ETV Bharat / bharat

3 ମିନିଟରେ 53 ଯୋଗାସନ, ବିଶ୍ବ ରେକର୍ଡ କଲେ କେରଳର କୁନି ଝିଅ - ଯୋଗରେ ବିଶ୍ବ ରେକର୍ଡ କଲେ ଅଭିଜ୍ଞା

ଯୋଗରେ ବିଶ୍ବ ରେକର୍ଡ କଲେ କେରଳ ଝିଅ । କେରଳର କାସାରଗୋଡର ପଞ୍ଚମ ଶ୍ରେଣୀର ଛାତ୍ରୀ ଅଭିଜ୍ଞା ତିନି ମିନିଟର 53 ଯୋଗାସନ କରି ଯୋଗରେ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ଅଧିକ ପଢନ୍ତୁ...

Kerala girl creates world record in yoga
ଯୋଗରେ ବିଶ୍ବ ରେକର୍ଡ କଲେ କେରଳର ପଞ୍ଚମ ଶ୍ରେଣୀ ଛାତ୍ରୀ ଅଭିଜ୍ଞା
author img

By

Published : Oct 11, 2020, 12:25 PM IST

ଥିରୁଅନନ୍ତପୁରମ: ଯୋଗରେ ବିଶ୍ବ ରେକର୍ଡ କଲେ କେରଳ ଝିଅ । କେରଳର କାସାରଗୋଡର ପଞ୍ଚମ ଶ୍ରେଣୀର ଛାତ୍ରୀ ଅଭିଜ୍ଞା ତିନି ମିନିଟର 53 ଯୋଗାସନ କରି ଯୋଗରେ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। 3 ମିନିଟରେ 34 ଯୋଗାସନର ରେକର୍ଡକୁ ଭାଙ୍ଗି ଆମେରିକାର ଗୋଲ୍ଡେନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପ୍ରବେଶ କରିଛନ୍ତି। କରନଥାକଡୁ ହରିଷ ଏବଂ ଥେଜା କୁମାରିଙ୍କ ଝିଅ ଅଭିଜ୍ଞା ଗୁଗୁଲ ମିଟ ବ୍ୟବହାର କରି ଏକ ଅନଲାଇନ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଯୋଗରେ ବିଶ୍ବ ରେକର୍ଡ କଲେ କେରଳର ପଞ୍ଚମ ଶ୍ରେଣୀ ଛାତ୍ରୀ ଅଭିଜ୍ଞା

ଅଭିଜ୍ଞା 4 ବର୍ଷ ବୟସରୁ ତାଙ୍କ ମାତା ଥେଜା କୁମାରୀଙ୍କ ନିର୍ଦ୍ଦେଶରେ ଯୋଗ ଶିକ୍ଷା ଏବଂ ଅଭ୍ୟାସ କରିଆସୁଛନ୍ତି। ଏହାପୂର୍ବରୁ କର୍ଣ୍ଣାଟକର ପଣ୍ଡିଚେରୀ ଏବଂ ମାଡିକେରିରେ ଆୟୋଜିତ ଜାତୀୟ ସ୍ତରୀୟ ଯୋଗ ପ୍ରତିଯୋଗିତାରେ ଅଭିଜ୍ଞା ଭାଗ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ତାଙ୍କୁ ଏବେ ଭାରତ ବିଦ୍ୟା ଭବନର ଦ୍ବାରକା ନଗର ଭେଙ୍କଟେଶା ବିଦ୍ୟାଲୟରେ ଯୋଗର ତାଲିମ ଦିଆଯାଉଛି। ଅଭିଜ୍ଞା ଶାସ୍ତ୍ରୀୟ ନୃତ୍ୟ ମଧ୍ୟ ଶିଖୁଛନ୍ତି।

ଯୋଗ ଏବଂ ଭାରତନାଟ୍ୟମ୍, ଶାସ୍ତ୍ରୀୟ ନୃତ୍ୟର ସମିଶ୍ରଣ ‘ନାଗା ନୃତ୍ୟମ୍ (ନାଗ ନୃତ୍ୟ)ର ମଧ୍ୟ ଉପସ୍ଥାପନା କରନ୍ତି | ରାସ୍ତା କଡ଼ରେ ଫୁଡ଼ ଷ୍ଟଲ ଚଳାଉଥିବା କରନଥାକୁଡ ଆଜି ତାଙ୍କ ଝିଅ ପାଇଁ ଗର୍ବିତ ଅନୁଭବ କରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.