ETV Bharat / bharat

ନବୀନ 5.0, ଜାଣନ୍ତୁ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ରାଜନୈତିକ ଯାତ୍ରା

ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ୨୦ ଜଣିଆ ମନ୍ତ୍ରୀମଣ୍ଡଳ ମଧ୍ୟ ଆଜି ଶପଥ ଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ୧୧ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ଦିଆଯାଇଥିବା ବେଳେ ଆଉ ୯ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ।

author img

By

Published : May 29, 2019, 10:54 AM IST

Updated : May 29, 2019, 12:09 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ନିଜର ପଞ୍ଚମ ପାରି ଆରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚମଥର ପାଇଁ ମୁଖ୍ଯମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଛନ୍ତି ସେ । ସକାଳ 10 ଟା 30 ସମୟରେ ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ୨୦ ଜଣିଆ ମନ୍ତ୍ରୀମଣ୍ଡଳ ମଧ୍ୟ ଏହି ଉତ୍ସବରେ ଶପଥ ଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ୧୧ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ଦିଆଯାଇଥିବା ବେଳେ ଆଉ ୯ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ।

ତେବେ କ୍ୟାବିନେଟ ମନ୍ତ୍ରୀଙ୍କ ତାଲିକାରେ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ , ବିକ୍ରମ କେଶରୀ ଆରୁଖ , ପ୍ରଫୁଲ୍ଲ ମଲ୍ଲିକ, ନିରଞ୍ଜନ ପୂଜାରୀ , ପଦ୍ମନାଭ ବେହେରା , ପ୍ରତାପ ଜେନା, ଅରୁଣ ସାହୁ , ସୁଦାମ ମାରାଣ୍ଡି , ସୁଶାନ୍ତ ସିଂ, ନବ କିଶୋର ଦାସ ଏବଂ ଟୁକୁନି ସାହୁ ।

ରଣେନ୍ଦ୍ର ପ୍ରତାପ ସ୍ବାଇଁ: 1990 ମସିହାର କ୍ରମାଗତ ଭାବେ ଆଠଗଡ-ତିଗିରିଆ ବିଧାନସଭା ଆସନରୁ ପ୍ରତିନିଧିତ୍ବ କରି ଆସୁଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ରାଜା ସ୍ବାଇଁ ନାମରେ ଜଣାଶୁଣା ରଣେନ୍ଦ୍ର ପୂର୍ବରୁ ନବୀନ ସରକାରରେ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ତୁଲାଇଥିଲେ । ବେଶ ଦୀର୍ଘ ଦିନ ଧରି ରାଜ୍ୟ ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିବା ରଣେନ୍ଦ୍ର ଏବେ ପୁଣିଥରେ ରାଜ୍ୟ କ୍ୟାବିନେଟକୁ ଫେରୁଛନ୍ତି । ଚଳିତ ଥରକୁ ମିଶାଇ ମୋଟ 7 ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ସେ ।

ପ୍ରଫୁଲ୍ଲ ମଲ୍ଲିକ: ଏଥର ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରୁ କେବଳ ଜଣଙ୍କୁ ମାତ୍ର ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ସେ ହେଉଛନ୍ତି କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ । 2004, 2009, 2014 ଏବଂ 2019 ମିଶାଇ ମୋଟ 4 ଥର ରାଜ୍ୟ ବିଧାନସଭାକୁ ପ୍ରତିନିଧିତ୍ବ କରିଛନ୍ତି । ଗତ ସରକାରରେ ସେ ଖଣି, ଇସ୍ପାତ ଏବଂ କୋଇଲା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଥିଲେ ।

