ETV Bharat / bharat

ବୃଦ୍ଧି ପାଉଛି କୋରୋନା ସଂକ୍ରମିତ ସଂଖ୍ୟା, ସ୍ଥିତି ନିୟନ୍ତ୍ରଣାଧୀନ: କେଜରିଓ୍ବାଲ

author img

By

Published : May 25, 2020, 2:47 PM IST

ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହା ସତ୍ତ୍ବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନଥିବା କହିଛନ୍ତି ଦିଲ୍ଲୀ ସିଏମ । ଅଧିକ ପଢନ୍ତୁ...

ବୃଦ୍ଧି ପାଉଛି କୋରୋନା ସଂକ୍ରମିତ ସଂଖ୍ୟା, ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ: କେଜରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, କୋରୋନା ଭାଇରସ ଏତେ ଶୀଘ୍ର ଶେଷ ହେବ ନାହିଁ । ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, ଏହାର ମୁକାବିଲା ପାଇଁ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା 13 ହଜାର 418 ପଜିଟିଭ ମାମଲା ରହିଛି । ସେଥିମଧ୍ୟରୁ 6 ହଜାର 540 ଜଣ ସୁସ୍ଥ ହୋଇଛନ୍ତି ଏବଂ 6 ହଜାର 617ଟି ସକ୍ରିୟ ରହିଛି । ଏହି ରିପୋର୍ଟରୁ ଜଣାପଡୁଛି ଯେ, ଯେତିକି ଲୋକ ସୁସ୍ଥ ହୋଇଛନ୍ତି ସେହି ପରିମାଣର ମଧ୍ୟ ସଂକ୍ରମିତ ହୋଇଛନ୍ତି । ତେବେ କୋରୋନା ଯୋଗୁଁ 261 ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି ।

ସିଏମ ଆହୁରି କହିଛନ୍ତି ଯେ, ଗତ 17 ତାରିଖ ଠାରୁ ଲକଡାଉନ ବହୁତ କୋହଳ କରାଯାଇଛି । ଆଜି ଏକ ସପ୍ତାହ ପରେ ମୁଁ କହିବି ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଯେତେବେଳେ ଲକଡାଉନକୁ କୋହଳ ଦିଆଯାଇଥିଲା, ଏହି ମାମଲାରେ ସାମାନ୍ୟ ବୃଦ୍ଧି ହେବା ନେଇ ଆମେ ଆଶଙ୍କା କରିଥିଲୁ । ସାମାନ୍ୟ ବୃଦ୍ଧି ମଧ୍ୟ ହୋଇଛି କିନ୍ତୁ ଚିନ୍ତା କରିବାର କୌଣସି କଥା ନାହିଁ ।

ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ସରକାରୀ ଡାକ୍ତରଖାନାରେ ଅନେକ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଘରୋଇ ଡାକ୍ତରଖାନା ଗୁଡ଼ିକରେ ମଧ୍ୟ ଶଯ୍ୟାର ବ୍ୟବସ୍ଥା ରହିଛି । ସେ କହିଛନ୍ତି ଯେ, ସରକାରୀ ବ୍ୟବସ୍ଥାରେ 3 ହଜାର 829ଟି ଶଯ୍ୟା ଅଛି, ସେଥିମଧ୍ୟରୁ 3 ହଜାର 164ଟି ଶଯ୍ୟାରେ ଅକ୍ସିଜେନର ଉପଲବ୍ଧ ରହିଛି । 3 ହଜାର 829ଟି ଶଯ୍ୟାରେ 1478ଟି ଶଯ୍ୟା ବର୍ତ୍ତମାନ କାମରେ ଲାଗିଛି । ସରକାରଙ୍କ ପାଖରେ 250ଟି ଭେଣ୍ଟିଲେଟର ଅଛି, ସେଥିମଧ୍ୟରୁ 11 ଟି ବ୍ୟବହାର କରାଯାଉଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଘରୋଇ କ୍ଷେତ୍ରରେ 677 ଶଯ୍ୟା ଅଛି, ସେଥିମଧ୍ୟରୁ 509 ଟି କାମରେ ଲାଗିଛି । ରବିବାର ଦିଲ୍ଲୀର 117 ଘରୋଇ ଡାକ୍ତରଖାନାରେ ନିର୍ଦ୍ଦେଶ ଜାରି କରାଯାଇଛି ଯେ, କୋରୋନା ଚିକିତ୍ସା ପାଇଁ ସେମାନଙ୍କୁ 20 ପ୍ରତିଶତ ଶଯ୍ୟା ରଖିବାକୁ ପଡିବ। ସେ କହିଛନ୍ତି ଯେ, କୌଣସି ଡାକ୍ତରଖାନା ରୋଗୀଙ୍କୁ ତାଙ୍କ ଅବସ୍ଥାରେ ଛାଡି ପାରିବ ନାହିଁ। ଯଦି ଜଣେ କୋରୋନା ସଂକ୍ରମିତ ସେମାନଙ୍କ ନିକଟକୁ ଆସନ୍ତି, ତେବେ ଆମ୍ବୁଲାନ୍ସରେ ବସାଇ ସେମାନଙ୍କୁ କୋରୋନାସ୍ଥିତ ସରକାରୀ କିମ୍ବା ଘରୋଇ ଡାକ୍ତରଖାନାକୁ ପଠାଇବା ସେମାନଙ୍କର ଦାୟିତ୍ବ ଅଟେ । ତାହା ନ କରୁଥିବା ଡାକ୍ତରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର କୋରୋନା ଲକ୍ଷଣ ନାହିଁ କିନ୍ତୁ ପରୀକ୍ଷା ସରିବା ପରେ ରିପୋର୍ଟ ପଜିଟିଭ ଆସୁଛି । ଏଭଳି ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ନାହିଁ କିନ୍ତୁ ଘରେ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ସିଏମ କହିଛନ୍ତି ଯେ, ମୋ ଟିମ୍ ଏହିପରି ଲୋକ ଏବଂ ସେମାନଙ୍କ ପରିବାର ସହିତ ପ୍ରତିଦିନ କଥାବାର୍ତ୍ତା କରନ୍ତି ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାର ପୁରା ଖବର ରଖୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.