ETV Bharat / bharat

ସୁଧୁରୁଛି କେରଳ: 502 ଆକ୍ରାନ୍ତ, 30 ଆକ୍ଟିଭ

author img

By

Published : May 6, 2020, 11:56 PM IST

ଗତ 24 ଘଣ୍ଟାରେ କେରଳରେ କୌଣସି ପଜିଟିଭ ମାମଲା ବାହାରିନାହିଁ । କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏନେଇ ବୁଧବାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ସୁଧୁରୁଛି କେରଳ: 502 ଆକ୍ରାନ୍ତ, 30 ଆକ୍ଟିଭ
ସୁଧୁରୁଛି କେରଳ: 502 ଆକ୍ରାନ୍ତ, 30 ଆକ୍ଟିଭ

ଥିରୁଅନନ୍ତପୁରମ: ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ କୋରୋନା ସଂକ୍ରମଣ ଦେଖାଦେଇଥିଲା ତାହା ଆଜି ସମ୍ପୂର୍ଣ୍ଣ ଭାବେ ସୁଧୁରିଯାଇଛି । ପ୍ରଥମେ ଏଠାରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିଲା । ଆକ୍ରାନ୍ତଙ୍କ ସଂଖ୍ୟା ରୋକିବା ସରକାରଙ୍କ ପାଇଁ କାଠିକର ପାଠ ଥିଲା । ହେଲେ ଦୃଢ ପଦକ୍ଷେପ ପରେ ଆଜି ଏହା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି । ଏହା ହେଉଛି ଦକ୍ଷିଣ ଭାରତର କେରଳର କାହାଣୀ ।

କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏନେଇ ବୁଧବାର ସୂଚନା ଦେଇଛନ୍ତି । ଗତ 24 ଘଣ୍ଟାରେ ରାଜ୍ୟରେ କୌଣସି ପଜିଟିଭ ମାମଲା ବାହାରିନାହିଁ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 502 ରହିଛି । ଏଥିରୁ ମାତ୍ର 30 ଜଣ ଆକ୍ଟିଭ ଅଛନ୍ତି ବୋଲି ସେ କହିଛନ୍ତି । ଏହାସହ କେରଳର 8ଟି ଜିଲ୍ଲା ସମ୍ପୂର୍ଣ୍ଣ କୋରୋନା ମୁକ୍ତ ଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ ଗୁରୁବାର ଆବୁଧାବି-କୋଚି ଓ ଦୁବାଇ-କୋଝିକୋଡେ ବିମାନରେ ଫସିଥିବା ଭାରତୀୟ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବେ । ଏହାସହ ସ୍ବତନ୍ତ୍ର ଟ୍ରେନ ଦ୍ବାରା ଅନ୍ୟ ରାଜ୍ୟରେ ଫସିଥିବା କେରଳୀ ଛାତ୍ରଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି କେରଳ ସରକାର । ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ହିମାଚଳ ପ୍ରଦେଶରେ ପ୍ରାୟ 1200 ଛାତ୍ର ଫସି ରହିଛନ୍ତି । ଦିଲ୍ଲୀରେ 727, ପଞ୍ଜାବରେ 348, ହରିୟାଣାରେ 89 ଏବଂ ହିମାଚଳ ପ୍ରଦେଶରେ 17 ଅଟକି ରହିଛନ୍ତି । ଏସମ୍ପର୍କରେ ଏହି 4ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖାଯାଇଛି ବୋଲି ବିଜୟନ କହିଛନ୍ତି ।

ଅନ୍ୟ ରାଜ୍ୟରୁ କେରଳକୁ ଏବେ ସୁଦ୍ଧା 6082 ବ୍ୟକ୍ତି ଫେରି ଆସିଛନ୍ତି । ସେହିପରି 2.3 ଲକ୍ଷ ଲୋକ ଫେରିବାକୁ ରେଜିଷ୍ଟ୍ରେସନ କରିଛନ୍ତି । 69 ହଜାର 108 ଲୋକ ପାସ ପାଇଁ ଆବେଦନ କରିଛନ୍ତି । ତାମିଲନାଡୁ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ଅଧିକ ଆବେଦନ ରହିଛି । ହଟସ୍ପଟ ଜୋନରୁ ଆସିଥିବା ଲୋକଙ୍କୁ ସରକାରୀ କ୍ବାରେଣ୍ଟାଇନ ସେଣ୍ଟରରେ 7 ଦିନ ରଖାଯିବ । କେବଳ ଗର୍ଭବତୀ ମହିଳାଙ୍କୁ ଘରକୁ ଯିବାର ଅନୁମତି ରହିଛି ବୋଲି ପିନାରାୟୀ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.