ଥିରୁଅନନ୍ତପୁରମ: ସିଏମ କୋଭିଡ ରିଲିଫ୍ ପାଣ୍ଠି ପ୍ରତି ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀଙ୍କ ଏକ ମାସର ଦରମାକୁ ନେଇ ବିରୋଧର ସମ୍ମୁଖୀନ ହେବା ପରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ବୁଧବାର ଆଉ ଏକ ପ୍ରସ୍ତାବ ଆଣିଛନ୍ତି । ଆସନ୍ତା ପାଞ୍ଚ ମାସ ମଧ୍ୟରେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ 6 ଦିନର ଦରମା କାଟ କରାଯିବ ବୋଲି ସେ କହିଛନ୍ତି । ମୋଟ ଭାବରେ 30 ଦିନ ଅର୍ଥାତ ଏକ ମାସର ଦରମା କାଟ କରାଯିବ ।
କୋଭିଡ ରିଲିଫ ପାଣ୍ଠିରେ ଅବଦାନ ଭାବରେ ସମସ୍ତ ସରକାରୀ କର୍ମଚାରୀଙ୍କ ଏକ ମାସର ଦରମା କାଟିବାକୁ ରାଜ୍ୟ ସରକାର ଚଳିତ ମାସ ଆରମ୍ଭରେ ନିଷ୍ପତ୍ତି ନେଇଥିଲେ । ପରେ ଏହାକୁ ନେଇ ବିରୋଧୀଙ୍କ ବିରୋଧର ସାମ୍ନା କରିଥିଲେ କେରଳ ସରକାର ।
ସେ କହିଛନ୍ତି ସର୍ବଶେଷ ପ୍ରସ୍ତାବ ଅନୁସାରେ ସମସ୍ତ କର୍ମଚାରୀ ସାମୟିକ ଭାବରେ ଆସନ୍ତା ପାଞ୍ଚ ମାସ ପାଇଁ ପ୍ରତି ମାସରେ 6ଦିନର ଦରମା ପ୍ରଦାନ କରିବେ । ସିଏମ କହିଛନ୍ତି ଯେ ମନ୍ତ୍ରୀ, ବିଧାୟକ ଏବଂ ଅନ୍ୟ ଲୋକଙ୍କ ପ୍ରତିନିଧିଙ୍କ ଦରମା ଏକ ବର୍ଷ ପାଇଁ ପ୍ରତି ମାସରେ 30 ପ୍ରତିଶତ ହ୍ରାସ କରାଯାଇଛି ।
ବେତନ ରିହାତି ଅସ୍ଥାୟୀ ଏବଂ ରାଜ୍ୟର ଅର୍ଥନୀତି ସ୍ବାଭାବିକ ଅବସ୍ଥାକୁ ଆସିବା ପରେ ଏହା ଫେରସ୍ତ ହେବ ବୋଲି ସେ କହିଛନ୍ତି ।
@IANS