ନୂଆଦିଲ୍ଲୀ: ଡେନମାର୍କର କୋପେନହାଗେନରେ ହେବାକୁ ଯାଉଛି ସି40 ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନୀ । ଏହି ସମ୍ମିଳନୀରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ତାଙ୍କୁ ଡେନମାର୍କ ଯିବା ପାଇଁ ଅନୁମତି ନ ମିଳିବାରୁ ସେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଏଠାରେ ଯୋଗ ଦେବେ । ଏହି ସମୟରେ ସେ ବାୟୁ ପ୍ରଦୁଷଣ ଭଳି ସମସ୍ୟା ବିରୋଧରେ କିପରି ଲଢାଯିବ ସେନେଇ ସେ ନିଜର ମନ୍ତବ୍ୟ ରଖିବେ ବୋଲି ଜଣାପଡ଼ିଛି ।
ଏନେଇ କେଜରିଓ୍ବାଲ ଟ୍ବିଟର ମାଧ୍ୟମରେ ମତାମତ ରଖିଛନ୍ତି । ଟ୍ବିଟର ପେଜରେ ସେ ଲେଖିଛନ୍ତି ଯେ, ସି40 କୋପନହାଗେନ ଆୟୋଜକଙ୍କ ଅନୁରୋଧ କ୍ରମେ ଭିଡ଼ିଓ କନଫରେନସିଂ ଜରିଆରେ ସେ ସମିଟରେ ଉପସ୍ଥିତ ରହିବେ । କ୍ଲିନ ଏୟାର ଡିକ୍ଲାରେସନକୁ ଲଞ୍ଚ କରିବା ପାଇଁ ଦୁନିଆର ବିଶିଷ୍ଟ ମେୟର୍ସ ମାନଙ୍କୁ ସମ୍ବୋଦ୍ଧିତ କରିବି । ଏହା ସହିତ ସେମାନଙ୍କୁ ବାୟୁ ପ୍ରଦୁଷଣରୁ କିପରି ରକ୍ଷା ମିଳିପାରିବ ସେନେଇ ଆଲୋଚନା କରିବି ବୋଲି ସେ ଟ୍ବିଟର ମାଧ୍ୟମରେ କହିଛନ୍ତି ।
ସୂଚନା ଯୋଗ୍ୟ ସି40 ବିଶ୍ବର 90ଟି ପ୍ରମୁଖ ସହର ମେୟର ଯୋଗଦେଉଥିବା ବେଳେ ଜଳବାୟୁ ପରିବର୍ତ୍ତନରୁ କିପରି ରକ୍ଷା ମିଳିପାରିବ ଏବଂ କିପରି ସୁସ୍ଥ ଓ ମଜଭୁତ ଭବିଷ୍ୟତ ଗଢିହେବ ସେନେଇ ଆଲୋଚନା ମଧ୍ୟ ହେବ ବୋଲି ଜଣାପଡ଼ିଛି ।
ବୁଧବାର ଦିଲ୍ଲୀ ସରକାରଙ୍କୁ କେନ୍ଦ୍ରରୁ ନାମଞ୍ଜୁର ହୋଇଥିବା ନେଇ ସୂଚନା ମିଳିଥିଲା । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଏହି ସମିଟ ମେୟରସ୍ତରର ହେବ । ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।