ବିକ୍ରମ କେଶରୀ ଆରୁଖ
ନବୀନ ପଟ୍ଟନାୟକଙ୍କ ନବଗଠିତ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଛନ୍ତି ଭଞ୍ଜନଗର ବିଧାୟକ ବିକ୍ରମକେଶରୀ ଆରୁଖ । ପଞ୍ଚମ ଥର ପାଇଁ ବିକ୍ରମ ଭଞ୍ଜନଗରରୁ ପ୍ରତିନିଧିତ୍ବ କରୁଛନ୍ତି । ଆସନ୍ତାକାଲି ବିକ୍ରମ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।
ବିକ୍ରମ କେଶରୀ ଆରୁଖ ଛାତ୍ର ସମୟରୁ ରାଜନୈତିକ ଜୀବନ ଆରମ୍ଭ କରନ୍ତି । ମାତ୍ର ବିଧାନସଭାକୁ ଜନତା ଦଳରୁ ଲଢି 1995 ମସିହାରେ ବିଧାୟକ ଭାବେ ବିଜୟ ଲାଭ କରି ବିଧାନସଭାକୁ ନିର୍ବାଚିତ ହୁଅନ୍ତି । ଏହାପରେ କ୍ରମାଗତ ଭାବେ ଭଞ୍ଜନଗରରୁ ସେ ଲଢିଆସୁଛନ୍ତି । ସେ ମନ୍ତ୍ରିମଣ୍ଡଳର ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ପଦ ତୁଲାଇ ଆସିଛନ୍ତି ।

ଟୁକୁନି ସାହୁ
ଭୁବନେଶ୍ବର: ଆସନ୍ତା କାଲି ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ଶପଥ ନେବେ । ତେବେ ନବୀନଙ୍କ କ୍ୟାବିନେଟରେ ଏକମାତ୍ର ମହିଳା ଭାବେ ସ୍ଥାନ ପାଇଛନ୍ତି ଟିଟିଲାଗଡର ବିଧାୟିକା ଟୁକୁନି ସାହୁ । ଦୁଇଥରର ବିଧାୟିକା ଟୁକୁନି ରାଜନୈତିକ ଜୀବନରେ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଥିବା ବେଳେ ପୁଣି କ୍ୟାବିନେଟ ପାହ୍ୟା ପାଇଛନ୍ତି । ବଲାଙ୍ଗୀର ଜିଲ୍ଲାର ଜଣାଶୁଣା ରାଜନେତା ସ୍ବର୍ଗତ ଅଭିମନ୍ୟୁ ସାହୁଙ୍କ ଧର୍ମପତ୍ନୀ ହେଉଛନ୍ତି ଟୁକୁନି ସାହୁ ।

ଗତ 2014 ନିର୍ବାଚନ ପୂର୍ବରୁ ଅଭିମନ୍ୟୁଙ୍କୁ ହତ୍ୟା କରାଯାଇଥିଲା, ସେତେବେଳେ ଅଭିମନ୍ୟୁ ଟିଟିଲାଗଡ ଆସନରୁ ବିଜେଡିର ଟିକେଟ ଦାବିଦାର ଥିଲେ ରାଜନୈତିକ ସ୍ବାର୍ଥ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ପରେ ନିର୍ବାଚନରେ ତାଙ୍କ ପତ୍ନୀ ଟୁକୁନି ସାହୁଙ୍କୁ ନବୀନ ଟିକେଟ ଦେଇଥିଲେ । ଆଉ ଟୁକୁନି ପ୍ରଥମ ଥର ପାଇଁ ନିର୍ବାଚନରେ କଂଗ୍ରେସର ସୁରେନ୍ଦ୍ର ସିଂ ଭୋଇଙ୍କୁ 15ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରି ପ୍ରଥମଥର ପାଇଁ ବିଧାନସଭାକୁ ଆସିଥିଲେ ।

ଗତ ପାଞ୍ଚବର୍ଷରେ ଟୁକୁନି ନିଜ ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ କରିବା ସହ ରାଜନୀତିରେ ଅନଭିଜ୍ଞ ସତ୍ତ୍ବେ ସେ ଜଣେ ସଫଳ ବିଧାୟିକା ଭାବେ ନବୀନଙ୍କ ଗୁଡବୁକରେ ଥିଲେ । ଚଳିତ ନିର୍ବାଚନରେ ଟୁକୁନି ପୁଣିଥରେ ନିଜ ପୁରୁଣା ପ୍ରତିଦ୍ବନ୍ଦି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇଙ୍କୁ ପରାଜିତ କରି ଦ୍ବିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଆଉ ନବୀନ ତାଙ୍କ କ୍ୟାବିନେଟରେ ଟୁକୁନିଙ୍କୁ ସାମିଲ କରିଛନ୍ତି ।

