ଥିରୁଅନନ୍ତପୁରମ: ବିଶ୍ବ ରେକର୍ଡ କଲେ କେରଳ ଝିଅ । କେରଳର କାସାରଗୋଡ ଜିଲ୍ଲାର ଝିଅ ଫଥିମାଥ ଶାମନା, ମାତ୍ର 35 ଦିନରେ 628 ଅନଲାଇନ ଡିପ୍ଲୋମା କୋର୍ସ ଶେଷ କରି ଆମେରିକାନ ବୁକ୍ ଅଫ ରେକର୍ଡସରେ ପ୍ରବେଶ କରିଛନ୍ତି । ମାରାମ୍ବାଲି ଏମଇଏସ କଲେଜରେ MBA ପ୍ରଥମ ବର୍ଷର ଛାତ୍ରୀ ଫଥିମାଥ ଶାମନା, ଯିଏକି ସ୍ବଳ୍ପ ସମୟ ମଧ୍ୟରେ ସର୍ବାଧିକ ସଂଖ୍ୟକ କୋର୍ସ ସମାପ୍ତ କରି ଏହି ସଫଳତା ହାସଲ କରିବାରେ ଦେଶର ପ୍ରଥମ ।
ତେବେ ଏଥିରୁ ଫଥିମାଥ ପ୍ରମାଣ କଲେ ଯେ, ଯଦି ନିଷ୍ଠାର ସହିତ ଅଧ୍ୟୟନ କରାଯାଏ ତେବେ କୌଣସି କୋର୍ସ ସହଜରେ ସ୍ମରଣ କରାଯାଇପାରିବ । ସେ ଅଗଷ୍ଟ 25ରୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ, ମାତ୍ର 35 ଦିନ ଅଧ୍ୟୟନ କରି 628 ଅନଲାଇନ୍ କୋର୍ସ ସମାପ୍ତ କରିଥିଲେ । 88 ଦିନ ପୂର୍ବରୁ 520 ପାଠ୍ୟକ୍ରମ ଶେଷ କରିଥିବା ମାଲାୟାଲୀଙ୍କୁ ପଛରେ ପକାଇ ଶାମନା ଆମେରିକୀୟ ବୁକ୍ ଅଫ୍ ରେକର୍ଡରେ ପ୍ରବେଶ କରିଛନ୍ତି।
MBA ଅନଲାଇନ କ୍ଲାସ ସହିତ, ଶାମନା କୋର୍ସ ଆପ ମାଧ୍ୟମରେ ଅନ୍ୟ ଅନଲାଇନ୍ କ୍ଲାସରେ ମଧ୍ୟ ଯୋଗ ଦେଇଥିଲେ । ଶାମନା ଦିନକୁ ହାରାହାରି 20 ଟି କୋର୍ସ ସମାପ୍ତ କରୁଥିଲେ । ସେ ତାଙ୍କର ସଫଳତାକୁ ଓମାନରେ କାମ କରୁଥିବା ତାଙ୍କ ପିତା ସରିଫ, ତାଙ୍କ ମାତା ଫୁଜିଆ ଏବଂ ତାଙ୍କ ମାମୁଁ ଫଜଲୁର ରେହମାନଙ୍କ ସହଯୋଗରେ ବୋଲି ଦର୍ଶାଇଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