ETV Bharat / bharat

ସିଏଏ-ଏନଆରସିକୁ ନେଇ କେରଳ ବିଧାନସଭାରେ ହଙ୍ଗାମା - assembly budget session

ବୁଧବାର କେରଳ ବିଧାନସଭାରେ ଆରମ୍ଭ ହୋଇଥିବା ବଜେଟ ଅଧିବେଶନ ସମୟରେ ସିଏଏ ଏବଂ ଏନଆରସିକୁ ନେଇ ହଙ୍ଗାମା ହେବା ସହ ବିରୋଧ ପ୍ରଦର୍ଶନ କରାଯାଇଛି। ଅଧିକ ପଢନ୍ତୁ...

kerala
କେରଳ ବିଧାନସଭା
author img

By

Published : Jan 29, 2020, 10:32 AM IST

ଥିରୁଅନନ୍ତପୁରମ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ନେଇ କେରଳ ସରକାର ଏବଂ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ବୁଧବାର ରାଜ୍ୟ ବିଧାନସଭାରେ ଆରମ୍ଭ ହୋଇଥିବା ବଜେଟ ଅଧିବେଶନ ସମୟରେ ସିଏଏ ଏବଂ ଏନଆରସି ପ୍ରସଙ୍ଗକୁ ନେଇ ହଙ୍ଗାମା ହେବା ସହ ବିରୋଧ ପ୍ରଦର୍ଶନ କରାଯାଇଛି।

ରାଜ୍ୟପାଳ ଗୃହରେ ପ୍ରବେଶ କରିବା ମାତ୍ରେ ୟୁନାଇଟେଡ କଂଗ୍ରେସ ନେତୃତ୍ୱାଧିନ ବିରୋଧି ଡେମୋକ୍ରେଟିକ ଫ୍ରଣ୍ଟ(ୟୁଡିଏଫ) ବିଧାୟକ ତାଙ୍କ ବିରୋଧରେ ନାରାବାଜି କରିଥିଲେ ଏବଂ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଏପରିକି ରାଜ୍ୟପାଳ ମଞ୍ଚକୁ ଯିବା ସମୟରେ ସେମାନେ ତାଙ୍କ ରାସ୍ତା ଅବରୋଧ କରିଥିଲେ।

କେରଳ ବିଧାନସଭା

ଏହି ସମୟରେ ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ମଧ୍ୟ ଉପସ୍ଥିତ ଥିଲେ। ସେ ବିଧାୟକଙ୍କୁ ବୁଝାସୁଝା କରି ନିଜ ନିଜ ଆସନରେ ବସିବାକୁ ନିବେଦନ କରିଥିଲେ। ସେପଟେ ଏହି ପ୍ରଦର୍ଶନ ମଧ୍ୟରେ ରାଜ୍ୟପାଳ ନିଜ ଅଭିଭାଷଣ ଆରମ୍ଭ କରିଥିଲେ। ହେଲେ ୟୁଡିଏଫ ବିଧାୟକ ଏହି ସମୟରେ କକ୍ଷତ୍ୟାଗ କରିଥିଲେ।

(@ANI)

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.