ପଦ୍ନନାଭ ବେହେରା
ନବୀନଙ୍କ କ୍ୟାବିନେଟରେ ଦୀର୍ଘଦିନ ପରେ ସ୍ଥାନ ପାଇଛନ୍ତି ବୀରମହାରାଜପୁରର ବିଧାୟକ ପଦ୍ମନାଭ ବେହେରା । ପଦ୍ମନାଭ ବେହେରା ମୂଳତଃ ହେଉଛନ୍ତି କନ୍ଧମାଳ ଜିଲ୍ଲାର ତେବେ ସୀମା ନିର୍ଧାରଣ ପରେ ପଦ୍ମନାଭଙ୍କୁ ଗତ 2009ରୁ ବୀରମହାରଜପୁରରୁ ଦଳ ପ୍ରାର୍ଥୀ କରି ଆସୁଛି ପଦ୍ମନାଭ ବେହେରା । 1998ରେ କନ୍ଧମାଳ ଲୋକସଭା ଆସନରୁ ସଂସଦକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ଫୁଲବାଣୀରୁ 1990 ଓ 2004ରେ ଦୁଇଥର ବିଧାୟକ ହୋଇଥିବା ପଦ୍ମନାଭ ଗତ 2009ରୁ ଲଗାତାର ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ତେବେ ଅଭିଜ୍ଞତା ସତ୍ତ୍ବେ ଗତ ଦୁଇଟି କାର୍ଯ୍ୟକାଳରେ ତାଙ୍କୁ ନବୀନ ମନ୍ତ୍ରୀ କରିନଥିଲେ । କିନ୍ତୁ ଚଳିତ ନିର୍ବାଚନରେ ପୁଣିଥରେ ବୀରମହାରାଜପୁରରେ ବିଜେପିକୁ ଚେକମେଣ୍ଟ ଦେଇ ବିଜୟ ବାନା ଉଡାଇଥିବା ପଦ୍ମନାଭଙ୍କୁ ନବୀନ ତାଙ୍କ କ୍ୟାବିନେଟରେ ସାମିଲ କରିଛନ୍ତି ।

ନିରଞ୍ଜନ ପୂଜାରୀ

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନିରଞ୍ଜନ ପୂଜାରୀ । ନବୀନ ସରକାରରେ ବେଶ ଦବଦବା ରଖୁଥିବା ନିରଞ୍ଜନ ବୁଧବାର କ୍ୟାବିନେଟ ପାହ୍ୟାରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନିରଞ୍ଜନ ରାଜ୍ୟ ରାଜନୀତିରେ ୨୦୦୦ ମସିହାରୁ ପାଦ ଥାପିଛନ୍ତି । ପୂର୍ବରୁ ରାଜନୀତି ଜଗତରେ ସାମିଲ ଥିଲେ ମଧ୍ୟ ପ୍ରତ୍ୟେକ୍ଷ ଭାବେ ସେ ୨୦୦୦ ମସିହାରେ ପାଦ ଦେଇଛନ୍ତି । ୨୦୦୦ ମସିହାରେ ସେ ବିନିକା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ନିର୍ବାଚିତ ହୋଇଥିଲେ । ୨୦୦୦ ଓ ୨୦୦୪ ମସିହାରେ ସେ ଦୁଇଥର ବିନିକାରୁ ନିର୍ବାଚନ ଲଢ଼ିଥିଲେ । ପରେ ସେ ସୁବର୍ଣ୍ଣପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ ।

ତେବେ ନବୀନ ସରକାରରେ ସେ ବେଶ ଦବଦବା ଜାହିର କରି ଆସୁଛନ୍ତି । ବିଭିନ୍ନ ବିଭାଗରେ ମନ୍ତ୍ରୀପଦ ସମ୍ଭାଳି ଥିବା ବେଳେ ୨୦୧୪ ନିର୍ବାଚନରେ ବିଜୟ ଲାଭ ପରେ ତାଙ୍କୁ ବାଚସ୍ପତି ଭାବେ ଦାୟିତ୍ୱ ମିଳିଥିଲା । ବିଜେଡି ସୁପ୍ରିମୋ ନବୀନଙ୍କ ଆସ୍ଥା ଭାଜନ କରିପାରିଥିବାରୁ ସେ ପୁନର୍ବାର କ୍ୟାବିନେଟ ପାହ୍ୟା ମନ୍ତ୍ରିମଣ୍ଡଳରେ ନିଜ ସ୍ଥାନ ପକ୍କା କରିପାରିଛନ୍ତି । ବୁଧବାର ନବୀନଙ୍କ ସହ ସେ ଶପଥ ଗ୍ରହଣ କରିଛନ୍ତି ।

