ETV Bharat / bharat

କୋରୋନା ଭୟ: କେରଳକୁ ରାଜ୍ୟ ବିପତ୍ତି ଘୋଷଣା

କେରଳରେ କରୋନା ଭାଇରସକୁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ । ଚୀନରେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଭାଇରସ ଯୋଗୁଁ 361 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 19 ହଜାରରୁ ଅଧିକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଅଧିକ ପଢନ୍ତୁ...

author img

By

Published : Feb 3, 2020, 10:58 PM IST

Updated : Feb 4, 2020, 4:45 AM IST

kerla corona virus has been declared as state disaster
ଫାଇଲ ଫଟୋ

ଥିରୁଅନନ୍ତପୁରମ: କେରଳରେ କରୋନା ଭାଇରସକୁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ । ଚୀନରେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଭାଇରସ ଯୋଗୁଁ 361 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 19 ହଜାରରୁ ଅଧିକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଏସବୁ ଭିତରେ କେରଳରେ ମଧ୍ୟ 3 ଜଣ ଏହାର ଶିକାର ହୋଇଥିବା ଚିହ୍ନଟ ହୋଇଛି ।

ଆଗକୁ ଦ୍ରୁତ ଗତିରେ ବ୍ୟାପିବାର ଆଶଙ୍କାକୁ ନେଇ କେରଳ ସରକାର ଆଜି ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି। ଲୋକେ ଅଧିକ ସତର୍କତା ଅବଲମ୍ବନ କରିବା ସହ ଏହି ରୋଗ ବ୍ୟାପିବାକୁ ରୋକିବାରେ ସହାୟକ ହେବ ଏହି ଘୋଷଣା । ଏହି ଘୋଷଣା କାହାକୁ ଭୟଭୀତ କରିବା ପାଇଁ କରାଯାଇ ନଥିବା କହିଲେ କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଲଜା ।

ଆଜି ଆଉ ଜଣେ ରୋଗୀ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ 2 ଜଣ ଚୀନ ଫେରନ୍ତା ବ୍ୟକ୍ତିଙ୍କର ଚାଲିଛି ଚିକିତ୍ସା । ସମସ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ଆଜି ଚିହ୍ନଟ ହୋଇଥିବା ରୋଗୀଙ୍କୁ କାସାରଗଡ ହସ୍ପିଟାଲରେ ସ୍ବତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି ।

ଏଏନଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
Last Updated : Feb 4, 2020, 4:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.