ETV Bharat / bharat

ଜାଣନ୍ତୁ କ'ଣ କହେ ଗଙ୍ଗା ଆଳତୀର ଇତିହାସ...

ପବିତ୍ର ଗଙ୍ଗା ନଦୀକୂଳରେ ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ ଗଙ୍ଗା ଆଳତୀ । ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକ, ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ହୋଇଥାଏ । ଭାବାବେଗ ପରିବେଶ ମଧ୍ୟରେ ଏହି ଗଙ୍ଗା ଆଳତୀ ସମାପନ ହୋଇଥାଏ ।

ଫଟୋ ସୌଜନ୍ଯ: ଇଟିଭି ଭାରତ
author img

By

Published : Jul 24, 2019, 6:17 PM IST

ପାଟନା: ଭକ୍ତି ଭାବର ବାତାବରଣ ସୃଷ୍ଟି କରେ ଗଙ୍ଗା ଆଳତୀ । ବିହାର ପାଟନାର ଗାନ୍ଧୀଘାଟରେ ଦୈନିକ ହେଉଥିବା ଏହି ଗଙ୍ଗା ଆଳତୀ ଭକ୍ତି ଓ ଉତ୍ସାହର ବାତାବରଣ ସୃଷ୍ଟି କରେ । ତେବେ ଏହି ଗଙ୍ଗା ଆଳତୀ ନୂଆପିଢିର ଅନେକ ଯୁବକ ଯୁବତୀମାନଙ୍କୁ ଏକତ୍ରିତ କରିବାର ଏକ ଅନନ୍ୟ ମାଧ୍ୟମ ।

ଆରତୀ ସମୟରେ ଦୃଶ୍ୟ

ସନ୍ଧ୍ୟାର ଆଗମନ ସହିତ ରାସ୍ତାକଡ଼ର ଆଲୁଅରେ ଝଲସି ଉଠେ ସହର । ଗାନ୍ଧିଘାଟ ମଧ୍ୟ ରଙ୍ଗୀନ ଆଲୋକରେ ଝଲସି ଉଠେ । ସେପଟେ ପୁଜାରୀଙ୍କ ଘଣ୍ଟଘଣ୍ଟିର ଶବ୍ଦରେ ଗୁଞ୍ଜରିତ ହୋଇ ଉଠେ ଗାନ୍ଧୀଘାଟ । ତେବେ ଧୁପଦୀପ ଓ ଶଙ୍ଖନାଦରେ ଗୁଞ୍ଜରିତ ହୋଇ ଉଠେ ପରିବେଶ । ଭକ୍ତି ଭାବନାର ପରିବେଶ ସୃଷ୍ଟି ହୁଏ । ଜଗତଜନନୀ ମା ଗଙ୍ଗା ନଦୀ କୂଳରେ ଶ୍ରଦ୍ଧା ଓ ଭକ୍ତି ର ସହିତ ଶ୍ରଦ୍ଧାଳୁମାନେ ଏକଜୁଟ ହୁଅନ୍ତି । ଘାଟ ନିକଟରେ ବ୍ରାହ୍ମଣମାନେ ଆଳତୀ ଆରମ୍ଭ କରିଥାନ୍ତି । ଘଣ୍ଟଘଣ୍ଟା ଓ ଶଙ୍ଖନାଦ ସହିତ ଗଙ୍ଗାସ୍ତୁତି ଆରମ୍ଭ କରିଥାନ୍ତି ପୂଜକ । ତେବେ ଶଙ୍ଖ ଓ ଘଣ୍ଟଘଣ୍ଟାରୁ ସୃଷ୍ଟି ହେଉଥିବା ଶବ୍ଦରେ ପରିବେଶରେ ଏକ ପ୍ରକାର ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ ।

arati
ରିଶିକେଷରେ ଆରତୀ ସମୟର ଦୃଶ୍ୟ

ଗାନ୍ଧୀଘାଟରେ ଜମେ ଶ୍ରଦ୍ଧାଳୁଙ୍କ ଭିଡ଼
ସପ୍ତାହର ଦୁଇ ଦିନ ଶନିବାର ଓ ରବିବାର ଗାନ୍ଧିଘାଟରେ ଗଙ୍ଗା ଆଳତୀ ହୋଇଥାଏ । ଶନିବାର ଓ ରବିବାର ଗଙ୍ଗା ଆରତୀ ପାଇଁ ଗାନ୍ଧିଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ନିଜ କାମରୁ ସମୟ ବାହାର କରି ଗଙ୍ଗା ଆରତୀରେ ସାମିଲ ହେବାକୁ ଆସିଥାନ୍ତି । ତେବେ ପୂଜାରୀ ମନୋଜ ଝା କୁହନ୍ତି ଗଙ୍ଗା ଭକ୍ତ ମାନଙ୍କୁ ମୋକ୍ଷ ପ୍ରଦାନ କରିଥାନ୍ତି । ଗଙ୍ଗାଙ୍କର ପୂଜା କରିବା ଦ୍ବାରା ସମସ୍ତଙ୍କର ମନୋସ୍କାମନା ପୂରଣ ହୋଇଥାଏ ।

