ନୂଆଦିଲ୍ଲୀ: ଟ୍ୟାପରୁ ପାଣି ବାହାରିବା ସ୍ବାଭାବିକ କଥା । ହେଲେ ଅକସ୍ମାତ ପାଣି ଟ୍ୟାପରୁ ମଦ ବାହାରିବା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟକର କଥା ।
ଏପରି ଘଟଣା ଦେଖିବାକୁ ମିଳିଛି କେରଳର ତ୍ରିରୁଶର ଜିଲ୍ଲାରେ । ଯେଉଁଠି ଟ୍ୟାପରୁ ପାଣି ବଦଳରେ ବାହାରିଛି ମଦ।ଏହି ଦୃଶ୍ୟ ଦେଖିବା ପରେ ଘଟଣାଟି ପବନ ବେଗରେ ଚାରିଆଡେ ପ୍ରଚାରିତହୋଇଯାଇଥିଲା । ଏହାପରେ ପାଖ ପଡୋଶୀ ମାନେ ନିଜ ନିଜ ଘରର ଟ୍ୟାପ ପରଖିବା ଆରମ୍ଭ କରିଥିଲେ । ସତକୁ ସତ 18ଟି ଘରର ଟ୍ୟାପରୁ ମଦ ବାହାରିଥିଲା ।
ସୂଚନା ଅନୁସାରେ, କେରଳର ତ୍ରିସୂର ଜିଲ୍ଲାରେ ୬ ବର୍ଷ ପୂର୍ବରୁ ଏକ ଘର ନିକଟରେ ରଚନା ନାମକ ଏକ ବାର ଥିଲା। ସେଠାରୁ 4500 ଲିଟର ମଦ ଜବତ ହେବା ସହ ନିକଟସ୍ଥ ଅଞ୍ଚଳରେ ପୋତି ଦେଇଥିଲେ । ଯାହାକି ନଳକୂପର ପାଣି ସହ ମିଶି ଯାଇଛି । ଏହା ପରେ ସମସ୍ତଙ୍କ ଟ୍ୟାପରେ ପାଣି ବଦଳରେ ମଦ ଆସୁବାକୁ ଲାଗିଛି ।
ଘଟଣା ବିଷୟରେ ମ୍ୟୁନିସପାଲ ବିଭାଗ ଜାଣିବା ପରେ ସଙ୍ଗେ ସଙ୍ଗେ ପିଇବା ପାଣି ଯୋଗାଇବା ସହ ଭବିଷ୍ୟତରେ ଏପରି ଅସୁବିଧା ହେବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ।