ETV Bharat / bharat

କେରଳ ସୁନା ଚୋରୀ ମାମଲା : ସ୍ବପ୍ନା ସୁରେଶ ଓ ସନ୍ଦୀପ ନାୟାର ଗିରଫ

author img

By

Published : Jul 12, 2020, 12:51 PM IST

ଜୁଲାଇ 5ରେ ଥିରୁବନନ୍ତପୁରମ ବିମାନବନ୍ଦରରୁ 30 କିଲୋଗ୍ରାମର 24 କ୍ୟାରେଡ ସୁନା ଜବତ ହୋଇଥିଲା । ଏହି ଘଟଣାରେ ତଦନ୍ତ କରୁଥିଲା ଏନଆଇଏ । ଅଧିକ ପଢନ୍ତୁ...

କେରଳ ସୁନା ଚୋରୀ ମାମଲା
କେରଳ ସୁନା ଚୋରୀ ମାମଲା

ଥିରୁଅନନ୍ତପୁରମ: କେରଳ ସୁନା ଚୋରା ଚାଲାଣ ମାମଲାରେ ସ୍ବପ୍ନା ସୁରେଶ ଓ ସନ୍ଦୀପ ନାୟାରଙ୍କୁ ଗିରଫ କରାଯାଇଛି । ବେଙ୍ଗାଲୁରୁ ଏମାନଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥାନ (ଏନଆଇଏ) । ଗିରଫ ପୂର୍ବରୁ ହେପାଜତରେ ନେଇଥିଲା ଏନଆଇଏ । ତଦନ୍ତ ଦାୟିତ୍ୱ ଦେବାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଏନଆଇଏ ଗିରଫ କରିଛି।

ସ୍ବପ୍ନା ସୁରେଶ ଓ ସନ୍ଦୀପ ନାୟାର ବେଙ୍ଗାଲୁରୁ ଏକ ହୋଟେଲରେ ଲୁଚି ରହିଥିବାବେଳେ ଏନଆଇଏ ରେଡ କରି ଅଟକ ରଖିଥିଲା । ଶୁକ୍ରବାର ଏନଆଇଏ ଏହି ମାମଲାରେ UAPAର ଧାରା 16,17 ,18 ମାମଲା ରୁଜୁ କରିଥିଲା । ଏହି ମାମଲାରେ ଏନଆଇଏ କେରଳ ସରକାରଙ୍କ ଆଇଟି ବିଭାଗର ଅପରେସନାଲ ମ୍ୟାନେଜର ସ୍ବପ୍ନା ସୁରେଶ ଓ ସନ୍ଦୀପ ନାୟାର, ସରିଥ, ଫାଜିଲ ଫରିଦଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କହିଥିଲା ।

ସୂଚନାଯୋଗ୍ୟ ଜୁଲାଇ 5ରେ ଥିରୁବନନ୍ତପୁରମ ବିମାନବନ୍ଦରରୁ ଡିପ୍ଲୋମାଟିକ କନସାଇନମେଣ୍ଟରୁ କଷ୍ଟମ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରା 30 କିଲୋଗ୍ରାମ 24 କ୍ୟାରେଟ୍ ସୁନା ଜବତ କରାଯାଇଥିଲା । ଏହି ସୁନାର ମୂଲ୍ୟ 14.82 କୋଟି ଟଙ୍କା ଥିଲା।

ଜବତ ହୋଇଥିବା ସୁନା ୟୁଏଇ ଦୂତାବାସ ନାଁରେ ପଞ୍ଜିକରଣ ହୋଇଥିଲା । ଏହାପରେ କଷ୍ଟମ ଡିର୍ପାଟମେଣ୍ଟ ଦୂତାବାସର ଜଣେ ପୂର୍ବତନ କର୍ମଚାରୀ ସରିତା ନାୟରଙ୍କୁ ନିଜ ହେପାଜତକୁ ନେଇଛି। ସରିତାଙ୍କୁ ପଚରା ଉଚରା କରିବା ପରେ ସୁନା ସ୍ମଗଲିଂ ମାମଲାର ମାଷ୍ଟର ମାଇଣ୍ଡ କେରଳ ସରକାରର ଆଇଟି ବିଭାଗର ସଚିବ ସ୍ୱପ୍ନା ସୁରେଶ ଜଣାପଡ଼ିଥିଲା। ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ତାଙ୍କୁ ପଦବୀରୁ ବିଦା କରିଛନ୍ତି।

ସେହିପରି ରାଜ୍ୟ ସରକାରଙ୍କ ଆଉ ଜଣେ ଆଇଏଏସ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନଙ୍କ ମୁଖ୍ୟ ସଚିବ ଏମ ଶିବଶଙ୍କରଙ୍କର ସଂପୃକ୍ତି ଥିବା ନେଇ ଅଭିଯୋଗ ଆସିବା ପରେ ଶିବଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ନିଲମ୍ୱନ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.