୁଖିଲା କାଶ, ମୁଣ୍ଡବିନ୍ଧା, ଜ୍ବର, ଥଣ୍ଡା ଏବଂ ବାନ୍ତି
ଚର୍ତୁଥ ଦିନ: ଜ୍ବର କମିବ କିନ୍ତୁ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା, ଯନ୍ତ୍ରଣାଦାୟକ, ଛାତି ବ୍ୟଥା
ପଞ୍ଚମ ଦିନ: ଗଳା ଯନ୍ତ୍ରଣା, କାଶ, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା
ଷଷ୍ଠ ଦିନ: ଗଳା ଯନ୍ତ୍ରଣା, କାଶ, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଅଧିକ ଲାଗି ରହିବ
ସପ୍ତମ ଦିନ: ଗଳା ସାମାନ୍ୟ ଯନ୍ତ୍ରଣା, ସାମାନ୍ୟ କାଶ, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା, ଖୁବ ହାଲିଆ ଅନୁଭବ
ଅଷ୍ଟମ ଦିନ: ସାମାନ୍ୟ କାଶ ସହିତ ଶରୀରରେ ଯନ୍ତ୍ରଣା
ନବମ ଦିନ: ଖୁବ୍ ଜୋରରେ କାଶ, ଶରୀରର ମାଂସପେଶୀରେ ଯନ୍ତ୍ରଣା ଓ ହାଲିଆ ଅନୁଭବ
ଯଦି ଏସବୁ ସମସ୍ୟା ଦେଖାଦେଉଛି ତେବେ ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ଏହାକୁ କୌଣସି ସାଧାରଣ ଜ୍ବର ବା ଥଣ୍ଡା ଭାବି ଅଣଦେଖା କରନ୍ତୁ ନାହିଁ । ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ଯାଆନ୍ତୁ । ପୋଲିସ ଅବା ସରକାରଙ୍କ ପ୍ରଦତ୍ତ ହେଲପଲାଇନ ନମ୍ବରରେ କଲ କରନ୍ତୁ । କାରଣ ସାମାନ୍ୟ ଭୁଲ ବଡ ବିପଦ ଆଣିପାରେ ।