ଥିରୁଅନନ୍ତପୁରମ: ସାବରୀମାଳା ଆଶ୍ରମରେ ନିୟୋଜିତ ହେବେ 10,000 ସୁରକ୍ଷାକର୍ମୀ। ତେବେ ମନ୍ଦିରରେ ମଣ୍ଡଳପୂଜା ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ କେରଳ ପୋଲିସ ନେଇଛି ଏହି ପଦକ୍ଷେପ ।
ସୁରକ୍ଷାକର୍ମୀ ମୁତୟନ ପ୍ରକ୍ରିୟା ପାଞ୍ଚଟି ପର୍ଯ୍ୟାୟରେ ଆରମ୍ଭ କରାଯିବ। ସୂଚନା ଅନୁସାରେ, ନଭେମ୍ବର 15ରୁ ଏହି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଆରମ୍ଭ। ସାବରୀମାଳା ମନ୍ଦିର 16 ନଭେମ୍ବରରୁ ଦୀର୍ଘ ତିନି ମାସ ପର୍ଯ୍ୟନ୍ତ ତୀର୍ଥଯାତ୍ରୀଙ୍କ ପାଇଁ ଖୋଲା ରହିବ।
କେରଳ ପୋଲିସର କହିବାନୁସାରେ, ମୁତୟନ କାର୍ଯ୍ୟରେ 24 ସୁପରିଟେଣ୍ଡେଣ୍ଟ ପୋଲିସ, ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ପୋଲିସ,112ଡେପୁଟି ଏସିପି, 264 ଇନସପେକ୍ଟର,1185 ସବ୍ ଇନସ୍ପେକ୍ଟରଙ୍କୁ ନିଯୁକ୍ତି ଦିଆଯାଇଛି। ଏହାସହ 8402 ସିଭିଲି ପୋଲିସ ଅଫିସର, 307 ମହିଳା ପୋଲିସକୁ ମନ୍ଦିର ଆଖପାଖ ସ୍ଥାନରେ ମୁତୟନ କରାଯାଇଛି।
ତେବେ ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁସାରେ ସାବରୀମାଳା ମନ୍ଦିର ଭିତରକୁ ସବୁ ବୟସର ମହିଳାଙ୍କ ପ୍ରବେଶ ସମ୍ଭବ ନୁହେଁ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରୟ ବିଜୟନ କହିଛନ୍ତି। ତେବେ ଗତବର୍ଷ ସେପ୍ଟେମ୍ବର 28 ତାରିଖରେ ସୁପ୍ରମିକୋର୍ଟ ସବୁ ବର୍ଗର ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦେଇଥିଲେ ।