ଥିରୁଅନନ୍ତପୁରମ୍: କେରଳର ଜଣେ ଭୌତିକ ବିଜ୍ଞାନ ଅଧ୍ୟାପକ ଏକ ଭେଣ୍ଟିଲେଟର ପ୍ରସ୍ତୁତ କରିଛନ୍ତି । କାଶରଗୋଡ ସରକାରୀ କଲେଜରେ ଏହି ଅଧ୍ୟାପକ ଅତି କମ୍ ମୂଲ୍ୟରେ ଏହି ଭେଣ୍ଟିଲେଟର ପ୍ରସ୍ତୁତ କରିଛନ୍ତି । ପ୍ରକାଶଥାଉକି, ଡ଼ଃ ଏ ଭି ପ୍ରଦୀପ ଏହି ଭେଣ୍ଟିଲେଟର ପ୍ରସ୍ତୁତ କରିଛନ୍ତି । ଏହା ସିଲିକନ ନିର୍ମିତ ଏଏମବିୟୁ (Artifical manual breathing unit) ବ୍ୟାଗ ସହ କାର୍ଯ୍ୟ କରିଥାଏ । ଏହାକୁ ମାନୁଆଲ ରେସ୍ୟୁସିଟର କୁହାଯାଉଛି ।
ଏହି ଭେଣ୍ଟିଲେଟର ହୃତପିଣ୍ଡ ସମସ୍ୟା, ଟାଇପ୍-2 ମଧୁମେହ ଆଦି ଚିକିତ୍ସାରେ ଏହାକୁ ବ୍ୟବହାର କରାଯାଇ ପାରିବ । ଇଟିଭି ଭାରତ ସହ ଆଲୋଚନା କରିବା ସହ ଏହାର ବିଶେଷତ୍ବ ବିଷୟରେ କହିଥିଲେ । ଏଏମବିୟୁ ବ୍ୟାଗ, ଅମ୍ଳଜାନ ଥଳି, ଡିସି ଇଲେକ୍ଟ୍ରିକ୍ ମୋଟର, ମାଇକ୍ରୋ କଣ୍ଟ୍ରୋଲର, ମୋଟର କଣ୍ଟ୍ରୋଲର ଆଦି ଏଥିରେ ରହିଛି ।
ଏହି ଭେଣ୍ଟିଲେଟର ଶରୀର ମଧ୍ୟରେ ଅମ୍ଳଜାନର ମାତ୍ରାକୁ ଯାଞ୍ଚ କରିବ । କୋଭିଡ-19 ମୁଖ୍ୟତଃ ରୋଗୀଙ୍କ ଶ୍ବାସପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ । ଏହି ଭେଣ୍ଟିଲେଟର ରୋଗୀକୁ ନିଶ୍ବାସ ନେବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି । ଏହି ଭେଣ୍ଟିଲେଟରର ଦାମ 3000 ଟଙ୍କା ରହିଛି । କମ୍ପ୍ୟୁଟର ଦ୍ବାରା ପରିଚାଳିତ ହେଉଥିବା ଭେଣ୍ଟିଲେଟର ପ୍ରାୟ 40 ଲକ୍ଷ ଟଙ୍କା । ବିଦେଶରୁ ଯେଉଁ ଭେଣ୍ଟିଲେଟର ଆସେ ତାହାର ଦାମ୍ 15 ଲକ୍ଷ ପଡିଥାଏ ଏହାସହ ଭାରତରେ ନିର୍ମାଣ ହେଉଥିବା ଭେଣ୍ଟିଲେଟରର ଗାମ 6 ଲକ୍ଷ । ତେବେ ଦେଶରେ ପ୍ରାୟ 40,000 ଭେଣ୍ଟିଲେଟର ରହିଛି, ତାହା ବି କେବଳ ପ୍ରାଇଭେଟ ହସ୍ପିଟାଲରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