ପ୍ରତାପ ଜେନା

ମାହାଙ୍ଗା ବିଧାନସଭା ନିର୍ବାଚନୀ ମଣ୍ଡଳୀରୁ ପ୍ରତିନିଧିତ୍ବ କରୁଛନ୍ତି ପ୍ରତାପ ଜେନା । ଅଭିଜ୍ଞ ତଥା ବିଜେଡିର ଏହି ପୁରୁଣା ନେତା ଚତୁର୍ଥ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ପୂର୍ବ ସରକାରରେ ପ୍ରତାପ ଜେନା ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଥିବା ବେଳେ ପୁନର୍ବାର ବିଜେଡି ସୁପ୍ରିମୋ ନବୀନଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି ଫଳରେ ପୁନର୍ବାର ସେ କ୍ୟାବିନେଟ ପାହ୍ୟାର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେଇଛନ୍ତି ।

ପ୍ରତାପ ଜେନା ୧୯୮୫-୮୬ ମସିହାରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ହେଁ ୨୦୦୦ ମସିହାରୁ ପ୍ରଥମ କରି ବିଧାନସଭା ପାଇଁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ । ୨୦୦୦ ମସିହାରେ ପ୍ରଥମ କରି କିଶନନଗର ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରିଥିଲେ । ଏଥିରେ ବିଜୟ ଲାଭ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ପୁନର୍ବାର ୨୦୦୪ ରୁ ମଧ୍ୟ ସେ କିଶନନଗର ଆସନରୁ ବିଜୟ ଲାଭ କରିଥିଲେ । ମାତ୍ର ୨୦୦୯ ମସିହାରେ ସେ ମାହାଙ୍ଗା ନିର୍ବାଚନୀ ମଣ୍ଡଳୀରୁ ନିର୍ବାଚିତ ହୋଇ ଆସୁଛନ୍ତି । ପୂର୍ବ ସରକାରରେ ସେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସମ୍ଭାଳି ଥିଲେ ।

ସୁଶାନ୍ତ ସିଂହ

ଭଟଲି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରୁଥିବା ଯୁବ ନେତା ସୁଶାନ୍ତ ସିଂ ଆଜି (ବୁଧବାର) ଶପଥ ଗ୍ରହଣ କରିଛନ୍ତି । ସୁଶାନ୍ତ ସିଂ ଭଟଲି ନିର୍ବାଚନ ମଣ୍ଡଳୀରୁ ତୃତୀୟ ଥର ପାଇଁ ପ୍ରତିନିଧିତ୍ବ କରୁଛନ୍ତି । ତେବେ ୨୦୦୯ ମସିହାରେ ସେ ପ୍ରତ୍ୟେକ୍ଷ ଭାବେ ରାଜନୀତିରେ ପାଦ ଦେଇଥିଲେ । ପ୍ରଥମ କରି ବିଜେଡି ଟିକେଟରୁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟ ଲାଭ କରିଥିଲେ । ଆଉ ସେବେଠାରୁ ସେ କ୍ରମାଗତ ଭାବେ ଭଟଲି ଆସନକୁ ନିଜ ଅଧିନକୁ କରିଆସୁଛନ୍ତି । ନବୀନଙ୍କ ଚତୁର୍ଥ ପାଳିରେ ଶ୍ରମ ଓ ଶକ୍ତି ମନ୍ତ୍ରୀ ରହିଥିବା ସୁଶାନ୍ତ ସିଂହ ନବୀନଙ୍କ ଆସ୍ଥା ଜିତି ପାରିଥିବାରୁ ପୁନର୍ବାର ସେ କ୍ୟାବିନେଟରେ ସ୍ଥାନ ପାଇଛନ୍ତି ।