ଆୟୋଜନରେ ସାମିଲ ହୁଅନ୍ତି ଯୁବଗୋଷ୍ଠୀ
ଏହି ଗଙ୍ଗା ଆଳତୀର ଆୟୋଜନରେ ସାମିଲ ହୁଅନ୍ତି ଯୁବଗୋଷ୍ଠୀ । ଏହା ସହିତ ନୂଆପିଢିର ଯୁବକଯୁବତୀମାନଙ୍କୁ ଗଙ୍ଗାର ମହତ୍ତ୍ବ ସମ୍ପର୍କରେ ଜ୍ଞାନ ଦେଇଥାନ୍ତି । ଯାହା ଫଳରେ ଗଙ୍ଗାଘାଟ ଦିନକୁ ଦିନ ପରିସ୍କାର ନଜର ଆସୁଥିବା ଦେଖିବାକୁ ମିଳୁଛି ।

arati
ବାରଣାସୀରେ ଆରତୀ ସମୟର ଦୃଶ୍ୟ

ଗଙ୍ଗାକୁ ନେଇ ଲୋକକଥା
ଗଙ୍ଗାକୁ ନେଇ ରୁକବେଦ ଠାରୁ ଆରମ୍ଭ କରି ଅନେକ ସାହିତ୍ୟରେ ଅନେକ ତଥ୍ୟ ଉଲ୍ଲେଖ ଅଛି । କୁହାଯାଏ ରାଜା ଭାଗୀରଥ ତପ ବଳରେ ଧରାଧାମକୁ ପୃଥିବୀପୃଷ୍ଠକୁ ଆଣିଥିଲେ । ଶିବଙ୍କ ଜଟରୁ ଗଙ୍ଗା ବାହାରୁଥିବା ପୁରାଣରେ ଉଲ୍ଲେଖ ରହିଛି ।

arati
ପୂଜକଙ୍କ ମନ୍ତ୍ର ଉଚ୍ଚାରଣ

କଣ ଏହି ଗଙ୍ଗା ଆଳତୀ
ଗଙ୍ଗା ଆରତୀ ହିନ୍ଦୁ ଉପାସନାର ଏକ ବିଧି ଅଟେ । ଏଥିରେ ବଡ଼ ଦୀପକୁ ପୂଜା ଓ ମନ୍ତ୍ର ସହିତ ଉପାସନା କରାଯାଏ । ଏହି ଦୀପରେ ଘିଅ, ବତୀ ପ୍ରଭୃତି ଦୀପରେ ଦିଆଯାଇଥାଏ । ଏହା ସହିତ କିଛି ସୁଗନ୍ଧିତ ବସ୍ତୁ ମଧ୍ୟ ପକାଯାଇଥାଏ । ଯାହା ଫଳରେ ଭକ୍ତଗଣଙ୍କୁ ଗଙ୍ଗା ଆରତୀ ପ୍ରଭାବିତ କରିଥାଏ ବୋଲି ପୂଜକମାନେ କୁହନ୍ତି ।

ତେବେ ପାଟନା ବ୍ୟତୀତ ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଗଙ୍ଗା ଆରତୀ ହୋଇଥାଏ । ଆସନ୍ତୁ ସେହି ଆରତୀଗୁଡ଼ିକ ଉପରେ ନଜର ପକାଇବା ।

arati
ଆରତୀ ପାଇଁ ପ୍ରସ୍ତୁତି

ହରିଦ୍ବାର ଗଙ୍ଗା ଆଳତୀ

ଇତିହାସ କହେ କି ଏହି ଆଳତୀ ପ୍ରଥମେ ହରିଦ୍ବାର ଠାରୁ ହିଁ ଆରମ୍ଭ ହୋଇଥିଲା । ଏହି ଆରତୀକୁ ପୂର୍ବେ ସାଧୁସନ୍ଥ ମାନେ ଆରମ୍ଭ କରିଥିଲେ । ତେବେ ଏହି ପରମ୍ପରାକୁ ଜାରି ରଖି 1991 ମସିହାରେ ଦଶଶ୍ବାମେଧ ଘାଟରେ ଗଙ୍ଗା ଆରତୀକୁ କିଛି ସାଧୁ ସନ୍ଥ ଆରମ୍ଭ କରିଥିଲେ । ଯାହା ବର୍ତ୍ତମାନ ସମୟରେ ବେଶ ପ୍ରସିଦ୍ଧ ଲାଭ କରିଛି ।

arati
ଆରତୀ ସମୟର ଦୃଶ୍ୟ

ରିଶିକେଷ ଗଙ୍ଗା ଆଳତୀ
ରିଶିକେଶ ଗଙ୍ଗା ଆଳତୀ ପରମାର୍ଥ ନିକେତନ ଆଶ୍ରମ ନିକଟରେ ଅନୁଷ୍ଠିତ ହୋଇଥାଏ । ଏହି ଆରତୀ ବାରଣାସୀ ତୁଳନାରେ ଅଧିକ ଭାବମୟ ଓ ଆରାମଦାୟକ ହୋଇଥାଏ । ତେବେ ଏହି ଆଳତୀ ଏକ ଭାବମୟ ତଥା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ ।

ବାରଣାସୀ ଗଙ୍ଗା ଆଳତୀ
ବାରଣାସୀ ଆଳତୀ କାଶୀ ବିଶ୍ବନାଥ ମନ୍ଦିର ନିକଟରେ ହୋଇଥାଏ । ତେବେ ଏହି ମନ୍ଦିର ନିକଟରେ ଥିବା ଦଶ୍ବାସମେଧ ଘାଟ ନିକଟରେ ସୂର୍ଯାସ୍ତର ଅନ୍ତିମ କିରଣ ପଡ଼ିଥାଏ । ଏଠାରେ ହେଉଥିବା ହରିଦ୍ବାର ଓ ରିଶିକେଷ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତେବେ ଏହି ଗଙ୍ଗା ଆରତୀରେ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟ ସମାଗମ ହୋଇଥାଏ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.