ETV Bharat / bharat

ଚକୋଲେଟରେ 'ଓନମ୍' ରଙ୍ଗୋଲି ପ୍ରସ୍ତୁତ କଲେ ଫ୍ୟାସନ ଡିଜାଇନର୍ - ଚକୋଲେଟରେ ଓନମ୍ ରଙ୍ଗୋଲି

କୋରୋନା ମହାମାରୀ ମଧ୍ୟରେ ଓନମ୍ ପର୍ବ ପାଳନ କରୁଛନ୍ତି କେରଳବାସୀ । କେରଳର ଜଣେ ଫ୍ୟାସନ ଡିଜାଇନର ଚକୋଲେଟ ଓ ଡ୍ରାଏ ଫ୍ରୁଟ୍ସରେ ଓନମ୍ ରଙ୍ଗୋଲି ପ୍ରସ୍ତୁତ କରିଛନ୍ତି ।

ଚକୋଲେଟରେ ଓନମ୍ ରଙ୍ଗୋଲି
ଚକୋଲେଟରେ ଓନମ୍ ରଙ୍ଗୋଲି
author img

By

Published : Aug 31, 2020, 12:28 PM IST

ଥିରୁଅନନ୍ତପୁରମ୍: କୋରୋନା ମହାମାରୀ ମଧ୍ୟରେ ଓନମ୍ ପର୍ବ ପାଳନ କରୁଛନ୍ତି କେରଳବାସୀ । କେରଳର ଜଣେ ଫ୍ୟାସନ ଡିଜାଇନର ଚକୋଲେଟ ଓ ଡ୍ରାଏ ଫ୍ରୁଟ୍ସରେ ଓନମ୍ ରଙ୍ଗୋଲି ପ୍ରସ୍ତୁତ କରିଛନ୍ତି । କୋଭିଡ ପ୍ରତିବନ୍ଧକ ଫଳରେ ଫୁଲ ମିଳିବା ଅସମ୍ଭବ ପ୍ରାୟ । ଅନ୍ୟପକ୍ଷେ କେରଳ ସରକାର ଗୋଟିଏ ଯାଗାରେ ଅଧିକ ଲୋକ ଏକାଠି ହେବାକୁ ମଧ୍ୟ ବ୍ୟାନ କରିଛନ୍ତି । ଏହି କାରଣରୁ କେରଳର ଜର୍ଜ ଆଣ୍ଟୋନି ପରିବାର ରଙ୍ଗୋଲି ପ୍ରସ୍ତୁତି ପାଇଁ ନୂତନ ଉପାୟ ଆପଣେଇଛନ୍ତି ।

ସେ ପ୍ରାୟ 16 କିଲୋଗ୍ରାମ ଚକୋଲେଟରେ ରଙ୍ଗୋଲି ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ଅନେକ ଘଣ୍ଟା ଲାଗିଥିଲା । ସେ ତାଙ୍କର ଏହି ମିଠା ମିଠା ରଙ୍ଗୋଲିକୁ କୋଭିଡ ଯୋଦ୍ଧାଙ୍କୁ ସମର୍ପିତ କରିଛନ୍ତି । ଏହାସହ ସେ ରଙ୍ଗୋଲି କରି କୋଭିଡରେ ମୃତ୍ୟୁବରଣ କରିଥିବା ସମସ୍ତଙ୍କୁ ମନେ ପକାଇଛନ୍ତି । ଅଗଷ୍ଟ 22ରୁ ଆରମ୍ଭ ହୋଇଥିବା ଏହି ପର୍ବ ସେପ୍ଟେମ୍ବର 2 ଯାଏଁ ଚାଲିବ । ଏହା ମାଲାୟଲାମ ନବ ବର୍ଷ ଭାବରେ ଏହାକୁ ପାଳନ କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.