ଥିରୁଅନନ୍ତପୁରମ: କେରଳ କଂଗ୍ରେସର ବରିଷ୍ଠ ନେତା ଓ ପୂର୍ବତନ ଅର୍ଥମନ୍ତ୍ରୀ ଏମ ମଣିଙ୍କ ପରଲୋକ । 86 ବର୍ଷ ବୟସରେ ଆଖି ବୁଜିଛନ୍ତି ଏମ ମଣି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଆଜି ସକାଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ରକ୍ତ ପ୍ରବାହ ସ୍ଥିର ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଦୀର୍ଘଦିନରୁ ସେ ହେମୋଡାୟନାମିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।
ତାଙ୍କ ଦେହାନ୍ତରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଲା ବିଧାନସଭାରୁ କ୍ରମାଗତ 50 ବର୍ଷ ଧରି ସେ ବିଧାୟକ ରହି ଆସିଛନ୍ତି । 13ଥର ବଜେଟ ଉପସ୍ଥାପନ କରି ରେକର୍ଡ କରିଛନ୍ତି ମଣି । ସେହିପରି କୋଟାୟମ ଲୋକସଭା ଆସନରୁ ଚଳିତ ନିର୍ବାଚନରେ ସେ ଆଶାୟୀ ପ୍ରାର୍ଥୀ ଥିଲେ । ଏଠାରେ ଆସନ୍ତା ଏପ୍ରିଲ 23ରେ ନିର୍ବାଚନ ହେବ । କିନ୍ତୁ ଅସୁସ୍ଥତା କାରଣରୁ ତାଙ୍କୁ ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳୁ ନଥିଲା ।