ଅରୁଣ କୁମାର ସାହୁ

ରାଜ୍ୟ ସରକାରରେ ଯୁବ ମନ୍ତ୍ରୀ ଭାବେ ଅରୁଣ ସାହୁଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ତେବେ ସେ ବୁଧବାର କ୍ୟାବିନେଟର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅରୁଣ ସାହୁ ଚତୁର୍ଥ ଥର ପାଇଁ ନୟାଗଡରୁ ପ୍ରତିନିଧିତ୍ବ କରୁଛନ୍ତି । ଲଗାତାର ଭାବେ ସେ ୨୦୦୪ ମସିହାରୁ ଏହି ନିର୍ବାଚନ ମଣ୍ଡଳୀରୁ ଜିତି ଆସୁଛନ୍ତି । କ୍ରମାଗତ ଭାବେ ବିଜୟ ଲାଭ କରୁଥିବା ଅରୁଣ ସାହୁ ନବୀନ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ସାରିଛନ୍ତି । ଏପରିକି ସେ ବର୍ତ୍ତମାନ ବିଜୁ ଯୁବ ଛାତ୍ର ଜନତା ଦଳର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ କାର୍ଯ୍ୟଦକ୍ଷତାକୁ ଦେଖି ନବୀନ ପୁନର୍ବାର ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ସେପଟେ ଅନେକ ସମୟରେ ନିଜର କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାରେ ରହିଥିଲେ ଅରୁଣ ସାହୁ ।

ନବ ଦାସ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପଞ୍ଚମ ପାଳିର ଶୁଭାରମ୍ଭ କରିଛନ୍ତି । 20 ଜଣ ମନ୍ତ୍ରୀଙ୍କ ସମେତ ସେ ଶପଥ ନେଇଛନ୍ତି । ତେବେ 20 ଜଣ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ଝାରସୁଗୁଡା ବିଧାୟକ ନବ କିଶୋର ଦାସ । 2009 ମସିହାରେ ନବ ପ୍ରଥମେ କଂଗ୍ରେସ ଟିକେଟରେ ଜିତି ବିଧାନସଭା ଆସିଥିଲେ । ପରେ 2014 ରେ ପୁଣି ଥରେ ନବ କଂଗ୍ରେସ ଟିକେଟରେ ବାଜିମାତ୍‌ କରିଥିଲେ । ଚଳିତ ବର୍ଷ ନିର୍ବାଚନରେ ନବ କଂଗ୍ରେସ ଛାଡି ବିଜେଡିରେ ମିଶିବା ସହ ଝାରସୁଗୁଡାରୁ ପୁଣି ପ୍ରାର୍ଥୀ ହୋଇଥିଲେ । ଏଥର ମଧ୍ୟ ଜିତିବା ସହ ହ୍ୟାଟ୍ରିକ କରିଛନ୍ତି ନବ । ତେବେ ନବୀନଙ୍କ ବିଶ୍ବାସ ଜିତି ସେ ଆଜି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ସୁଦାମ ମାରାଣ୍ଡି

ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି । ପୂର୍ବରୁ କ୍ରୀଡା ମନ୍ତ୍ରୀ ରହିଥିବା ସୁଦାମ ପ୍ରଥମେ ସ୍ବାଧୀନ ବିଧାୟକ ଭାବେ ବିଧାନସଭାକୁ ଆସିଥିଲେ । ପରେ ଜେଏମଏମ ଟିକଟରେ 2004 ମସିହାରେ ମୟୂରଭଞ୍ଜ ଆସନରୁ ଲୋକସଭାକୁ ଯାଇଥିଲେ ସୁଦାମ । ତେବେ ପରେ ବିଜେଡିରେ ମିଶି 2014ରେ ବାଙ୍ଗିରିପୋଷିରୁ ପୁଣିଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏଥର ପୁଣି ଥରେ ଜିତି ବାଙ୍ଗିରିପୋଷିର ସେ ବିଧାୟକ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

ryu

Conclusion:
Last Updated : May 29, 2019, 12:09 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.